Jharsuguda District BJP President joins in BJD: ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ଆସନ୍ତା ୧୦ ତାରିଖରେ ହେବାକୁ ଯାଉଛି ମତଦାନ। ହେଲେ ଏହି ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଝବରଦସ୍ତ ଝଟକା। ଉପନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଦଳ ଛାଡି ବୁଧବାର ଶାସକ ବିଜୁ ଜନତା ଦଳ ହାତ ଧରିଛନ୍ତି। ନିର୍ବାଚନ ପୂର୍ବରୁ ଦଳର ଜିଲ୍ଲା ସଭାପତି ବିଜେଡି ହାତ ଧରିବା ବିଜେପି ଲାଗି କୌଣସି ଝଟକା ଠାରୁ କମ ନୁହେଁ। 


COMMERCIAL BREAK
SCROLL TO CONTINUE READING

ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏବଂ ଦଳର ଅନ୍ୟ ନେତା ଶଙ୍ଖ ଭବନ ଠାରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁଙ୍କୁ ଦଳରେ ସ୍ୱାଗତ କରିଥିଲେ। ବିଜୁ ଜନତା ଦଳ ହାତ ଧରିବା ପରେ ମଙ୍ଗଳ ସାହୁ ତାଙ୍କ ବାସଭବନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ବିଜେପି, ଓଡିଶା ଶାଖାର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଆସିଛନ୍ତି ମଙ୍ଗଳ ସାହୁ। 


Also Read: Jharsuguda Bypoll: ମତଦାନ ପୂର୍ବରୁ ଅନୁଷ୍ଠିତ ହେଲା ଦଳୀୟ ମିଶ୍ରଣ ପର୍ବ, ଯୋଗଦେଲେ ବିଜେଡି ନେତୃତ୍ୱ


 


ଦଳ ଛାଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ। ଏନେଇ ସେ କହିଛନ୍ତି ଯେ, ମୁଁ ଝାରସୁଗୁଡା ଜିଲ୍ଲା ବିଜେପି ସଙ୍ଗଠନକୁ ମଜବୁତ କରିବା ପାଇଁ କଠିନ ପରିଶ୍ରମ କରୁଥିଲି। ଯେତେବେଳେ କିଛି ବିଜେପି ନେତା ଦଳର ଆଦର୍ଶ ଏବଂ ନୀତି ଛାଡି ଶସ୍ତା ରାଜନୀତି କରନ୍ତି ସେତେବେଳେ ମୁଁ ଯନ୍ତ୍ରଣା ଅନୁଭବ କରିଥଲି। ସେଥିପାଇଁ ମୁଁ ବିଜେପି ଛାଡି ବିଜେଡି ହାତ ଧରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡିଶାର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି। ଯଦି ବିଜେଡି ନେତୃତ୍ୱ ପକ୍ଷରୁ ଯଦି ମୋତେ କୌଣସି ଦାୟିତ୍ୱ ପ୍ରଦାନ କରାଯାଏ ତାହେଲ ମୁଁ ଏହାକୁ ସମ୍ଭାଳିବାକୁ ପ୍ରସ୍ତୁତ ରହିଛି। ମୁଁ ଝାରସୁଗୁଡା ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି ମଙ୍ଗଳ ସାହୁ।


Also Read: Jharsuguda Bypoll 2023: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେପି-କଂଗ୍ରେସ


ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଦଳ ଛାଡ଼ିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓଡିଶା ରାଜ୍ୟ ଶାଖା ସଭାପତି ମନମୋହନ ସାମଲ କହିଛନ୍ତି। ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ଇସ୍ତଫା ଝାରସୁଗୁଡ଼ା ଉପନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବିଜେପି କୌଣସି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ଦଳର ନିଜସ୍ୱ ଆଦର୍ଶ ଏବଂ ଲୋକ-ଆଧାରିତ ଏଜେଣ୍ଡା ରହିଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି।


Also Read: Jharsuguda Bypoll 2023: ଝାରସୁଗୁଡ଼ା ଉପନିର୍ବାଚନରେ ଦିପାଲି ଦାସ ହେଲେ ବିଜେଡ଼ି


 


ଗତ ୨୯ ଜାନୁୟାରୀରେ ତତ୍କାଳୀନ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ଆସନରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ। ଏହି ନିର୍ବାଚନ ଲାଗି ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ମତଦାନ। ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ଏହାର ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେଡ଼ି ପୂର୍ବତନ ବିଧାୟକ ନବ ଦାସଙ୍କ ଝିଅ ଦିପାଲି ଦାସଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ଦଳର ପୂର୍ବତନ ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି। ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସନ୍ତା ୧୩ ତାରିଖରେ ପ୍ରକାଶ ପାଇବ।