Assam CMs response to Congress: ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ବେଳେ ଏକ ଜଳୁଥିବା ଖାକି ପ୍ୟାଣ୍ଟ ଫଟୋ ଟ୍ୱିଟ ବିବାଦୀୟ ହୋଇ ପଡ଼ିଥିଲା କଂଗ୍ରେସ। ବର୍ତ୍ତମାନ ଏହି ପ୍ରସଙ୍ଗରେ କଂଗ୍ରେସକୁ ପାଲଟା ଜବାବ ଦେଇଛନ୍ତି  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସଦ୍ୟ ଆସାମ ମୁଖ୍ୟମନ୍ତ୍ରୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଏକ ଫଟୋ ଟ୍ୱିଟ କରିଛନ୍ତି। ଯେଉଁଥିରେ ପଣ୍ଡିତ ନେହେରୁଙ୍କୁ ଏକ ହାଫ୍ ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ଫଟୋ ପୋଷ୍ଟ କରି ସେ କହିଛନ୍ତି ଯେ, କଂଗ୍ରେସ କଂଗ୍ରେସ ମଧ୍ୟ ଏହାକୁ ନିଆଁ ଲଗାଇବ? 


COMMERCIAL BREAK
SCROLL TO CONTINUE READING

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ (Assam Chief Minister Himanta Biswa Sarma) ଏହି ଟ୍ୱିଟ କଂଗ୍ରେସ (Congress) ପକ୍ଷରୁ କରାଯାଇଥିବା ଜଳନ୍ତା ଖାକି ପ୍ୟାଣ୍ଟ (burning khaki short) ଟ୍ୱିଟ ପରେ ଆସିଛି। ଏହାକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ଟ୍ୱିଟର ଯୁଦ୍ଧ (Congress BJP Twitter War) ଚାଲିଛି। ପଣ୍ଡିତ ନେହେରୁ ପିନ୍ଧିଥିବା ସର୍ଟସର ସମ୍ପୂର୍ଣ୍ଣ ସତ୍ୟ କ’ଣ ତାହା ଆମେ ଆପଣଙ୍କୁ କହିବୁ।


ପଣ୍ଡିତ ନେହେରୁଙ୍କ (Pandit Nehru) ହାଫ ପ୍ୟାଣ୍ଟ ପିନ୍ଧିଥିବା ଫଟୋ ମିଥ୍ୟା ଦାବି ସହିତ ଭାଇରାଲ ହୋଇଆସୁଛି। ହାଫ ପ୍ୟାଣ୍ଡ ପଣ୍ଡିତ ନେହେରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସେବକ ସଂଘ (Rashtriya Swayamsevak Sangh) ବୈଠକରେ ଅଂଶଗ୍ରହଣ କରିଥିବା ମିଥ୍ୟା ଦାବି କରାଯାଇଛି। ଖାକି ହାଫ୍ ପ୍ୟାଣ୍ଟ ହେଉଛି  ଆରଏସଏସ କର୍ମକର୍ତ୍ତାଙ୍କ ଗଣପୋଷାକ (RSS Workers Uniform)।


Also Read: Khaki T Shirt Politics: କାହିଁକି ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ?


ହାଫ ପ୍ୟାଣ୍ଟ ପିନ୍ଧା ଫଟୋ ଉପରେ କରା ଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ଯେ, ପଣ୍ଡିତ ନେହେରୁ ଆରଏସଏସ ଖାକି ପ୍ୟାଣ୍ଟ ନୁହେଁ ବରଂ କଂଗ୍ରେସ ସେବା ଦଳର ଗଣପୋଷାକ (Congress Seva Dal Uniform) ପିନ୍ଧିଛନ୍ତି। ସେତେବେଳେ ଏହି ଫଟୋ ଉଠାଯାଇଥିଲା ଯେତେବେଳେ ୧୯୩୯ ମସିହାରେ ପ୍ରୟାଗରାଜ ଠାରେ କଂଗ୍ରେସ ସେବା ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଫଟୋ ସ୍ୱାଧୀନତା ପୂର୍ବରୁ ଉଠା ଯାଇଥିବା ଜଣାପଡ଼ିଛି। କଂଗ୍ରେସ ସେବା ଦଳର ପ୍ରଥମ ଅଧ୍ୟକ୍ଷ ଥିଲେ ନିଜେ ପଣ୍ଡିତ ନେହେରୁ। ଆରଏସଏସ ପ୍ରତିଷ୍ଠା ହେବାର ଏକ ବର୍ଷ ପୂର୍ବରୁ ନୈନୀ ଠାରେ ଏହି ବୈଠକ ଆୟୋଜିତ ହୋଇଥିଲା।


ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ବେଳେ କଂଗ୍ରେସ ଏକ ଜଳୁଥିବା ଖାକି ପ୍ୟାଣ୍ଟ (Burning Khaki Short Controversy) ଫଟୋ ଟ୍ୱିଟ କରିଛି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବିଜେପି ଏହାକୁ ବିରୋଧ କରୁଛି। ଏହି ଫଟୋ ମାଧ୍ୟମରେ କଂଗ୍ରେସ (Congress) ଆରଏସଏସକୁ (RSS) ଅପମାନିତ କରିବା ସହ ସାମାଜିକ ସୌହାର୍ଦ୍ଦ୍ୟ (Communal Harmony) ବିଗାଡିକୁ ଚାହୁଁଛି ବୋଲି ବିଜେପି ଅଭିଯୋଗ କରିଛି। ଗତ ସପ୍ତାହରେ କଂଗ୍ରେସ ଦେଶବ୍ୟାପୀ 'ଭାରତ ଯୋଡା ଯାତ୍ରା' ଆରମ୍ଭ କରିଛି। ଏହି ଯାତ୍ରା ବର୍ତ୍ତମାନ କେରଳ (Kerala) ଠାରେ ଚାଲିଛି।