HD Deve Gowda on Nitish Kumar: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧି "ଇଣ୍ଡିଆ" ମେଣ୍ଟରେ ସାମିଲ ହୋଇଥିବା ଜେଡିୟୁ ନେତା ନୀତୀଶ କୁମାରଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି  ଜେଡ଼ିଏସ ଅଧ୍ୟକ୍ଷ ଏଚଡି଼ ଦେବେଗୌଡ଼ା। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ଦାବି କରିଛନ୍ତି ଯେ ପ୍ରାୟ ୪ ମାସ ପୂର୍ବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ବିରୋଧି ମେଣ୍ଟରେ ଆସିବାକୁ ପ୍ରସ୍ତାବ ଦେଇଥିଲେ।


COMMERCIAL BREAK
SCROLL TO CONTINUE READING

ଜେଡ଼ିଏସ ଅଧ୍ୟକ୍ଷ ଏଚଡି଼ ଦେବେଗୌଡ଼ା (JDS President HD Deve Gowda) କହିଛନ୍ତି ଯେ ଜେଡ଼ିୟୁ ନେତା ନୀତୀଶ କୁମାର (JDU Leader Nitish Kumar) ଜନତା ଦଳର ପୂର୍ବତନ ଗୋଷ୍ଠୀକୁ (Former Janata Dal Faction) ମିଶାଇ "ଜନତା ଫ୍ରିଡମ ଫ୍ରଣ୍ଟ" (Janata Freedom Front) ଗଠନ କରିବାକୁ ଚାହୁଁଛନ୍ତି। ଏ ସମ୍ପର୍କରେ ତାଙ୍କୁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜଣଙ୍କ (Former Prime Minister of India) ଦାବି କରିଛନ୍ତି ଯେ ସେ ଜନତା ବିହାର ମୁଖ୍ୟମନ୍ତ୍ରୀଙ୍କ ଦଳ (Bihar CM Party) ସହିତ ଯିବାକୁ ମନା କରି ଦେଇଛନ୍ତି ଏବଂ ତାଙ୍କୁ କଂଗ୍ରେସ (Congress) ପକ୍ଷରୁ ମିଳିଥିବା ବିଶ୍ୱାସଘାତକତାକୁ ମନେ ପକାଇ ଦେଇଛନ୍ତି।


ଆହୁରି କ'ଣ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡ଼ା
NDTV ସହ କଥାବାର୍ତ୍ତା କରିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡ଼ା (Former PM HD Deve Gowda) କହିଛନ୍ତି ଯେ ସେ ନୀତୀଶ କୁମାରଙ୍କ ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି ଯେ ତାଙ୍କୁ ୯୧ ବର୍ଷ ବୟସ ହୋଇସାରିଛି। କୌଣସି ଜାତୀୟ ପଦ ପଦବୀ ପାଇବା ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ। ଜେଡ଼ିଏସ ନୀତିଶ କୁମାର ନୀତୀଶ କୁମାର ଏବଂ କଂଗ୍ରେସ  ବିରୋଧି "ଇଣ୍ଡିଆ" ମେଣ୍ଟରେ (Indian National Developmental Inclusive Alliance) ସାମିଲ ହେବା ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ ରହିଛି। 


ଏନେଇ ସେ କହିଛନ୍ତି ଯେ, ପ୍ରାୟ ମାସ ୪ ପୂର୍ବେ ନୀତୀଶ କୁମାର ତାଙ୍କ ଦଳର ସଭାପତି ତଥା ଅନ୍ୟ ବରିଷ୍ଠ ନେତାଙ୍କୁ ମୋତେ ମନାଇବା ପାଇଁ ପଠାଇଥିଲେ। ହେଲେ ମୁଁ ସେମାନଙ୍କ ପ୍ରସ୍ତାବରେ ସହମତ ହୋଇନଥିଲି। ମୁଁ ସେମାନଙ୍କୁ କହିଥିଲି ଯେ ମୁଁ କଂଗ୍ରେସ ପକ୍ଷରୁ ମିଳିଥିବା ବିଶ୍ୱାସଘାତକତା ଦେଖିସାରିଛି। ଯଦି ଆପଣ ଆଗକୁ ବଢିବାକୁ ଚାହୁଁଛନ୍ତି ତାହେଲେ ଆପଣ ଅନ୍ୟ ଦଳ ସହ ଯୋଗାଯୋଗ କରିପାରିବେ। 


କଂଗ୍ରେସ ବିରୋଧରେ ବର୍ଷିଲେ ଜେଡ଼ିଏସ ଅଧ୍ୟକ୍ଷ ଏଚଡି଼ ଦେବେଗୌଡ଼ା 
ଏହି ସାକ୍ଷାତକାର ସମୟରେ ଜେଡ଼ିଏସ ଅଧ୍ୟକ୍ଷ ଏଚଡି଼ ଦେବେଗୌଡ଼ା କଂଗ୍ରେସ (HD Deve Gowda Targets Congress) ବିରୋଧରେ ବର୍ଷିଥିଲେ। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ଭାବୁଛି ଯେ ସେମାନେ କର୍ଣ୍ଣାଟକ ରାଜନୀତିରୁ (Karnataka Politics) ଆମ ଦଳକୁ ହଟାଇଦେବେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ (Karnataka CM Siddaramaiah) ସମ୍ପର୍କରେ ପ୍ରତିକ୍ରିୟା ରଖି  ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ତାଙ୍କୁ ରାଜନୀତିକୁ ଆଣିଥିଲି। ହେଲେ ଆଜି ସେମାନେ କହୁଛନ୍ତି ଯେ ଯଦି ବିରୋଧି ମେଣ୍ଟରେ ସାମିଲ ହୁଏ ତାହେଲେ ସେମାନେ "ଇଣ୍ଡିଆ" ଗୋଷ୍ଠୀରୁ ବାହାରିଯିବେ।


ଆପଣଙ୍କର ମନେଥିବ ଯେ ଗତ ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଗଠିତ ହୋଇଥିଲା। ମାତ୍ର ଏହି ମେଣ୍ଟ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ। ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ (Lok Sabha Election 2024) ଜେଡିଏସ୍, ବିଜେପି (BJP JDS Alliance 2024) ସହ ମେଣ୍ଟ କରିଛି।