ପାଟନା: ଜାତୀୟ ସ୍ତରୀୟ ରାଜନୀତିରେ ବିହାର ସବୁବେଳେ ଚର୍ଚ୍ଚାରେ ରୁହେ। ଦୀର୍ଘ ୨୭ ବର୍ଷ ମେଣ୍ଟରେ ରହିବା ପରେ ନୀତିଶ କୁମାରଙ୍କ ଜେଡିୟୁ ନେତୃତ୍ତ୍ୱାଧିନ ଜେଡିୟୁ, ଏନଡିଏ ଓ ବିଜେପି ଠାରୁ ଅଲଗା ହୋଇଛି। ଏହା ପରେ ଉଭୟ ଦଳର ନେତାମାନେ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ କରିଛନ୍ତି। ନିକଟରେ ସୁଶୀଲ କୁମାର ମୋଦିଙ୍କ ଏକ ବୟାନ ଉପରେ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା ପ୍ରତିକ୍ରିୟା ଦେଇଛନ୍ତି। ରବିବାର କୁଶୱାହା ତାଙ୍କ ଫେସବୁକ ପୋଷ୍ଟରେ ବିଜେପିକୁ ଅଶ୍ପୃଷ୍ୟ ଦଳ ବୋଲି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ସୁଶୀଲ କୁମାର ମୋଦିଙ୍କ ଏକ ବୟାନର ଜବାବ ଦେବାକୁ ଯାଇ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି, "ଜେଡିୟୁ, ଆରଜେଡିରେ ବିଲୟ ହେବ। ସୁଶୀଲ ମୋଦିଙ୍କ ଏହି ବୟାନ କେବଳ ଅତ୍ୟନ୍ତ ଅପତ୍ତିଜନକ ନୁହେଁ ବରଂ ଅପମାନଜନକ ମଧ୍ୟ। ବିଜେପିର ନେତାମାନେ ଲଗାତର ଉଚ୍ଚ ସ୍ୱରରେ କହୁଛନ୍ତି କି ଆମ ଦଳ ଓ ନେତାଙ୍କ ଉପରେ ବିଜେପି ବଡ କୃପା କରିଛି, କେନ୍ଦ୍ରରେ ମନ୍ତ୍ରୀ କରିଛି-ମୁଖ୍ୟମନ୍ତ୍ରୀ କରିଛି।"


Also Read: ବିଜେପିକୁ ଆଉ ଏକ ବଡ଼ ଝଟକା ଦେବେ ନୀତିଶ, ଏହି ୩ ସାଂସଦକୁ ନିଜ ଗୋଷ୍ଠୀରେ କରିବେ ସାମିଲ


 


ଏହା ବ୍ୟତୀତ ଜେଡିୟୁ ନେତା, ବିଜେପିକୁ ତାର ଅତୀତ କଥା ମନେପକାଇ ଦେଇଛନ୍ତି। ସେ କହିଛନ୍ତି, "ବିଜେପି ଭାଇମାନେ ଟିକେ ମନେପକାନ୍ତୁ, ୧୯୯୫-୯୬ ପୂର୍ବର ନିଜ ଇତିହାସ। ସେତେବେଳେ ଆପଣ ଏକ ଅସ୍ପୃଶ୍ୟ ଦଳ ଭାବେ ଜଣା ଯାଉଥିଲେ। କୌଣସି ଦଳ ଆପଣଙ୍କ ସହ ବନ୍ଧୁତା କରିବାକୁ ଚାହୁଁନଥିଲା। ଠିକ୍ ଏହି ସମୟରେ ଆପଣଙ୍କ ପାଇଁ ସମତା ପାର୍ଟିର ତତକାଳୀନ ନେତା ସ୍ୱ. ଜର୍ଜ ଫର୍ଣ୍ଣାଣ୍ଡିସ୍ ଓ ନୀତିଶ କୁମାର ଦେବଦୂତ ସାଜିଥିଲେ। ସେମାନେ ବିଜେପିର ମୁମ୍ବାଇ ଅଧିବେଶନରେ ଯୋଗ ଦେଲେ ଆଉ ସେତେବେଳେ ସମତା ପାର୍ଟି ସହ ମେଣ୍ଟର ମୂଳଦୂଆ ପଡିଲା। ବିଜେପି ଅଶ୍ପୃଷ୍ୟରୁ ମୁକୁଳିଲା"


 



"ସେତେବେଳେ ଜର୍ଜ ଫର୍ଣ୍ଣାଣ୍ତିସ୍ ଓ ନୀତିଳ କୁମାରଙ୍କ କୃପା ହୋଇନଥାନ୍ତା, ତେବେ ଆଜି ଆପଣଙ୍କ ଚିହ୍ନବର୍ଣ୍ଣ ନଥାନ୍ତା। ବୟାନବୀରମାନେ ସୀମା ପାର କରିଲେଣି। ଯଦି କିଛି ଆପଣଙ୍କ ଭିତରେ ବଞ୍ଚିଛି ତେବେ ଆପଣଙ୍କ ୧୯୯୫-୯୬ର ଇତିହାସକୁ ମନେପକାନ୍ତୁ। ଦେଷ ଜାଣିଛି କି ଆପଣଙ୍କ ଦଳ ଦେଶର ଇତିହାସ ବଦଳାଇବା ଭଳି ଘୃଣିତ କାର୍ଯ୍ୟ କରିବାରେ ଲାଗିଛି, ତେବେ ନିଜ ଦଳର ଇତିହାସ ଭୁଲିଯିବା କୌଣସି ବଡକଥା ନୁହେଁ।" ବୋଲି ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା କହିଛନ୍ତି।