Bengaluru Rain, ବେଙ୍ଗାଲୁରୁ: ଭାରତର ସିଲିକନ ଭ୍ୟାଲି ବୋଲାଉଥିବା ବେଙ୍ଗାଲୁରୁରେ ସୋମବାର ପ୍ରବଳରୁ ଅତିପ୍ରବଳ ମାତ୍ରାରେ ବର୍ଷା ହୋଇଛି। ଫଳରେ ସେଠାରେ ଏକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସହର ପ୍ରାୟ ଜଳମଗ୍ନ ହୋଇଥିବା ବେଳେ ରାସ୍ତାଘାଟରେ ଅଣ୍ଟାଏ ଅଣ୍ଟାଏ ପାଣି ଥିଲା। ଗାଡିମୋଟର ସବୁ ବୁଡିଯାଇଥିଲା। ଯାହାକୁନେଇ ବେଙ୍ଗାଲୁରୁବାସୀଙ୍କ ମଧ୍ୟରେ ଆକ୍ରୋସ ଦେଖିବାକୁ ମିଳିଛି। ଲୋକେ ଏଥିପାଇଁ ସରକାରକୁ ଦାୟୀ ମଧ୍ୟ କରିଛନ୍ତି। ଅନ୍ୟପଟେ ଜଳବନ୍ଦୀ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କର୍ଣ୍ଣାଟକ ସରକାରଙ୍କ ସ୍ୱାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.କେ ସୁଧାରକର ଅବାନ୍ତକର ଯୁକ୍ତି ବାଢିଯନ୍ତି। 


COMMERCIAL BREAK
SCROLL TO CONTINUE READING

କର୍ଣ୍ଣାଟକ ସରକାର ବେଙ୍ଗାଲୁରୁକୁ ନ୍ୟୁୟର୍କ ସହ ତୁଳନା କରନ୍ତି। କିନ୍ତୁ ସୋମବାର ବର୍ଷାରେ ବେଙ୍ଗାଲୁରୁ ସହରର ଉବୁଡୁକୁ ହୋଇଛି। ମାତ୍ର କେଇ ଘଣ୍ଟାର ବର୍ଷାରେ ଅନେକ ନିର୍ମାଣସ୍ଥଳି ଭାଙ୍ଗି ଯାଇଛି। ଆଟି ହବ ଭାବେ ପରିଚିତ ସହରର ଅନେକ ଅଞ୍ଚଳରେ ସ୍ୱଭାବିକ ଜନଜୀବନ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଛନ୍ତି। ସହରର ଡ୍ରେନେଜ୍ ବ୍ୟବସ୍ଥା ଠିକ ନଥିବା ଲୋକେ ଅଭିଯୋଗ କରିଛନ୍ତି। କିଛି ଲୋକଙ୍କ କହିବା ହେଲା, ନାଳ ନର୍ଦ୍ଦେମା ନିୟମିତ ଭାବେ ସଫା ହେଉନାହିଁ, ଯେଉଁଥିପାଇଁ ସେଗୁଡିକ ଜାମ ହୋଇରହୁଛି। ଫଳରେ ବର୍ଷା ଜଳ ନିର୍ଗତ ହେଉନାହିଁ। ଅନେକ ସୋସିଆଲ ମିଡିଆ ୟୁଜର୍ସ ଅଭିଯୋଗ କରିଛନ୍ତି ଯେ, ସହରରେ ଥିବା ଜଳାଶୟ ଗୁଡିକୁ ପୋତି ସେଠାରେ ବଡବଡ କୋଠା ତିଆରି କରାଯାଉଛି। ଯେଉଁଥିପାଇଁ ବର୍ଷା ଜଳ ନିଷ୍କାସିତ ହେଇପାରୁନାହିଁ। 


Also Read: Odisha Weather Update: ୪୮ ଘଣ୍ଟାରେ ଆଉ ଏକ ଲଘୁଚାପ, ତିନି ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା


ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକ ସ୍ୱାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.କେ ସୁଧାରକର କହିଛନ୍ତି, 'ଏହା ସତ ଯେ, ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁ ସହର ପ୍ରଭାବିତ ହୋଇଛି। ସହରର ଇତିହାସରେ ଏଭଳି ବର୍ଷା ପ୍ରଥମ ଥର ହୋଇଛି।' ସହରର କୃତ୍ରିମ ବନ୍ୟା ଜନିତ ସମସ୍ୟାକୁ ନେଇ ଇନଫୋସିସର ପୂର୍ବତନ ନିର୍ଦ୍ଦେଶକ ମୋହନଦାସ ପାଇ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପାଇଙ୍କୁ ଜବାବ ଦେବାକୁ ଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, 'ଯଦି ନ୍ୟୁୟର୍କ ସହରରେ ଏତିକି ମାତ୍ରାରେ ବର୍ଷା ହୁଏ ତେବେ କଣ ହେବ? ସମସ୍ୟାର ସମାଧାନ ଖୋଜିବା ତୁଳନାରେ ଅଭିଯୋଗ କରିବା ବହୁତ ସହଜ କାମ।' ଏହା ବ୍ୟତୀତ ବିନା ବିକାଶରେ ଶହ ଶହ ଗାଁକୁ ବେଙ୍ଗାଲୁର ସହ ମିଶାଇବା କାହା ଭୁଲ ବୋଲି ମନ୍ତ୍ରୀ ସୁଧାକର ପ୍ରଶ୍ନ କରିଛନ୍ତି।


ବେଙ୍ଗାଲୁରୁ ସହରକୁ ଶାସକ ନଦପ୍ରଭୁ କେମ୍ପା ଗୌଡା ନିର୍ମାଣ କରିଥିଲେ। ସେହି ସମୟରେ ତିଆରି ହୋଇଥିବା ହ୍ରଦ ଗୁଡିକ ଅଦୃଶ୍ୟ ହୋଇଯାଇଛି। ନାଳ ଗୁଡିକ ଉପରେ ଘର ଓ ଦୋକାନମାନ ଗଢି ଉଠିଛି। ତଳିଆ ଅଞ୍ଚଳରେ ଲୋକେ ଘର ନିର୍ମାଣ କରୁଛନ୍ତି। ଏହାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ବସଭରାଜ ବୋମ୍ମାଇଙ୍କ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଦିନ ରାତି କାର୍ଯ୍ୟ କରୁଛନ୍ତି। ଆମ ସରକାରକୁ ଏହି ସମସ୍ୟା ପୁରୁଣା ସରକାରଙ୍କ ଠାରୁ ଉପହାର ସଦୃଶ୍ୟ ମିଳିଛି। କିନ୍ତୁ ଆମେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛୁ। ଗ୍ଲୋବାଲ କ୍ଲାଇମେଟ କଣ୍ଡିସନ ପାଇଁ ଏସବୁ ହେଉଛି। ପ୍ରକୃତି ବିପର୍ଯ୍ୟୟ କରିପାରେ।


Also Read: Weather Update: ଆସନ୍ତା ୪ ଦିନ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ, ଏହି ସବୁ ଜିଲ୍ଲାରେ ଲଗାଣ ବର୍ଷା


ସେପଟେ, କର୍ଣ୍ଣାଟକରେ ବିଜେପି ସରକାର ବର୍ଷା ଜନିତ ସମସ୍ୟାର ପରିଚାଳନାରେ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଏହା ପ୍ରତିବାଦରେ ମଙ୍ଗଳବାର ବିରୋଧି ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି। ସୂଚନାଯୋଗ୍ୟ, ୨୦୧୯ ଠାରୁ କର୍ଣ୍ଣାଟକରେ ବିଜେପି ସରକାର ଶାସନ କରୁଛି। ୪ ବର୍ଷ ମଧ୍ୟରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଏଚଡି କୁମାରସ୍ୱାମୀଙ୍କ ନେତୃତ୍ୱାଧିନ ଜେଡିଏସ୍ ସରକାର ଚଳାଉଥିଲା।