Congress Leader Satish Jarkiholi: ହିନ୍ଦୁ ଶବ୍ଦର ଭୁଲ ଅର୍ଥ ବାହାର କରି ବିବାଦୀୟ ହୋଇପଡ଼ିଛନ୍ତି କଂଗ୍ରେସ ନେତା ସତୀଶ ଜାରକୀହୋଲି। ହିନ୍ଦୁ ଶବ୍ଦକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି। ଏନେଇ ସେ କହିଛନ୍ତି ଯେ ହିନ୍ଦୁ ଭାରତୀୟ ଶବ୍ଦ ନୁହେଁ। ହିନ୍ଦୁ ଶବ୍ଦ ପାରସ୍ୟରୁ ଆସିଛି। କଂଗ୍ରେସ ନେତାଙ୍କ ଏହି ବୟାନ ଆଲୋଚନା ଏବଂ ବିବାଦୀୟ ବିଷୟ ପାଲଟି ଯାଇଛି। 


COMMERCIAL BREAK
SCROLL TO CONTINUE READING

ରବିବାର ରାଜ୍ୟର ବେଲଗାଭୀ ଜିଲ୍ଲାର (Belagavi District) ନିପାନି ଅଞ୍ଚଳରେ ମାନବ ଭାଇଚାରା ସଙ୍ଗଠନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଯୋଗ ଦେଇଥିଲେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସତୀଶ ଜାରକୀହୋଲି (Karnataka Congress Leader Satish Jarkiholi)। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ନେତା କହିଛନ୍ତି ଯେ ହିନ୍ଦୁ (Hindu) ଭାରତୀୟ ଶବ୍ଦ (Indian Word) ନୁହେଁ। ଏହା ଆମ ଉପରେ ଜବରଦସ୍ତ ଲାଗୁ କରାଯାଉଛି। ହିନ୍ଦୁ ଶବ୍ଦ ପାରସ୍ୟରୁ ଆସିଛି। ହିନ୍ଦୀରେ ଭାଷଣ ଦେଇ ସେ କହିଛନ୍ତି ଯେ ହିନ୍ଦୁ ଶବ୍ଦର ଅର୍ଥ ହେଉଛି ଅତ୍ୟନ୍ତ ମଇଳା।


କଂଗ୍ରେସ ନେତା ସତୀଶ ଜାରକୀହୋଲି (Congress Leader Satish Jarkiholi) କହିଛନ୍ତି ହିନ୍ଦୁ ଭାରତୀୟ ଶବ୍ଦ ନୁହେଁ। ହିନ୍ଦୁ ଶବ୍ଦ ପାରସ୍ୟରୁ (Persia) ଆସିଛି। ହିନ୍ଦୁ ଏକ ପାର୍ସୀ ଶବ୍ଦ (Persian Word)। କାହିଁକି କିଛି ଲୋକ ଏହି ବିଦେଶୀ ଶବ୍ଦକୁ (Foreign Word) ସୋର ମଚାଉଛନ୍ତି, ତାହା ବୁଝା ପଡୁ ନାହିଁ। ଆମ ଉପରେ କାହିଁକି ଏକ ବିଦେଶୀ ଶବ୍ଦ ଜବରଦସ୍ତ ଥୋପା ଯାଉଛି ସେ ନେଇ ବ୍ୟାାପକ ଭାବରେ ଆଲୋଚନ କରାଯିବା ଆବଶ୍ୟକ। 


କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (Karnataka Pradesh Congress Committee) କାର୍ଯ୍ୟକାରୀ ସଭାପତିଙ୍କ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଶବ୍ଦକୁ ନେଇ ଦେଇଥିବା ବୟାନ ପାଇଁ ତାଙ୍କୁ ଏବେ ବିରୋଧୀ ଦଳ ଟାର୍ଗେଟ କରିବାରେ ଲାଗିଛନ୍ତି। 


Also Read: ଆମ ଦେଶକୁ ହିନ୍ଦୁ ରାଷ୍ଟ୍ର ହେବାକୁ ଦେବୁନାହିଁ: କଂଗ୍ରେସ ନେତା ରସିଦ ଖାନ


କଂଗ୍ରେସ ନେତା ସତୀଶ ଜାରକୀହୋଲି ହିନ୍ଦୁ ଶବ୍ଦର ଅର୍ଥ ଅତ୍ୟନ୍ତ ମଇଳା ବୋଲି କହିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ହିନ୍ଦୁ ଶବ୍ଦ ଭାରତୀୟ ନୁହେଁ। ବରଂ ଏହା ଏକ ବିଦେଶୀ ପାର୍ସୀ ଶବ୍ଦ। ଏହା ଆମ ଉପରେ ଜବରଦସ୍ତ ଥୋପା ଯାଉଛି। ଏହାର କୌଣସି ଅର୍ଥ ନାହିଁ।ଏହି ବିଦେଶୀ ଶବ୍ଦକୁ ନେଇ ସୋର ମଚାଯାଉଛି। ଏହା ପଛରେ କେଉଁ କାରଣ ରହିଛି ତାହା ବୁଝା ପଡୁ ନାହିଁ। ଏହି ଶବ୍ଦ ପାଇଁ ଆମ ଉପରେ ବହୁତ ଚାପ ପଡ଼ୁଛି। ହିନ୍ଦୁ ଏକ ବିଦେଶୀ ଶବ୍ଦ। ଆମ ଦେଶରେ ଏହା ଉପରେ କଥାବାର୍ତ୍ତା କରିବା ଠିକ ନୁହେଁ।