Kerala Assembly Election 2021: ବାଜିମାରିନେଲା LDF, ପୁଣି UDF ହତାଶ
ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିପାରନ୍ତି ପିନରାୟୀ ବିଜୟନ।
ନୂଆଦିଲ୍ଲୀ: ପ୍ରକାଶ ପାଇଛି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଥିବା କେରଳ ବିଧାନସଭା ନିର୍ବାଚନର ଚୂଡାନ୍ତ ଫଳାଫଳ। ଏଥର ରାଜ୍ୟରେ ପୁନର୍ବାର ସରକାର ଗଠନ କରିବାକୁ ଯାଉଛି ଶାସକ ବାମଦଳକୁ ନେଇ ଗଠିତ ଏଲଡିଏଫ ମେଣ୍ଟ। ଅନ୍ୟପଟେ ବିରୋଧି କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ ମେଣ୍ଟକୁ ଲାଗିଛି ପୁନର୍ବାର ଝଟକା।
ଚଳିତ ବର୍ଷ ମେ ୨ ତାରିଖରେ ପ୍ରକାଶ ପାଇଛି କେରଳ ବିଧାନସଭା ନିର୍ବାଚନର (Kerala Assembly Election 2021) ଚୂଡାନ୍ତ ଫଳାଫଳ। ଚଳିତ ଥର ଶାସକ ବାମପନ୍ଥୀ ଗଣତାନ୍ତ୍ରିକ ମେଣ୍ଟ-ଏଲଡିଏଫ (Left Democratic Front-LDF) ମେଣ୍ଟ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧିନ ସଂଯୁକ୍ତ ଗଣତାନ୍ତ୍ରିକ ମେଣ୍ଟ-ୟୁଡିଏଫ (United Democratic Front-UDF) ପୁଣି ଥରେ ବିରୋଧି ଆସନରେ ବସିବାକୁ ଯାଉଛି।
Also Read: 2021 Assembly Election Result: ଜାରି ରହିଛି ଭୋଟଗଣତି, ଖାତା ଖୋଲିଲେ BJP-TMC
ଏଥରର ନିର୍ବାଚନରେ ସିପିଆଇ (CPI) ୧୭, ସିପିଏମ (CPM) ୬୨, କଂଗ୍ରେସ ସେକ୍ୟୁଲାର (Congress Secural) ୧, ସ୍ୱାଧିନ ୬, କଂଗ୍ରେସ (Congress) ୨୧, ଇଣ୍ଡିଆନ ନେସନାଲ ଲିଗ୍-ଆଇଏନଏଲ (Indian National League) ୧, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ-ଆଇଏମୟୁଏଲ (Indian Union Muslim League-IUML) ୧୫, ଜନାଧିପତ୍ୟ କେରଳ କଂଗ୍ରେସ-ଜେକେସି (Janadhipathiya Kerala Congress-JKC) ୧, ଜନତା ଦଳ ସେକ୍ୟୁଲାର-ଜେଡିଏସ (Janata Dal Secular-JDS) ୨, କେରଳ କଂଗ୍ରେସ (Kerala Congress) ୨, କେରଳ କଂଗ୍ରେସ ଜାକୋବ (Kerala Congress Jacob) ୧, କେରଳ କଂଗ୍ରେସ ମଣି (Kerala Congress Mani) ୫, କେରଳ କଂଗ୍ରେସ ବାଲକ୍ରୀଷ୍ଣନ (Kerla Congress Balakrishna) ୧, ଲୋକତାନ୍ତ୍ରିକ ଜନତା ଦଳ-ଏଲଜେଡି (Loktantrik Janta Dal-LJD) ୧, ନେସନାଲ ସେକ୍ୟୁଲାର କନଫରେନ୍ସ-ଏନଏସସି (National Secular Conference) ୧, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଏନସିପି (Nationalist Congress Party) ୨, ରିଭୋଲ୍ୟୁସନାରୀ ମାକ୍ସିଷ୍ଟ ପାର୍ଟି ଅଫ ଇଣ୍ଡିଆ-ଆରଏମପିଆଇ (Revolutionary Marxist Party of India) ୧ ଆସନ ହାତେଇଛନ୍ତି।
Also Read: Kerala Election 2021: 'Captain' ପଦକୁ ନେଇ CPM ରେ ଫାଟ
ସିପିଏମ ନେତୃତ୍ୱାଧିନ ଏଲଡିଏଫ ମେଣ୍ଟରେ ସାମିଲ ଥିବା ଦଳ ହେଉଛନ୍ତି ସିପିଆଇ, କେରଳ କଂଗ୍ରେସ ମଣି, ଜେଡିଏସ, ଏନସିପି, ଏଲଜେଡି, ଆଇଏନଏଲ, କଂଗ୍ରେସ ସେକ୍ୟୁଲାର, କେରଳ କଂଗ୍ରେସ ବାଲକ୍ରୀଷ୍ଣନ, ଜେକେସି, ଏନଏସସି। ସେହିପରି କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ ମେଣ୍ଟରେ ଅଂଶୀଦାର ଥିବା ଦଳ ହେଉଛନ୍ତି ଆଇଏମୟୁଏଲ, କେରଳ କଂଗ୍ରେସ, କେରଳ କଂଗ୍ରେସ ଜାକୋବ, ଆରଏମପିଆଇ।
ଉଭୟ ଏଲଡିଏଫ-ୟୁଡିଏଫ ମେଣ୍ଟ ଯଥାକ୍ରମେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ (Incumbent Chief Minister) ପିନରାୟୀ ବିଜୟନ (Pinarayi Vijayan) ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Kerala Chief Minister) ଓମେନ ଚାଣ୍ଡିଙ୍କ (Oommen Chandy) ନେତୃତ୍ୱରେ ନିର୍ବାଚନ ଲଢିଥିଲେ।