how homeless voters can cast their vote: ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣ କରି ସାରିଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇସାରିବା ପରେ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବା ସହ ସେମାନଙ୍କ ଦଳୀୟ ପ୍ରଚାର ଅଭିଯାନକୁ ଆଗେଇ ନେଉଛନ୍ତି। ବିଭିନ୍ନ ବର୍ଗର ମତଦାତାଙ୍କ ସମର୍ଥନ ହାସଲ କରିବା ପାଇଁ ରାଜନୈତିକ ଦଳ ଏବଂ ଏହାର ଦଳୀୟ ପ୍ରାର୍ଥୀ ପ୍ରୟାସ ଜାରି ରଖିଛନ୍ତି। ସମଗ୍ର ଦେଶରେ ବାସହୀନ ମତଦାତାଙ୍କ ଏକ ବଡ଼ ସଂଖ୍ୟା ରହିଛି। ବିଭିନ୍ନ ନିର୍ବାଚନରେ ବାସହୀନ ବର୍ଗର ମତଦାତା ସେମାନଙ୍କର ଭୋଟ୍ ଅଧିକାର ବ୍ୟବହାର କରିବାରେ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିଥାନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ଏକ ସମାଧାନ ଆଣିଛନ୍ତି। ଯାହା ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ସହଜରେ ମତଦାନ କରିପାରିବେ। ଫର୍ମ-୬ (ECI Form-6) ମାଧ୍ୟମରେ ଆବେଦନରୁ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଫର୍ମ-୬ ବିଶେଷ ଭାବରେ ନୂତନ ମତଦାତାଙ୍କ ପଞ୍ଜୀକରଣ (Registration of New Voters in India) ପାଇଁ ପ୍ରସ୍ତୁତ କରାଯାଇଛି। ବାସସ୍ଥାନ ପ୍ରମାଣ ବିନା ବାସହୀନ ବ୍ୟକ୍ତି ମଧ୍ୟ ପଞ୍ଜୀକରଣ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ମତଦାତାଙ୍କ ବାସସ୍ଥାନ ସ୍ଥିତି ଜାଣିବା ପାଇଁ ବୁଥ୍ ସ୍ତରର ଅଧିକାରୀ ଆବେଦନରେ ଉଲ୍ଲେଖ କରାଯାଇଥିବା ଠିକଣା ପରିଦର୍ଶନ କରି ଏକ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ କରିଥାନ୍ତି। ଏହି ପ୍ରକ୍ରିୟା ବାସସ୍ଥାନ ପ୍ରମାଣ କରିବାର ଆବଶ୍ୟକତାକୁ ଦୂର କରିଥାଏ।


ଫର୍ମ-୬ କ'ଣ? 
ଫର୍ମ-୬ ବାସହୀନ ମତଦାତାଙ୍କ (homeless voters in India) ପାଇଁ ଭୋଟର ତାଲିକାରେ (Voter List) ନାମ ଲେଖାଇବା କିମ୍ବା ଯଦି ସେମାନେ ନିଜ ବାସସ୍ଥାନ ବଦଳାଇଛନ୍ତି ତାହେଲେ ସେମାନଙ୍କର ବିବରଣୀ ଅପଡେଟ୍ କରିବା ପାଇଁ ଏକ ପ୍ରକ୍ରିୟା ଭାବେ କାର୍ଯ୍ୟ କରିଥାଏ। ଏହି ଫର୍ମ ପୂରଣ କରିବାର ପ୍ରକ୍ରିୟା ସରଳ। ଏହି ପ୍ରକ୍ରିୟା ନିର୍ବାଚନ ଆୟୋଗ ସରକାରୀ ୱେବସାଇଟ୍ କିମ୍ବା "ଭୋଟର ହେଲ୍ପଲାଇନ ମୋବାଇଲ୍ ଆପ୍" (Voter Helpline Mobile App) ମାଧ୍ୟମରେ ଅନଲାଇନ୍ ପଞ୍ଜୀକରଣ ମାଧ୍ୟମରେ କରିହେବ। 


ଫର୍ମ-୬ ପୂରଣ କରିବା ଲାଗି ଆବେଦନକାରୀଙ୍କୁ ଅତ୍ୟାବଶ୍ୟକ ବିବରଣୀ ପ୍ରଦାନ କରିବା ଆବଶ୍ୟକ ହୋଇଥାଏ। ଯେପରିକି ନାମ, ବୟସ, ଜନ୍ମ ତାରିଖ, ଠିକଣା, ଯୋଗାଯୋଗ ସୂଚନା, ଏବଂ ପରିଚୟ ଏବଂ ଠିକଣା ପ୍ରମାଣ ପତ୍ର। ଥରେ ଆବେଦନ ଦାଖଲ ହେବା ପରେ ଆବେଦନକାରୀ ସେମାନଙ୍କ ଭୋଟର ପରିଚୟ ପତ୍ର ସ୍ଥିତି ଉପରେ ନଜର ରଖିବା ପାଇଁ ଇମେଲ ମାଧ୍ୟମରେ ଏକ ଟ୍ରାକିଂ ଲିଙ୍କ (Tracking Link) ଗ୍ରହଣ କରିଥାନ୍ତି। ସାଧାରଣତଃ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରି ଭୋଟର ପରିଚୟ ପତ୍ର (Voter ID Card) ପ୍ରଦାନ କରିବାକୁ ପ୍ରାୟ ୩୦ ଦିନ ସମୟ ଲାଗିଥାଏ।