ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏବେ ନ୍ୟାସନାଲ ହେରାଲ୍ଡ କେସରେ ଇଡି ଜେରା କରିସାରିଛି। ନ୍ୟାସନାଲ ହେରାଲ୍ଡ ଖବରକାଗଜରେ ହୋଇଥିବା ମନିଲଣ୍ଡ୍ରିଂ ମାମଲାରେ କଂଗ୍ରସେସ ନେତାଙ୍କୁ ଜେରା କରାଯାଇଛି। ଯାହାଫଳରେ ସାରାଦେଶରେ କଂଗ୍ରେସ ସମର୍ଥକ ମାନେ ବିରୋଧ ପ୍ରଦର୍ଶନ କରିଥିବାର ନଜିର ମଧ୍ୟ ରହିଛି। ରାହୁଲ ଗାନ୍ଧୀ ରାଜନୀତି କ୍ଷେତ୍ରରେ ଏକ ଜଣାଶୁଣା ଚେହେରା। ଦେଶର ସବୁଠାରୁ ପୁରୁଣା ଦଳ ରାଷ୍ଟ୍ରୀୟ କଂଗ୍ରେସର ଅଧ୍ୟକ୍ଷ ରହିସାରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ସେ ଏହି ପଦରୁ ଓହରି ଯାଇଛନ୍ତି। ଅମେଠିର ସାଂସଦ ରହିଥିଲେ ରାହୁଲ ପରେ ସ୍ମୃତି ଇରାନୀଙ୍କ ଠାରୁ ହାରି ୟୁପିର ରାଜନୀତିରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି। ଏହାପରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଭଦ୍ରାଙ୍କୁ ୟୁପିର ରାଜନୀତିର (Uttar Pradesh Politics) ଏକ ନୂଆ ଚେହେରା ଭାବେ  ଦଳ ଛିଡ଼ା କରାଇଲା। ଠିକ ସେହିପରି ରାହୁଲ ଗାନ୍ଧୀ କଂଗ୍ରେସର ଏକ ଚର୍ଚ୍ଚିତ ଚେହେରା ହୋଇରହିଛନ୍ତି। ରାଜନୀତି ଛଡ଼ା ଚାଲନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କରେ ଜାଣିବା।  


କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ଜନ୍ମ ଦିନ। ଅର୍ଥାତ୍ ଆଜିର ଦିନ ୧୯୭୦ ମସିହାରେ ଜନ୍ମ ହୋଇଥିଲେ ରାହୁଲ। ତାଙ୍କ ମା ସୋନିଆ ଗାନ୍ଧୀ (Sonia Gandhi) ଓ ପିତା ରାଜୀବ ଗାନ୍ଧୀ (Rajib Gandhi)। ରାହୁଲ ଗାନ୍ଧୀ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ନାତି। ସେ ୧୯୮୯ ରେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ସ୍ନାତକୋତ୍ତରର ପ୍ରଥମ ବର୍ଷରେ ଆଡମିଶନ ହେବା ପରେ ରାହୁଲ ଗାନ୍ଧୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ବିଦେଶରେ ତାଙ୍କର ଅଧ୍ୟୟନ କରିଥିଲେ। ପିତାଙ୍କ ମୃତ୍ୟୁ ପରେ ରାହୁଲଙ୍କ ସୁରକ୍ଷା ଦୃଷ୍ଟିରୁ ଫ୍ଲୋରିଡାର ରୋଲିନ୍ସ କଲେଜକୁ ସ୍ଥାନାନ୍ତର ହୋଇଥିଲେ। ଏଠାରେ ରାହୁଲ ତାଙ୍କ ନାମ ଏବଂ ପରିଚୟ ଲୁଚାଇ ଶିକ୍ଷା ଗ୍ରହଣ କରିଥିଲେ। କେବଳ କଲେଜ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସି ଏହା ବିଷୟରେ ଜାଣିଥିଲେ। ଏଠାରେ ସେ ରାହୁଲ ବିଶିଂଙ୍କ ନାମରେ ଅଧ୍ୟୟନ କରିଥିଲେ । ପରେ ୧୯୯୫ ରେ, ରାହୁଲ ଗାନ୍ଧୀ କେମ୍ବ୍ରିଜ୍ର ଟ୍ରିନିଟି କଲେଜରୁ ଏମ ଫିଲ୍ ଡିଗ୍ରୀ ହାସଲ କରିଥିଲେ।


ଖୁବ୍ କମ୍ ଲୋକ ଜାଣିଥିବେ ଯେ ରାହୁଲ ଗାନ୍ଧୀ ଜାପାନର ମାର୍ଶଲ ଆର୍ଟ 'ଆଇକିଡୋ'ରେ ତାଲିମ ନେଇଛନ୍ତି। ଆଇକିଡୋରେ ଏହିପରି ମାର୍ଶଲ ଆର୍ଟରେ ଜଣେ ବ୍ୟକ୍ତିଙ୍କୁ କୌଣସି ଅସ୍ତ୍ର ବିନା ପ୍ରତିପକ୍ଷକୁ ପରାସ୍ତ କରିବାର କଳା ଶିକ୍ଷା ଦିଆଯାଏ । ୫୦ ବର୍ଷ ବୟସ ଅତିକ୍ରମ କରିଥିବା ରାହୁଲ ଗାନ୍ଧୀ ସେଥିପାଇଁ ବହୁତ ଫିଟ୍ ଦେଖାଯାଆନ୍ତି । ସେ ପ୍ରତିଦିନ ସକାଳେ ସାଇକେଲ ଚଳାନ୍ତି ।ଏହା ବ୍ୟତୀତ ସେ ପହଁରିବା ଏବଂ ସ୍କୁବା ଡାଇଭିଂକୁ ମଧ୍ୟ ପସନ୍ଦ କରନ୍ତି । ରାହୁଲ ପ୍ରତିଦିନ କିଛି ସମୟ ଜିମରେ ବିତାଇ ଅଭ୍ୟାସ କରନ୍ତି । ଗତବର୍ଷ ତାମିଲନାଡୁର (Tamilnadu) କନ୍ୟାକୁମାରୀର ଏକ ବିଦ୍ୟାଳୟରେ ରାହୁଲ ସମସ୍ତଙ୍କ ସାମ୍ନାରେ ମଞ୍ଚ ଉପରେ ପୁସ୍ ଅପ୍ କରିଥିଲେ ଏବଂ ଛାତ୍ରମାନଙ୍କୁ ଫିଟନେସ୍ ମନ୍ତ୍ର ଦେଇଥିଲେ।


ସାଂସଦ ରାହୁଲ ଗାନ୍ଧୀଙ୍କ (MP Rahul Gandhi) ନିତିଦିନିଆ ଜୀବନ ଅତ୍ୟନ୍ତ ସରଳ। ସେ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତି । ସକାଳ ଜଳଖିଆରେ, ଇଡଲି-ଦୋସା ଏବଂ ସାମ୍ବର ବ୍ୟତୀତ ସେ ଶୁଖିଲା ଫଳ ଖାଇବାକୁ ପସନ୍ଦ କରନ୍ତି । ଫିଟ୍ ରହିବାକୁ ଲେମ୍ବୁ ଏବଂ ମୃଦୁ ପାନୀୟ ନିଅନ୍ତି । ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ସେ ମସୁର ଡାଲି, ଚାଉଳ, ରୁଟି, ପନିପରିବା ଏବଂ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବାକୁ ବେଶ୍ ଭଲ ପାଆନ୍ତି । ଶାକାହାରୀ ଖାଇବା ସହିତ ରାହୁଲ ନନଭେଜ୍ ଖାଦ୍ୟ ମଧ୍ୟ ଖାଆନ୍ତି।


ଗାନ୍ଧୀ ପରିବାରର (Gandhi Family) ହୋଇଥିବାରୁ ରାହୁଲ ଗାନ୍ଧୀ ଧନୀ ରାଜନେତାଙ୍କ ମଧ୍ୟରେ ଗଣତି ହୋଇଥିଲେ ମଧ୍ୟ ଆଫିଡେଭିଟରେ ଦାଖଲ ହୋଇଥିବା ଚିଠି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା ବୋଲି କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀ ମାସକୁ ୧୦ ଲକ୍ଷ ଟଙ୍କା ଏବଂ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି।


Also Read: SBI,HDFC ଓ ICICIବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର, ଅର୍ଥମନ୍ତ୍ରୀ କଲେ ଏହି ଘୋଷଣା


Also Read: Odisha Weather Update : ରାଜ୍ୟବ୍ୟାପୀ ୟେଲୋ ୱାର୍ଣ୍ଣିଂ ଜାରି, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା