Jharkhand Political Crisis: ଝାଡ଼ଖଣ୍ଡ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟରେ କ୍ଷମତାସୀନ ଶାସକ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ନିଜର ବିଧାୟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ବେଳେ ବିରୋଧି ବିଜେପି ପକ୍ଷରୁ କରାଯିବାକୁ ଥିବା ରାଜନୈତିକ ଘୋଡା ବେପାର ଉଦ୍ୟମରୁ ରକ୍ଷା ପାଇବା ପାଇଁ ଶାସକ ମେଣ୍ଟ ଏହାର ବିଧାୟକଙ୍କୁ ପଡୋଶୀ ଛତିଶଗଡ ସ୍ଥାନାନ୍ତର କରୁଛି। ପ୍ରାୟ ୪୦ ଜଣ ବିଧାୟକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଅପରାହ୍ନ ସାଢେ ଚାରିଟା  ସମୟରେ ଛତିଶଗଡ ରାଜଧାନୀ ରାୟପୁର ଅଭିମୁଖେ ଉଡାଣ ଭରିଥିଲା। ମୋଟ ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ଶାସକ ମେଣ୍ଟ ପାଖରେ ୪୯ ଜଣ ବିଧାୟକଙ୍କ ସମର୍ଥନ ରହିଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ (Jharkhand Political Crisis) ଉପରେ ପ୍ରତିକ୍ରିୟା ରଖି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Jharkhand CM Hemant Soren) କହିଛନ୍ତି ଯେ ଏହା କୌଣସି ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନୁହେଁ। ଏପରି ଘଟଣା ରାଜନୀତିରେ ଘଟେ। ଆମେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ଶାସକ ୟୁପିଏ ମେଣ୍ଟର ବିଦାୟକ ଦୁଇଟି ବସ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡିଥିଲେ। ଏହା ମଧ୍ୟରୁ ଗୋଟିଏ ବସ୍ ରେ ନିଜେ ମୁ୍ଖ୍ୟମନ୍ତ୍ରୀ ଆଗ ସିଟ୍ ରେ ରଖିଥିଲେ। ସେ ରାଜଧାନୀ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ବିମାନ ବନ୍ଦର (Ranchi Birsa Munda Airport) ଠାରେ ବିଧାୟକଙ୍କ ଛାଡ଼ିବାର କିଛି ସମୟ ରହିବା ପରେ ବାହାରକୁ ଆସିଥିଲେ। ନାମ ଗୋପନ ରଖିବା ସର୍ତ୍ତରେ ଜଣେ କଂଗ୍ରେସ ବିଧାୟକ କହିଛନ୍ତି ଯେ ଆମକୁ ଅଣ ବିଜେପି ଶାସିତ ରାଜ୍ୟ ଛତିଶଗଡର ରାଜଧାନୀ ରାୟପୁରସ୍ଥିତ ଏକ ରିସୋର୍ଟ ସ୍ଥାନାନ୍ତର କରାଯିବ। 


ରାଜ୍ୟରେ କ୍ଷମତାସୀନ ୟୁପିଏ ମେଣ୍ଟର (Jharkhand UPA Alliance) ନେତୃତ୍ୱ ନେଉଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) ବିଶ୍ୱାସ କରେ ଯେ ମହାରାଷ୍ଟ୍ର (Maharashtra) ଭଳି ଝାଡଖଣ୍ଡ ସରକାରକୁ (Jharkhand Govt) ଗାଦିଚ୍ୟୁତ କରିବା ଏବଂ କଂଗ୍ରେସ (Jharkhand Congress MLA) ବିଧାୟକଙ୍କୁ କିଣିବା ଲାଗି ବିରୋଧି ବିଜେପି (BJP) ବଡ଼ ଧରଣର ରାଜନୈତିକ ଘୋଡ଼ା ବେପାର (Political Horse Trading) କରିପାରେ।


Also  Read: Jharkhand Politics: ରାଜନୈତିକ ପିକନିକ ପରେ ରାଜ୍ୟକୁ ଫେରିଲେ ଶାସକ ମେଣ୍ଟର ବିଧାୟକ


ଲାଭ ଜନକ ପଦବୀ ମାମଲାରେ (Jharkhand Office of Profit Case) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବିଧାନସଭାର ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରିବା ଲାଗି ବିଜେପି ପକ୍ଷରୁ କରାଯାଇଥିବା ଆବେଦନ ଉପରେ ନିର୍ବାଚନ ଆୟୋଗ ଅଗଷ୍ଟ ୨୫ ତାରିଖରେ ରାଜ୍ୟପାଳ ରମେଶ ବୈଶଙ୍କ ପାଖକୁ ଏହାର ନିଷ୍ପତ୍ତି ପଠାଇ ଦେଇଥିଲା। ଯଦିଓ ନିର୍ବାଚନ ଆୟୋଗ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ ହେଲେ ଏନେଇ ହେଉଥିବା ଚର୍ଚ୍ଚା ଅନୁସାରେ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଝାଡଖଣ୍ଡ ରାଜଭବନ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ଘୋଷଣା କରାଯାଇନାହିଁ। ଶାସକ ୟୁପିଏ ମେଣ୍ଟର ବିଧାୟକ ରାଜ୍ୟପାଳଙ୍କୁ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ନିବେଦନ କରି କହିଛନ୍ତି ଯେ ସେମାନେ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି।


ୟୁପିଏ ମେଣ୍ଟରେ ସାମିଲ ଥିବା ଅଂଶୀଦାର ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha), କଂଗ୍ରେସ (Congress) ଏବଂ ରାଷ୍ଟ୍ରୀୟ ଜନତା ଦଳ (Rashtriya Janata Dal) ପକ୍ଷରୁ ଅଗଷ୍ଟ ୨୮ ତାରିଖରେ ଜାରି କରାଯାଇଥିବା ଏକ ମିଳିତ ବୟାନରେ କୁହାଯାଇଥିଲା ଯେ ଲାଭ ଜନକ ପଦବୀ ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭାର ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରିବା ମାମଲାରେ ରାଜ୍ୟପାଳ ନିଜର ନିଷ୍ପତ୍ତି ଘୋଷଣା କରିବାରେ ଜାଣିଶୁଣି ଡେରି କରିବା ସହ ରାଜନୈତିକ ଘୋଡା ବେପାରକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରାଯାଇଥିଲା। ଏହାପୂର୍ବରୁ ଅଗଷ୍ଟ ୨୭ ତାରିଖରେ ଶାସକ ୟୁପିଏ ମେଣ୍ଟର ବିଧାୟକଙ୍କୁ ପଶ୍ଚିମବଙ୍ଗ କିମ୍ବା ଛତିଶଗଡର ଏକ ଅଜ୍ଞାତ ସ୍ଥାନକୁ ପଠାଯାଇ ପାରେ ବୋଲି ଅନୁମାନ କରାଯାଉଥିଲା କାରଣ ଶାସକ ମେଣ୍ଟର ବିଧାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ପାଇଁ ସେମାନଙ୍କ ଲଗେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ହୋଇଥିଲେ। ସେହି ଦିନ ପରେ ସେମାନେ ତିନୋଟି ବସ୍‌ ଯୋଗେ ଛତିଶଗଡ ସୀମା ନିକଟସ୍ଥ ଖୁଣ୍ଟି ଜିଲ୍ଲାର  ଲତରାତୁ ଅଭିମୁଖେ ଯାଇ ସେହି ଦିନ  ସନ୍ଧ୍ୟା ସୁଦ୍ଧା ରାଜଧାନୀ ରାଞ୍ଚି ଅଭିମୁଖେ ଫେରି ଆସିଥିଲେ। ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଝାଡଖଣ୍ଡ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ।