ମୁଖ୍ୟମନ୍ତ୍ରୀଙ୍କ ସପର୍ପିତ ମନୋଭାବ ପ୍ରଶାସନକୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ କରିଛି: ପ୍ରତାପ ଜେନା
Advertisement
Article Detail0/zeeodisha/odisha701046

ମୁଖ୍ୟମନ୍ତ୍ରୀଙ୍କ ସପର୍ପିତ ମନୋଭାବ ପ୍ରଶାସନକୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ କରିଛି: ପ୍ରତାପ ଜେନା

'ଘୋଷଯାତ୍ରା ଯେପରି ହେଲା, ବିଶ୍ୱ ଦେଖିଲା'

ମୁଖ୍ୟମନ୍ତ୍ରୀଙ୍କ ସପର୍ପିତ ମନୋଭାବ ପ୍ରଶାସନକୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ କରିଛି: ପ୍ରତାପ ଜେନା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବିନା ଭକ୍ତରେ ଶାନ୍ତି ଓ ଶୃଙ୍ଖଳାର ସହ ରଥଯାତ୍ରା ହୋଇଛି । ପୁରା ସୁରଖୁରରେ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ସାମାଜିକ ଦୂରତ୍ୱ ଏକ ବଡ଼ ଆହ୍ୱାନ ଥିବା ବେଳେ ଏହାକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଇଥିବା ରଥଯାତ୍ରା ଦିନ ଦେଖିବାକୁ ମିଳିଥିଲା । ତେବେ ମହାପ୍ରଭୁଙ୍କ ଘୋଷଯାତ୍ରା ଯେପରି ହେଲା, ତାହା ସମଗ୍ର ବିଶ୍ୱ ଦେଖିଲା ବୋଲି କହିଛନ୍ତି ପଞ୍ଚାୟତିରାଜ, ପାନୀୟ ଜଳ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । 

ସେ କହିଛନ୍ତି, ମହାପ୍ରଭୁଙ୍କ ଇଚ୍ଛାରେ ରଥଯାତ୍ରା ସୁରଖୁରରେ ହୋଇପାରିଛି । ପ୍ରତ୍ୟେକ କାର୍ଯ୍ୟରେ ସେବାୟତ, ପ୍ରଶାସନର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଏବଂ ପୁରୀରେ ଜନସାଧାରଣ ସକ୍ରିୟ ସହଯୋଗ କରିଛନ୍ତି । ଫଳରେ ଏହା ସମ୍ଭବ ହୋଇପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ପିତ ମନୋଭାବ ପ୍ରଶାସନକୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ କରିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । 

ସେହିପରି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅତି ସୁନ୍ଦର ଭାବେ ହୋଇଥିବାରୁ ସେବାୟତ, ପ୍ରଶାସନ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଏହି ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି ସେ କହିଛନ୍ତି ।