ନୂଆଦିଲ୍ଲୀ: ନେତାଙ୍କ କାନ୍ଧରେ ହାତ ରଖିବା ପଡି଼ଲା ମହଙ୍ଗା। ଏପରି କାମ କରିବାରୁ ଦଳୀୟ କର୍ମୀଙ୍କୁ ଏକ ଶକ୍ତ ଚାପୁଡା ମାରିଛନ୍ତି ଦଳର ମୁଖିଆ। ଯାହାର ଭିଡି଼ଓ ଏବେ ଭାଇରାଲ ହୋଇଛି। ପୂର୍ବରୁ ଏହି ନେତା ଜଣଙ୍କ ଏଭଳି କାରନାମା ଅନେକ ଥର କରିସାରିଛନ୍ତି। ଯାହାର ଭିଡି଼ଓ ଭାଇରାଲ ହୋଇସାରିଛି।  


COMMERCIAL BREAK
SCROLL TO CONTINUE READING

ଗତ ଶୁକ୍ରବାର ଜଣ ଦଳୀୟ ସାଂସଦଙ୍କୁ ଭେଟିବା ଲାଗି ରାଜ୍ୟର ମାଣ୍ଡ୍ୟ ଅଞ୍ଚଳକୁ ଗସ୍ତ କରିଥିଲେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ (Karnataka Congress President) ଡି.କେ ଶିବକୁମାର (DK Shivakumar)।  ଯାତ୍ରା ସମୟରେ ଜଣେ କଂଗ୍ରେସ କର୍ମୀ ତାଙ୍କ କଡ଼ରେ ଚାଲିବା ସହ ତାଙ୍କ କାନ୍ଧରେ ହାତ ରଖିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହାକୁ ସହଜେ ଗ୍ରହଣ ଦଳର ମୁଖିଆ ଶିବକୁମାର। ଏହାକୁ ଦେଖିବା ପରେ ସେହି ଦଳୀୟ କର୍ମୀଙ୍କୁ ଧକ୍କା ମାରିବା ସହ ତାଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ।   



କର୍ଣ୍ଣାଟକର ଏହି କଂଗ୍ରେସ ନେତାଙ୍କ (Karnataka Congress Leader) ଏପରି ଅହଂକାରୀ ଆଚରଣ (Arrogant Behaviour) ପ୍ରଥମ ଥର ଲାଗି ଦେଖିବାକୁ ମିଳିନାହିଁ। ଗତ ୨୦୧୮ ଫେବୃଆରୀ ୪ ତାରିଖରେ ରାଜ୍ୟର ବେଲାରୀ (Bellary) ଠାରେ ଜଣେ ବ୍ୟକ୍ତି ତାଙ୍କ ସେଲ୍ଫି ନେବା ପାଇଁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଥିଲେ।  



ସେହିପରି ମନ୍ତ୍ରୀ ଥିବା ସମୟରେ ଏହି କଂଗ୍ରେସ ନେତା ଜଣକ ଗତ ଗତ ୨୦୧୭ ନଭେମ୍ବର ୨୦ ତାରିଖରେ ରାଜ୍ୟର ବେଲଗାମ (Belgaum) ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା। ଏହି ଅବସରରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ସହ ସେଲ୍ଫି  ନେଉଥିବା ବେଳେ ତାଙ୍କୁ ଧକ୍କା ମାରି ଦେଇଥିଲେ।    



ଏପରି ଅହଂକାରୀ ଆଚରଣ କେବଳ କଂଗ୍ରେସ ନେତା ଶିବକୁମାରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ସିଦ୍ଧରମୈୟା ଗତ ୨୦୧୯ ଜାନୁଆରୀ ୨୮ ତାରିଖରେ ରାଜ୍ୟର ମହୀଶୂର ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜଣେ ମହିଳାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଉତ୍ତକ୍ଷିପ୍ତ ହୋଇଉଠିଥିବା ଏହି କଂଗ୍ରେସ ନେତା ଜଣକ ସମ୍ପୃକ୍ତ ମହିଳାଙ୍କ ପୋଷାକ ସର୍ବସମ୍ମୁଖରେ ଟାଣି ଦେଇଥିଲେ।