Advertisement
Article Detail0/zeeodisha/odisha2465070
Zee OdishaOdisha Entertainment70th National Film Awards: ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନିତ ହେଲେ ମିଥୁନ୍

70th National Film Awards: ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନିତ ହେଲେ ମିଥୁନ୍

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ପ୍ରଯୋଜକ ଓ ନିର୍ଦ୍ଦେଶକ ।  ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ  ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ପୁରସ୍କାର ଗ୍ରହଣ କରିଛନ୍ତି ।

70th National Film Awards: ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନିତ ହେଲେ ମିଥୁନ୍

70th National Film Awards: ଆଜି ଅକ୍ଟୋବର ୮ ମଙ୍ଗଳବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଛି । ଏହି ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି ।

ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅତ୍ୟନ୍ତ ଭାବପ୍ରବଣ ଦେଖାଯାଉଥିଲେ । ପ୍ରତିକ୍ରିୟାରେ ସେ କହିଥିଲେ ଯେ, ପୂର୍ବରୁ ମୁଁ ଭଗବାନଙ୍କ ନିକଟରେ ଅନେକ ଅଭିଯୋଗ କରୁଥିଲି କିନ୍ତୁ ବର୍ତ୍ତମାନ ମୋର କୌଣସି ଅଭିଯୋଗ ନାହିଁ । ଇଶ୍ବର ସବୁକିଛି ମତେ ଦେଇଛନ୍ତି ।

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ପ୍ରଯୋଜକ ଓ ନିର୍ଦ୍ଦେଶକ ।  ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ  ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ପୁରସ୍କାର ଗ୍ରହଣ କରିଛନ୍ତି ।

Add Zee News as a Preferred Source

ଅନ୍ୟପଟେ, ଶ୍ରେଷ୍ଠ ଶିଶୁ କଳାକାର ଭାବେ ଶ୍ରୀପଥଙ୍କୁ ପୁରସ୍କାର ମିଳିଛି । ନିଜ ଜନ୍ମଦିନରେ ରାଷ୍ଟ୍ରପତିଙ୍କ ନିକଟରୁ ପୁରସ୍କାର ପାଇ ଖୁବ ଖୁସି ପ୍ରକାଶ କରିଛନ୍ତି ଶ୍ରୀପଥ । ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆର୍ ରହମାନ୍ ମଧ୍ୟ ସମ୍ମାନିତ ହୋଇଛନ୍ତି । ଏହା ହେଉଛି ଆର୍ ରହମାନଙ୍କର ସପ୍ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ପାଇଁ ରଜତ କମଲ ପୁରସ୍କାର ପାଇଛନ୍ତି । ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୁଲମୋହାରଙ୍କୁ ପୁରସ୍କାର ମିଳିଛି । ଚିତ୍ରନାଟ୍ୟ ଲେଖକ ରାହୁଲ ଭି ଚିତ୍ତେଲା ଗୁଲମୋହରଙ୍କ ପାଇଁ ଶ୍ରେଷ୍ଠ ସ୍କ୍ରିନ୍ ସ୍କ୍ରିପ୍ ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ଜାତୀୟ ପୁରସ୍କାର ସମାରୋହରେ ଗୁଲମୋହର ଫିଲ୍ମ ଏକ ବିଶେଷ ସ୍ଥାନ ପାଇଥିଲା। ମନୋଜ ବାଜପେୟୀ ଏହି ପୁରସ୍କାର ପାଇବାକୁ ଆସିଥିଲେ। ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର ଭାବରେ 'କେଜିଏଫ୍ ପାର୍ଟ ୨'କୁ ସମ୍ମାନ ମିଳିଛି । 

ଶ୍ରେଷ୍ଠ ଅଭିନେତା ଭାବେ ରିଷବ ସେଟ୍ଟୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଫିଲ୍ମ 'କାନ୍ତାରା' ପାଇଁ ରିଷବଙ୍କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ନିତ୍ୟା ମେନନ ଓ ମାନସୀ ପାରେଖ ପୁରସ୍କୃତ ହୋଇଛନ୍ତି । 'ଉଁଚାଇ' ଫିଲ୍ମ ପାଇଁ ସୂରଜ ବଡ଼ଜାତ୍ୟା ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ଗ୍ରହଣ କରିଛନ୍ତି ।

Also Read- ୫୦ ବର୍ଷ ପରେ ଦୁର୍ଗା ମହାଷ୍ଟମୀରେ ବିରଳ ସଂଯୋଗ, ୩ଟି ରାଶିକୁ ମା'ଙ୍କ ବିଶେଷ ଆଶୀର୍ବାଦ

Also Read- JK Assembly Poll: କଂଗ୍ରେସ ଆସନକୁ ଛଡେଇଥିଲା BJP ଏବେ ଆପ୍ କବଜାରେ ଡୋଡା

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author