ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଅଲଗା ଅଲଗା ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ସେ ମେ ୪ରେ କହିଛନ୍ତି ଯେ, ବିହାରକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ୧୭ ହଜାରରୁ ଅଧିକ ଲୋକ ଜନ ସୁରାଜ ସହ ଯୋଡ଼ି ଯାଇଛନ୍ତି । ସମସ୍ତଙ୍କ ସହ ଆଲୋଚନା କରିବେ ଓ ଯଦି ସହମତି ହୁଏ ତେବେ କୌଣସି ସଂଗଠନ କିମ୍ବା ଦଳ ଗଠନ କରାଯାଇପାରେ । ରାଜନୀତିରେ ପ୍ରବେଶ କରିବାକୁ ପ୍ରଶାନ୍ତ କିଶୋର ସ୍ପଷ୍ଟ ଭାବରେ ସଙ୍କେତ ଦେଇଛନ୍ତି । ଏହାକୁ ନେଇ ବଲିଉଡ ଅଭିନେତା କମାଲ ଆର ଖାନ (Bollywood Actor Kamal R. Khan) କଟାକ୍ଷ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

କମାଲ ଖାନ (Kamal Khan) ଟ୍ୱିଟରରେ ପ୍ରଶାନ୍ତ କିଶୋର (PK) ଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, "ବର୍ତ୍ତମାନ ପ୍ରଶାନ୍ତ କିଶୋରଙ୍କ ୩୦୦୦ କିଲୋମିଟରର ପଦଯାତ୍ରର ନୂଆ ଡ୍ରାମା । ଭାଇ ସାହେବ, ଆପଣଙ୍କ କିଛି ହୋଇପାରେ ନାହିଁ । ବିହାରରେ ମୁଖ୍ୟତଃ ଲାଲୁ, ନୀତିଶ ବିହାର ପରି ଧୁରନ୍ଧର ଏବେବି ଜୀବିତ ଅଛନ୍ତି । ଆପଣ କେବଳ ନିଜର ଶକ୍ତି ଓ ସମୟ ନଷ୍ଟ କରୁଛନ୍ତି ।"



କମାଲ ଖାନ (KRK) ଙ୍କ ଏହି ଟ୍ୱିଟ୍ ଉପରେ ବିବେକ ବର୍ମା ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଆପଣଙ୍କୁ କେହି କିଛି ପଚାରିଛନ୍ତି କି? ସେହିପରି ମୁନୱର ଶେଖ୍ ଜଣେ ୟୁଜର ଲେଖିଛନ୍ତି ଯେ, କମାଲ ଆର ଖାନ ସାହେବ, ଏହା ସତ ଯେ ବିହାରରେ ଶକ୍ତିଶାଳୀ ରାଜନେତା ଅଛନ୍ତି, କିନ୍ତୁ ଜଣେ ଧୁରନ୍ଧରଙ୍କୁ ପରାଜିତ କରିବା ପାଇଁ ଆଉ ଜଣେ ଧୁରନ୍ଧରର ଜନ୍ମ ହୋଇଥାଏ । ପ୍ରଶାନ୍ତ କିଶୋର ବିହାରରେ କ’ଣ କରିବେ ତାହା ସମୟ କହିବ । ନୀତେଶ ଉପାଧ୍ୟୟ ଲେଖିଛନ୍ତି ଯେ, ମୁଁ ବିହାରର ବାସିନ୍ଦା ଓ ମୁଁ ନିଶ୍ଚିତ ରୂପେ ଏହା କହିପାରିବି କି ନୀତିଶ-ଲାଲୁଙ୍କ ଶାସନ କାଳରେ ବିହାରକୁ ନଷ୍ଟ କରାଯାଇଛି । ଏହାର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ବର୍ବାଦ ହୋଇସାରିଛି । ଛାତ୍ରମାନେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ।


ଏହା ବି ପଢ଼ନ୍ତୁ:-ଦିଲ୍ଲୀରେ ମାଗଣା ବିଦ୍ୟୁତକୁ ନେଇ କେଜ୍ରିୱାଲଙ୍କ ବଡ଼ ଘୋଷଣା


ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିଲା ଜୋରଦାର ଝଟକା, ଦଳରୁ ଇସ୍ତଫା ଦେଲେ ଏହି ବଡ଼ ନେତା


ଏହା ବି ପଢ଼ନ୍ତୁ:-ଭାରତରେ କୋରୋନା ଯୋଗୁଁ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କଲା WHO, ଏହି ୫ଟି କାରଣରୁ ରିପୋର୍ଟ ଉପରେ ଉଠୁଛି ପ୍ରଶ୍ନ


ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋର ଗତ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ଅନେକ ଥର ଭେଟିଥିଲେ । କଂଗ୍ରେସକୁ ପୁଣି ଥରେ ସଙ୍ଗଠିତ କରିବା ପାଇଁ ସେ ଯୋଜନା ବିଷୟରେ ମଧ୍ୟ କହିଥିଲେ । ସେତେବେଳେ ଆଲୋଚନା ହୋଇଥିଲା ଯେ ସେ ନିଜେ ଦଳରେ ଯୋଗ ଦେଇପାରନ୍ତି, କିନ୍ତୁ କିଛି ପ୍ରସଙ୍ଗରେ ସହମତି ଅଭାବରୁ ସେ ଦଳରେ ଯୋଗଦେବାକୁ ମନା କରିଦେଇଥିଲେ । ବର୍ତ୍ତମାନ କିଛି ଦିନ ପରେ ତାଙ୍କ ଘୋଷଣା ରାଜନୈତିକ ପାରାକୁ ବଢ଼ାଇ ଦେଇଛି ।