Jharsuguda Bypoll: ମତଦାନ ପୂର୍ବରୁ ଅନୁଷ୍ଠିତ ହେଲା ଦଳୀୟ ମିଶ୍ରଣ ପର୍ବ, ଯୋଗଦେଲେ ବିଜେଡି ନେତୃତ୍ୱ
Advertisement

Jharsuguda Bypoll: ମତଦାନ ପୂର୍ବରୁ ଅନୁଷ୍ଠିତ ହେଲା ଦଳୀୟ ମିଶ୍ରଣ ପର୍ବ, ଯୋଗଦେଲେ ବିଜେଡି ନେତୃତ୍ୱ

Jharsuguda By Election 2023: ମତଦାନ ପୂର୍ବରୁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ  ଅନୁଷ୍ଠିତ ହୋଇଯାଇଛି ଦଳୀୟ ମିଶ୍ରଣ ପର୍ବ। ଏହି ଅବସରରେ ଅନେକ ଯୁବକ ବିଜୁ ଜନତା ଦଳରେ  ସାମିଲ ହୋଇଛନ୍ତି। 

Jharsuguda Bypoll: ମତଦାନ ପୂର୍ବରୁ ଅନୁଷ୍ଠିତ ହେଲା ଦଳୀୟ ମିଶ୍ରଣ ପର୍ବ, ଯୋଗଦେଲେ ବିଜେଡି ନେତୃତ୍ୱ

Jharsuguda Bypoll 2023: ରାଜ୍ୟରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ଜାରି ରହିଛି ପ୍ରଚାର। ଏହି ନିର୍ବାଚନ ଲାଗି ଆସନ୍ତା ମେ ୧୦ ତାରିଖରେ ମତଦାନ ହେବ। ହେଲେ ଭୋଟ ଗ୍ରହଣ ପୂର୍ବରୁ ଗୁରୁବାର ଝାରସୁଗୁଡ଼ାସ୍ଥିତ ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି ଦଳୀୟ ମିଶ୍ରଣ ପର୍ବ। ଏହି ମିଶ୍ରଣ ପର୍ବରେ ଅଘରିଆ ସମାଜ ଏବଂ ବୁଣାକାର ସମାଜର ଲୋକଙ୍କ ସହ ଅନେକ ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଝାରସୁଗୁଡା ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ଏହି ବୈଠକ।

ଝାରସୁଗୁଡା ଜିଲ୍ଲା ବିଜେଡି (Jharsuguda District BJD) ପକ୍ଷରୁ ଆୟୋଜିତ ହୋଇଥିବା ବୈଠକରେ ମନ୍ତ୍ରୀ ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, କଳାହାଣ୍ଡି ଲୋକସଭାର ପୂ୍ର୍ବତନ ସାଂସଦ ପୁଷ୍ପେନ୍ଦ୍ର ସିଂହ ଦେଓ, ଝାରସୁଗୁଡ଼ା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ଶାରଦା ନାୟକ, ଝାରସୁଗୁଡ଼ା ବିଧାୟକ ସ୍ୱର୍ଗତ ନବ କିଶୋର ଦାସଙ୍କ (Jharsuguda MLA Nab Das) ପୁଅ ବିଶାଳ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (CM Naveen Patnaik) ନେତୃତ୍ୱାଧିନ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଥିବା କରିଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯାଇଥିଲା। ଏହା ସହିତ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀ ଦିପାଳୀ ଦାସଙ୍କୁ (BJD MLA Candidate Deepali Das) ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଥିଲା। 

Also Read: Jharsuguda Bypoll 2023: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେପି-କଂଗ୍ରେସ

ଗୁରୁବାର ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର (Jharsuguda Assembly Constituency) ଅନେକ ଯୁବକ ବିଜୁ ଜନତା ଦଳରେ (Biju Janata Dal) ସାମିଲ ହୋଇଛନ୍ତି। ଯାହା ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବା ସହ ଘରେ ଘରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପହଞ୍ଚାଇବା ସହାୟକ ହେବ ବୋଲି କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦିପାଳୀ ଦାସଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶହ ଶହ ଯୁବକ ଯୁବତୀ ଦଳରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବ ଆସନ୍ତା ମାସ ମେ ୧୦ ତାରିଖରେ ହେବାକୁ ଯାଉଥିବା ଉପନିର୍ବାଚନରେ (Jharsuguda By Election 2023) ବିଜେଡି (BJD) ଲାଗି ସହାୟକ ହେବ ବୋଲି କୁହାଯାଇଛି। 

Also Read: Jharsuguda Bypoll 2023: ଝାରସୁଗୁଡ଼ା ଉପନିର୍ବାଚନରେ ଦିପାଲି ଦାସ ହେଲେ ବିଜେଡ଼ି

 

ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ରାଜ୍ୟର ସ୍ୱାସ୍ଥମନ୍ତ୍ରୀ ପଦ ସମ୍ଭାଳି ଥିବା ବେଳେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ଉପ ନିର୍ବାଚନ ପାଇଁ ଘୋଷଣା ହେବା ପରେ ଏଵେ ବିଜେଡି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ  ଦୀପାଳି ଦାଶଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଦଳୀୟ ଟିକେଟ ଦେଇଛି। ଏହି ଉପନିର୍ବାଚନରେ ଏଵେ ଯେଉଁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ତାହା ନିଶ୍ଚିତ ଭାବରେ ଦଳକୁ ସହାୟକ ହେବ ବୋଲି କହିଛନ୍ତି କହିଛନ୍ତି ବରିଷ୍ଠ ବିଜେଡି ନେତୃବୃନ୍ଦ।