Market Price: ଦର ବୃଦ୍ଧିକୁ ନେଇ ଗୃହରେ କଣ କହିଲେ ମନ୍ତ୍ରୀ, ଜାଣନ୍ତୁ ସ୍ୱଳ୍ପରେ
ଭୁବନେଶ୍ୱର: ରାଜ୍ୟରେ ନିତ୍ୟ ବ୍ୟବହାର ଜିନିଷର ଦର ଆକାଶ ଛୁଆଁ। ପରିବାରେ ହାତ ମାରିହେଉନି। ହାଣ୍ଡିଶାଳରୁ ହଜିବାକୁ ବସିଲାଣି ଆଳୁ। ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାର ନିରବ ଦ୍ରଷ୍ଟା। ଏଭଳି ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି କି କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଦେଶରେ ଦର ବୃଦ୍ଧି
Market Price: ଭୁବନେଶ୍ୱର: ରାଜ୍ୟରେ ନିତ୍ୟ ବ୍ୟବହାର ଜିନିଷର ଦର ଆକାଶ ଛୁଆଁ। ପରିବାରେ ହାତ ମାରିହେଉନି। ହାଣ୍ଡିଶାଳରୁ ହଜିବାକୁ ବସିଲାଣି ଆଳୁ। ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାର ନିରବ ଦ୍ରଷ୍ଟା। ଏଭଳି ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି କି କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଦେଶରେ ଦର ବୃଦ୍ଧି ଘଟିଛି। ରାଜ୍ୟରେ ଆଭ୍ୟନ୍ତରୀଣ ଉତ୍ପାଦନ ବ୍ୟତୀତ ଅନ୍ୟ ରାଜ୍ୟ ଯଥା ଆନ୍ଧପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦିରୁ ଡାଲି, ତେଲ ଚିନି ଆଦି ଆମଦାନୀ କରିଥାଏ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।
ତେବେ ଦରଦାମକୁ ନେଇ ମନ୍ତ୍ରୀ ଆଉ କଣ କହିଛନ୍ତି ଆସନ୍ତୁ ସ୍ୱଳ୍ପରେ ଜାଣିବା
ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବ୍ୟବସାୟୀମାନଙ୍କର ବୈଠକ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟ ଯଥା ଚାଉଳ, ଡାଲି, ତେଲ, ଆଳୁ, ପିଆଜ ମୂଲ୍ୟ ତଥା ଲବ୍ଧତା ଉପରେ ତୀକ୍ଷ୍ନ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟର ଯୋଗାଣ ବିଭାଗ ତଥା ବିପ୍ପଣୀ ଗୁପ୍ତବାର୍ତ୍ତା ଶାଖାର କ୍ଷେତ୍ର କର୍ମଚାରୀମାନଙ୍କ ଦ୍ୱାରା ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟର କଳାବଜାରୀ ରୋକିବା ପାଇଁ ନିୟମିତ ପ୍ରବର୍ତ୍ତନ କାର୍ଯ୍ୟ କରାଯାଉଛି। ଏହା ସଙ୍ଗେ ସଙ୍ଗେ ଖାଉଠିମାନେ କିପରି ସୁଲଭ ମୂଲ୍ୟ ଜିନିଷ ପାଇପାରିବେ ତାହା ନିଶ୍ଚିତ କରାଯାଉଛି।
ଗହମ ତଥା ଗହମ ଜାତୀୟ ଦ୍ରବ୍ୟ, ଆଳୁ, ପିଆଜ, ଡାଲି ଓ ତେଲର ଗଚ୍ଛିତ ପରିମାଣ ତଦାରଖ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସରକାର ପ୍ରତ୍ୟହ ରାଜ୍ୟର ପ୍ରମୁଖ ବଜାର ମାନଙ୍କର ପ୍ରଚଳିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ତଥା ଲବ୍ଧତା ଅନୁଧ୍ୟାନ କରୁଛନ୍ତି।
ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଦର ଦାମ ନିୟନ୍ତ୍ରଣ ପାଇଁ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଅଛି।
ରାଜ୍ୟର ଉତ୍ପାଦ ସାମଗ୍ରୀର ସୁଷମ ବଣ୍ଟନ ତଥା ବଳକା ସାମଗ୍ରୀକୁ ଗଚ୍ଛିତ ରଖିବା ପାଇଁ ଜିଲ୍ଲାସ୍ତରରେ ମଣ୍ଡି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ବିଚାର କରୁଛନ୍ତି।
ବର୍ତ୍ତମାନ ରାଜ୍ୟ ସରକାର ବିଭିନ୍ନ କିସମର ଡାଲିର ମହଜୁଦ ପରିମାଣ ସ୍ଥିର କରିଛନ୍ତି।
ଏତଦ ବ୍ୟତୀତ କଳାବଜାରୀ ତଥା ମୁନାଫାଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।