ଭୁବନେଶ୍ୱର: ମାହାଙ୍ଗା ହତ୍ୟାକାଣ୍ଡ (Mahanga Murder Case) ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଅନ୍ୟପକ୍ଷେ ଏନେଇ ନିଜର ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା (Pratap Jena) । ସେ କହିଛନ୍ତି ଯେ, "କୁଳମଣି ବରାଳ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ । ତାଙ୍କ ହତ୍ୟାକୁ ଯେତିକି ନିନ୍ଦା କଲେ କମ୍ ହେବ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବ୍ୟଶକ । ମୁଁ ନିଜେ ଦୃଷ୍ଟି ଦେବି କିପରି ଦୋଷୀ ଗିରଫ ହେବେ । ବିଜେପି ରାଜ୍ୟରେ ଆମ ବିରୋଧୀ ଦଳ ଭାବେ ଆମକୁ କହିବା ସ୍ୱାଭାବିକ । ହେଲେ ରାଜନୀତିରେ ହିଂସାର ସ୍ଥାନ ନାହିଁ ।" 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ


ସେ କହିଛନ୍ତି ଯେ, "ଜଗନ୍ନାଥଙ୍କ ରାଜ୍ୟରେ ହିଂସାର ସ୍ଥାନ ନାହିଁ । ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ସରପଞ୍ଚଙ୍କ ସ୍ୱାମୀ । ସେ ମୋତେ ପୂର୍ବରୁ ଦେଖା କରିଛନ୍ତି ହେଲେ ହତ୍ୟା ପୂର୍ବରୁ । ତେଣୁ ମୋ ସହିତ ଫୋଟୋ ରହିବା ସ୍ୱାଭାବିକ ।" ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ରାଜନୈତିକ ହିଂସା ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ପ୍ରତାପ ଜେନା ।


ଅଧିକ ପଢ଼ନ୍ତୁ:-ଗେହଲଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!


ସୂଚନାଯୋଗ୍ୟ, ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗତକାଲି ଅର୍ଥାତ ଶନିବାର ମାରଣାନ୍ତକ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ କୁଳମଣି ବରାଳଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ପୂର୍ବ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ହତ୍ୟାକାଣ୍ଡ ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।