Kerala Governor Warns Maulana: ଏକ କାର୍ଯ୍ୟକ୍ରମରେ ଜଣେ ମୁସଲିମ ମୌଲାନାଙ୍କୁ ସଭାମଞ୍ଚରେ  କରିଥିବା ବ୍ୟବହାର ପାଇଁ ଖୋଲାଖୋଲି ଭାବେ ଜବାବ ଦେଇଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଏକ ସଭା ମଞ୍ଚକୁ ଜଣେ ମୁସଲିମ ବାଳିକାକୁ ଡାକିବାକ ନେଇ ଏହି କାର୍ଯ୍ୟକ୍ରମ ଆୟୋଜକଙ୍କ ବିରୋଧରେ ବର୍ଷିଥିଲେ ମୌଲାନା ଅବଦୁଲ୍ଲା ମୁସୈଲିୟାର। ଏନେଇ ମୌଲାନା କହିଥିଲେ ପୁରସ୍କାର ପାଇବା ପାଇଁ ମୁସଲିମ ଝିଅକୁ ଡାକିବ ଆବଶ୍ୟକ ନାହିଁ। ପୁରସ୍କାର ତାଙ୍କ ପିତାଙ୍କ ଦ୍ୱାରା ଗ୍ରହଣ କରାଯିବା ଆବଶ୍ୟକ। ଏକଥା ଶୁଣିବା ପରେ କେରଳ ରାଜ୍ୟପାଳ ସଭାମଞ୍ଚରେ ମୌଲାନାଙ୍କୁ ଦେଇଥିଲେ ମୁହଁତୋଡ ଜବାବ। 


COMMERCIAL BREAK
SCROLL TO CONTINUE READING

ଗତ ୧୦ ତାରିଖରେ ମଲାପୁରମ୍ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ପୁରସ୍କାର ଦେବା ପାଇଁ ଜଣେ ମୁସଲିମ ଝିଅକୁ ସଭାମଞ୍ଚକୁ ଡକା ଯାଇଥିଲା। ମାତ୍ର ଏହାକୁ ଗ୍ରହଣ କରି ପାରିନଥିଲେ ମୌଲାନା ଅବଦୁଲ୍ଲା ମୁସୈଲିୟାର। ଏନେଇ ସେ କହିଥିଲେ ପୁରସ୍କାର ପାଇଥିବା ଏହି ମୁସଲିମ ଝିଅର ଫଟୋ ସବୁ ସ୍ଥାନରେ ପ୍ରକାଶ ପାଇବ।


Also Read: Hijab Controversy: କେରଳ ରାଜ୍ୟପାଳ Arif Mohammad Khan ଙ୍କ ଟାର୍ଗେଟରେ Asaduddin Owaisi


 ସଭାମଞ୍ଚରେ ଜଣେ ମୁସଲିମ ଝିଅ ସହ ଭେଦଭାବ ହୋଇଥିବା ଜାଣିବା ପରେ ମୌଲାନା ଅବଦୁଲ୍ଲା ମୁସୈଲିୟାରଙ୍କୁ ଜବାବ ଦେଇଥିଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଏନେଇ ସେ କହିଛନ୍ତି ଆମେ ଆମର ଝିଅଙ୍କୁ ଧର୍ମଗୁରୁଙ୍କ ଇଚ୍ଛାରେ ଛାଡିଦେବା ଯେଉଁମାନେ ମହିଳାଙ୍କ ପ୍ରତି ଭେଦଭାବ କରନ୍ତି। ଆମ ଝିଅ ଅପମାନିତ ହେଲେ ଆମେ ଚୁପ୍ ରହିବାକୁ ଏକ ପାପ ବୋଲି ମନେ କରୁ। ଯଦି ଏହି ଘଟଣା ବାବଦରେ କେହି କିଛି କହିଥାନ୍ତେ ତାହେଲେ ମୋତେ ମୋତେ କହିବାର ଆବଶ୍ୟକତା ପଡି଼ ନଥାନ୍ତା। ଆଶ୍ଚର୍ଯ୍ୟର କଥା କେହି ଏହି ଘଟଣ ବାବଦରେ କିଛି କହିନଥିଲେ। 


Also Read: ରାଜଭବନକୁ ନିୟନ୍ତ୍ରଣ କରିବାର ଅଧିକାର ରାଜ୍ୟ ସରକାରଙ୍କ ପାଖରେ ନାହିଁ: ରାଜ୍ୟପାଳ


ସମସ୍ତ କେରଳ ଜମିୟତୁଲ ନାମକ ଏକ ସଙ୍ଗଠନ ପିଲାଙ୍କୁ ପୁରସ୍କୃତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କେରଳରେ ଏହା ସୁନ୍ନି ମୁସଲମାନଙ୍କ ଏହା ଏକ ବହୁତ ବଡ ସଙ୍ଗଠନ। ଏହି ସମୟରେ ଦଶମ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା  ଏକ ଝିଅକୁ ପୁରସ୍କାର ଦେବା ପାଇଁ ସଭାମଞ୍ଚକୁ ଡକାଯାଇଥିଲା। ଏହାକୁ ଗ୍ରହଣ କରିପାରି ନଥିଲେ ମୌଲାନା ଅବଦୁଲ୍ଲା ମୁସୈଲିୟାର। ଏପରିକି ସେ ଏହି ଘଟଣାକୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଆୟୋଜକଙ୍କୁ ତାଗିଦ କରିଥିଲେ। ଏହି ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥରେ ଶୁଣିବାକୁ ମିଳୁଛି ଏହି ଝିଅକୁ ସଭାମଞ୍ଚକୁ ଡାକିଲା କିଏ? ମୁଁ କିଏ ଜାଣିଛ? ସଙ୍ଗଠନ ନିୟମ ଅନୁଯାୟୀ ତାଙ୍କ ପିତାମାତାଙ୍କୁ ଡାକିବାର ଥିଲା?  ପୁରସ୍କାର ପାଇଥିବା ଏହି ମୁସଲିମ ଝିଅର ଫଟୋ ସବୁ ସ୍ଥାନରେ ପ୍ରକାଶ ପାଇବ ନା ନାହିଁ?