Jharkhand Raj Bhavan Invitation for Govt Formation: ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ନେଇ ଚାଲିଥିବା ଛକାପଞ୍ଝା ଉପରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ ଚମ୍ପାଇ ସୋରେନ ଏବଂ ଆଲାମଗିର ଆଲାମଙ୍କୁ ରାଜ ଭବନ ଡାକିଥିଲେ। ଏହା ପରେ ରାଜ୍ୟପାଳ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଏନେଇ କୁହାଯାଉଛି ଯେ ଚମ୍ପାଇ ସୋରେନ ଫେବୃଆରୀ ୨ ତାରିଖ ଶୁକ୍ରବାର ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୧୦ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ହେବ। 


COMMERCIAL BREAK
SCROLL TO CONTINUE READING

ଏହା ପୂର୍ବରୁ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନେଇ ଅନେକ ଆଲୋଚନା ହେଉଥିଲା। ​​କାରଣ ୨ ଥର ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଚମ୍ପାଇ ସୋରେନ ଭେଟିବା ସତ୍ତ୍ୱେ ତାଙ୍କୁ ଶପଥ ନେବା ପାଇଁ ରାଜଭବନ ପକ୍ଷରୁ କୌଣସି ସମୟ ଦିଆଯାଇ ନଥିଲା। ହେଲେ ବର୍ତ୍ତମାନ ରାଜ୍ୟପାଳ କହିଛନ୍ତି ଯେ ସେ ଯେକୌଣସି ସମୟରେ ଶପଥ ନେଇପାରିବେ। ଶୁକ୍ରବାର ଚମ୍ପାଇ ସୋରେନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ନୂତନ ସରକାର ଗଠନକୁ ନେଇ ଚାଲିଥିବା ଛକାପଞ୍ଝା ମଧ୍ୟରେ ଶାସକ ମହାମେଣ୍ଟରେ ସାମିଲ ହୋଇଥିବା ଜେଏମଏମ-କଂଗ୍ରେସ-ଆରଜେଡି ଆଦି ଦଳର ବିଧାୟକଙ୍କୁ ଚାର୍ଟାର୍ଡ ​​ବିମାନ ଯୋଗେ ହୁଏତ ହାଇଦ୍ରାବାଦ ପଠାଯାଇ ନପାରେ। ଯଦିଓ ଶାସକ ଦଳର ବିଧାୟକଙ୍କ ହାଇଦ୍ରାବାଦ ପଠାଇବା ପାଇଁ ଗୁରୁବାର ପ୍ରସ୍ତୁତି ହେଇଥିଲା। ହେଲେ ଖରାପ ପାଗ ହେତୁ ରାଜଧାନୀ ରାଞ୍ଚିସ୍ଥିତ ବିମାନ ବନ୍ଦରରୁ ଚାର୍ଟାର୍ଡ ​​ବିମାନ ହାଇଦ୍ରବାଦ ଅଭିମୁଖେ ଉଡ଼ାଣ ଭରି ପାରିନଥିଲା।


ସରକାର ଗଠନ ପାଇଁ ଲଗାତାର ୨ ଥର ରାଜଭବନ ଦୌଡ଼ିଥିଲେ ଚମ୍ପାଇ ସୋରେନ୍ 
ପୂର୍ବରୁ ଚମ୍ପାଇ ସୋରେନ ଗୁରୁବାର ସନ୍ଧ୍ୟାରେ ଦ୍ୱିତୀୟ ଥର ପାଇଁ ରାଜ ଭବନ ଠାରେ ପହଞ୍ଚି ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ। ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ୍ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ଶୁକ୍ରବାର ଦିନ ନିଷ୍ପତ୍ତି ନେବେ। ଚମ୍ପାଇ ସୋରେନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ କହିଥିଲେ ଯେ ସରକାର ଗଠନ ପ୍ରସଙ୍ଗରେ ଆବଶ୍ୟକୀୟ ପରାମର୍ଶ ମଗାଯାଇଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଶୁକ୍ରବାର ରାତି ପର୍ଯ୍ୟନ୍ତ ରାଜ୍ୟରେ ଯଥାସ୍ଥିତି ବଜାୟ ରହିବ। ହେଲେ ଗୁରୁବାର ରାତିରେ ରାଜ୍ୟପାଳ ତାଙ୍କୁ ଡାକି ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ। 


ଶପଥ ଗ୍ରହଣ ପାଇଁ ସମୟ ଦେଉନଥିଲେରାଜ୍ୟପାଳ ସମୟ ଦେଉନଥିଲେ
ହେମନ୍ତ ସୋରେନ୍ ଜାନୁଆରୀ ୩୧ ତାରିଖ ବୁଧବାର ରାତି ପ୍ରାୟ ୮.୩୦ ସମୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ଚମ୍ପାଇ ସୋରେନ ରାଜ୍ୟପାଳଙ୍କ ନିକଟରେ ୪୩ ଜଣ ବିଧାୟକଙ୍କ ଦସ୍ତଖତ କରିଥିବା ଏକ ଚିଠି ଦାଖଲ କରି ସରକାର ଗଠନ ପାଇଁ ଦାବି କରିଥିଲେ। ଏନେଇ ଚମ୍ପାଇ ସୋରେନ କହିଥିଲେ ଯେ ଆମ ପାଖରେ ମୋଟ ୪୭ ଜଣ ବିଧାୟକଙ୍କ ସମର୍ଥନ ରହିଛି। ହେଲେ ୪ ଜଣ ବିଧାୟକ ରାଜ୍ୟ ବାହାରେ ଅଛନ୍ତି। ସରକାର ଗଠନ ପାଇଁ ଆବଶ୍ୟକୀୟ ବହୁମତ ସଂଖ୍ୟା ହେଉଛି ୪୧। ଯଦି ରାଜ୍ୟପାଳ ଅନୁମତି ଦିଅନ୍ତି ତାହେଲେ ଆମେ ସେମାନଙ୍କ ପ୍ୟାରେଡ୍ କରିବାକୁ ପ୍ରସ୍ତୁତ ରହିଛୁ।


 ଗୁରୁବାର ରାତିରେ ସରକାର ଗଠନ ପାଇଁ  ମିଳିଥିଲା ଆମନ୍ତ୍ରଣ 
ପ୍ରାୟ ୨୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟପାଳ ସରକାର ଗଠମନ କରିବାକୁ ନେଇ ଚମ୍ପାଇ ସୋରେନ କରିଥିବା ଦାବି ଉପରେ କୌଣସି ନିଷ୍ପତ୍ତି ନେଇ ନଥିଲେ। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ତାଙ୍କ ନିଷ୍ପତ୍ତି ସ୍ଥଗିତ ରଖିଥିଲେ। ଗୁରୁବାର ରାଜ ଭବନ ପରିସରରେ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ସେହି ସମସ୍ତ ୪୩ ଜଣ ବିଧାୟକଙ୍କ ସମର୍ଥନ ଭିଡିଓ ଦେଖାଇଥିଲେ। ଯାହା ଉପରେ ସେ ସରକାର ଗଠନ କରିବା ନେଇ ଦାବି କରୁଥିଲେ। ରାଜ୍ୟପାଳଙ୍କୁ ଭେଟିବା ସମୟରେ ଚମ୍ପାଇ ସୋରେନ ଅନ୍ୟ କିଛି ବିଧାୟକଙ୍କ ସହ ଥିଲେ। ଶେଷରେ ଗୁରୁବାର ରାତିରେ ତାଙ୍କୁ ସରକାର ଗଠନ କରିବା ପାଇଁ ରାଜଭବନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି।