Lok Sabha Election 2019 Result: ସ୍ୱାଧିନତା ପର ଠାରୁ ପ୍ରତି ୫ ବର୍ଷ ଦେଶରେ ଅନୁଷ୍ଠିତ ହୋଇଥାଏ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ ମୁଖ୍ୟତଃ ଜାତୀୟ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥାଏ ବୋଲି କୁହାଯାଏ। ବର୍ତ୍ତମାନ ଏହି ମୁକାବିଲା ବିଜେପି-କଂଗ୍ରେସ ମଧ୍ୟରେ ହେଉଛି। ହେଲେ ଏହା ସତ୍ୟ ହେଉଛି ଯେ ଉଭୟ ଜାତୀୟ ଦଳ ପ୍ରାୟ ୧୫-୨୫ ପ୍ରତିଶତ ଆସନରେ ମୁକବିଲାରୁ ବାଦ ପଡ଼ିଥାନ୍ତି। ଏପରି ଆସନରେ ଆଞ୍ଚଳିକ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥାଏ। ବର୍ତ୍ତମାନ ବିଜେପି ଏବଂ କଂଗ୍ରେସ ସମେତ ଦେଶରେ ମୋଟ ୬ ମାନ୍ୟତା ପ୍ରାପ୍ତ ଜାତୀୟ ଦଳ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ଥରର ଲୋକସଭା ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ ଦେଶରେ ଏପରି ୯୭ ଆସନ ରହିଛି ଯେଉଁଠାରେ ବିଜେପି କିମ୍ବା କଂଗ୍ରେସ ଲଢେଇରେ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ନଥିଲେ। ଏହି ଆସନ ମଧ୍ୟରୁ ସର୍ବାଧିକ ସଂଖ୍ୟକ ସିଟ୍ ଦକ୍ଷିଣ ଭାରତରେ ରହିଛି। କେବେ କଂଗ୍ରେସ ଗଡ଼ ହୋଇ ରହିଥିବା ଆନ୍ଧ୍ର ପ୍ରଦେଶରେ ୨୦୧୯ ଲୋକସଭା ନିର୍ବାଚନରେ ଲଢେଇ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ YSR କଂଗ୍ରେସ ଏବଂ ବିରୋଧି ଦଳ ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ତେଲୁଗୁ ଦେଶମ ପାର୍ଟି ମଧ୍ୟରେ ହୋଇଥିଲା। ଉଭୟ ଦଳ ରାଜ୍ୟର ସମସ୍ତ ୨୫ ଲୋକସଭା ଆସନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିଲେ।


୭ ଦଶନ୍ଧି ମଧ୍ୟରେ ହ୍ରାସ ପାଇଛି ଜାତୀୟ ଦଳ
ସ୍ୱାଧିନତା ପରେ ଯେତେବେଳେ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ କେବଳ ୫୩ ଦଳ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୪ ଜାତୀୟ ଦଳ ରହିଥିଲା। ହେଲେ ପ୍ରାୟ ୭ ଦଶନ୍ଧି ପରେ, ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ଦଳ ସଂଖ୍ୟା ୧୨ ଗୁଣ ବୃଦ୍ଧି ପାଇ ୬୭୧ ହୋଇଯାଇଥିଲା। ହେଲେ ଜାତୀୟ ଦଳ ସଂଖ୍ୟା ହ୍ରାସ ପାଇଥିଲା। ବର୍ତ୍ତମାନ କେବଳ ୬ ପଞ୍ଜୀକୃତ ଜାତୀୟ ଦଳ ଅଛନ୍ତି।


ତାମିଲନାଡୁରେ ଡିଏମକେ-ଏଆଇଏଡିଏମକେ ମଧ୍ୟରେ ହେଉଛି ମୁକାବିଲା 
୧୯୬୨ ମସିହାରେ ତାମିଲନାଡୁରେ କଂଗ୍ରେସ ଶେଷ ଥର ପାଇଁ ସରକାର ଗଠନ କରିଥିଲା। ପ୍ରାରମ୍ଭରେ ଡିଏମକେ ପ୍ରାଧାନ୍ୟ ବିସ୍ତାର କରିଥିଲା। ହେଲେ ୧୯୭୨ ମସିହାରେ ଏମ.ଜି ରାମଚନ୍ଦ୍ରନ୍ ଡିଏମକେ ଠାରୁ ଅଲଗା ହୋଇ ଏଆଇଏଡିଏମକେ ଗଠନ କରିବା ତାମିଲନାଡୁ ରାଜନୀତିରୁ କଂଗ୍ରେସ ଏକ ପ୍ରକାର ଅଦୃଶ୍ୟ ହୋଇଗଲା। ୭୦ ଦଶକ ପର ଠାରୁ ତାମିଲନାଡୁ ରାଜନୀତିରେ ଡିଏମକେ-ଏଆଇଏଡିଏମକେ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଗଲା। ଗତ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ୫ ପ୍ରତିଶତ ଭୋଟ୍ ପାଇଲ ନାହିଁ କିମ୍ବା ଦଳର ଖାତା ଖୋଲିନଥିଲା। ଅନ୍ୟପକ୍ଷରେ ବିଜେପି କେବଳ ଖାତା ଖୋଲିବାକୁ ସକ୍ଷମ ହୋଇଥିଲା।


କଂଗ୍ରେସ ହେଉଛି ଦୁର୍ବଳ; ବିଜେପି ହେଉଛି ମଜବୁତ 
ଦେଶର ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଆଞ୍ଚଳିକ ଦଳ ପ୍ରସଙ୍ଗରେ ଗତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳର ବିଶ୍ଳେଷଣରୁ ଜଣାପଡିଛି ଯେ କଂଗ୍ରେସ ଶକ୍ତି ହ୍ରାସ ପାଇବା ଦ୍ୱାରା ବିଜେପି ଉପକୃତ ହୋଇଛି। ଏକ ସମୟ ଥିଲା ଯେତେବେଳେ ବିହାରରେ ଲାଲୁ ପ୍ରସାଦ, ଉତ୍ତର ପ୍ରଦେଶର ମୁଲାୟମ ସିଂହ ଯାଦବ ଏବଂ ମାୟାବତୀ ଏବଂ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କଂଗ୍ରେସ ପ୍ରାଧାନ୍ୟ ସମାପ୍ତ କରି ବିଜେପି ଭଳି ଜାତୀୟ ଦଳକୁ ନିୟନ୍ତ୍ରଣରେ ରଖିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ ଏବଂ ମମତା ବାନାର୍ଜୀ ଜାତୀୟ ଦଳଙ୍କ ଲାଗି ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। 


ଗତ ଥରର ଲୋକସଭା ନିର୍ବାଚନରେ ​​ଆଞ୍ଚଳିକ ଦଳକୁ ମିଳିଥିଲା ୧୪୫ ସିଟ୍
ଉତ୍ତର ଠାରୁ ଦକ୍ଷିଣ ପର୍ଯ୍ୟନ୍ତ ରାଜ୍ୟରେ ବ୍ୟାପିଥିବା ଆଞ୍ଚଳିକ ଦଳ ଗତ ନିର୍ବାଚନରେ ୧୪୫ ସିଟ୍ ପାଇଥିଲେ। ଏହା ମଧ୍ୟରେ ଏଭଳି ଅନେକ ଆସନ ମଧ୍ୟ ଅନ୍ତର୍ଭୂକ୍ତ ରହିଛି ଯେଉଁଠି ଆଞ୍ଚଳିକ ଦଳ ବିଜେପି କିମ୍ବା କଂଗ୍ରେସ ସହ ମେଣ୍ଟ କରି ମିଳିଥିଲା। କଂଗ୍ରେସ ଦୁର୍ବଳ ହେବା ପର ଠାରୁ ପଶ୍ଚିମବଙ୍ଗରେ ମୁଖ୍ୟ ପ୍ରତିଯୋଗିତା ତୃଣମୂଳ କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ହେଉଥିଲା। ହେଲେ ବିଜେପି ଭଳି ଜାତୀୟ ଅଭ୍ୟୁଦୟ ହେବା ଫଳରେ ରାଜ୍ୟରେ ଉଭୟଙ୍କ ପାଇଁ ରାସ୍ତା କଷ୍ଟକର ହୋଇଗଲା।