Bihar Politics: ନୀତିଶ କୁମାରଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ସ୍ପଷ୍ଟ ଜବାବ ରଖିଲା ଜେଡିୟୁ
Opposition Prime Minister Candidate: ବିହାରରେ ମହାମେଣ୍ଟ ସରକାର କ୍ଷମତାକୁ ଆସିବା ପରେ ଜେଡିୟୁ ନେତା ନୀତୀଶ କୁମାର ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।
JDU on Nitish Kumars PM Candidacy: ଏନଡିଏ ମେଣ୍ଟରୁ ବାହାରି ଯିବା ପରେ ପୁଣି ଥରେ ଆରଜେଡି, କଂଗ୍ରେସ, ବାମ ଦଳ ସମର୍ଥନରେ ରାଜ୍ୟରେ ଦ୍ୱିତୀୟ ଥର ଲାଗି ମହାମେଣ୍ଟ ସରକାର ଗଠନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରତିଷ୍ଠାତା ନୀତିଶ କୁମାର। ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରୁ ବାହାରି ଯିବା ପରେ ଜେଡିୟୁ ନେତା ନୀତିଶ କୁମାର ବିରୋଧି ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏପରିକି ବିହାର ରାଜଧାନୀ ପାଟନାସ୍ଥିତ ଜେଡିୟୁ କାର୍ଯ୍ୟାଳୟ (Patna JDU Office) ବାହାରେ ଦଳର ପ୍ରତିଷ୍ଠାତା ନୀତିଶ କୁମାରଙ୍କ (JDU Founder Nitish Kumar) ସମର୍ଥନରେ ପୋଷ୍ଟର ଲଗାଯାଇଛି। ଯାହା ସ୍ପଷ୍ଟ ଭାବେ ଏହା ସୂଚିତ କରୁଛି ଯେ ବିରୋଧି ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ଅନ୍ୟ ପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛି ସହଯୋଗୀ ଆରଜେଡି। ହେଲେ ଏହି ପ୍ରସଙ୍ଗରେ ଜେଡିୟୁ ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ସ୍ପଷ୍ଟ ଭାବେ କହିଛନ୍ତି ଯେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ନୁହଁନ୍ତି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଦଳର ନେତା ନୀତିଶ କୁମାର ବିରୋଧି ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଗଣମାଧ୍ୟମ ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ପାଦ। ବିରୋଧୀ ଦଳଙ୍କୁ ଏକଜୁଟ କରିବା ହେଉଛି ତାଙ୍କର ଲକ୍ଷ୍ୟ।
ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ (JDU National President Nitish Kumar) କହିଛନ୍ତି ଯେ ନୀତୀଶ କୁମାରଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ କିଛି ଲୋକ ନିଜର ଏଜେଣ୍ଡା ଚଳାଉଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ହେଉଥିବା ଗଣମାଧ୍ୟମ ଦ୍ୱାରା ସୃଷ୍ଟ। ମାତ୍ର ପାଟନା ସ୍ଥିତ ଜେଡିୟୁ କାର୍ଯ୍ୟାଳୟ ବାହାରେ ତାଙ୍କ ସମର୍ଥନରେ ପୋଷ୍ଟର ଲଗାଯିବା ଉପରେ ପ୍ରତିକ୍ରିୟା ରଖି ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ଦଳର ପ୍ରତିଷ୍ଠାତା ମିଥ୍ୟ ପ୍ରତିଶୃତି ଦିଅନ୍ତି ନାହିଁ। ଜେଡିୟୁ କହିଛି ଯେ ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ କୁମାରଙ୍କ ପାଖରେ ସମସ୍ତ ଗୁଣ ରହିଛି, ହେଲେ ସେ ଏହି ପଦ ପାଇଁ ପ୍ରାର୍ଥୀ ନୁହଁନ୍ତି।
ବର୍ତ୍ତମାନ ବିହାର ପାଟନାସ୍ଥିତ ଜେଡିୟୁ କାର୍ଯ୍ୟାଳୟ ବାହାରେ ଦଳର ପ୍ରତିଷ୍ଠାତା ନୀତିଶ କୁମାରଙ୍କ ସମର୍ଥନରେ ଲଗାଯାଇଥିବା ପୋଷ୍ଟର ଜରିଆରେ ଏହା ସ୍ପଷ୍ଟ ହୋଇଛି ଯେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଉପସ୍ଥାପିତ କରିବା ପାଇଁ ଦଳ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଏହି ପୋଷ୍ଟର ମାଧ୍ୟମରେ ନୀତୀଶ କୁମାରଙ୍କୁ କେବଳ ବିହାରର ନୁହେଁ ବରଂ ଦେଶର ଜଣେ ନେତା ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଇଛି। ତାଙ୍କର ସୁଶାସନ ବାବୁ ପ୍ରତିଛବିକୁ ଅଧିକ ଚମକାଇବା ଲକ୍ଷ୍ୟରେ ଏହି ପୋଷ୍ଟର ଲଗାଯାଇଛି।
ବିହାରରେ ମହାମେଣ୍ଟ ସରକାର କ୍ଷମତାକୁ ଆସିବା ପରେ ଜେଡିୟୁ ନେତା ନୀତୀଶ କୁମାର ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (Opposition Prime Minister Candidate) ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ହେଲେ ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ବିଭିନ୍ନ ବିଭିନ୍ନ ଦଳର ନେତାଙ୍କୁ ଭେଟି ସେମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ସେ ପାଟନା ଠାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଏବଂ ନୀତୀଶ କୁମାରଙ୍କୁ ଭେଟିଥିଲେ।
Also Read: Lok Sabha Election 2024: ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବିରୋଧି ଦଳରେ ଛକାପଞ୍ଝା ଜାରି
ହେଲେ ଏହି ଭେଟଘାଟ ପରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar CM Nitish Kumar) ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ (Telangana CM KCR) ବିରୋଧି ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା। ହେଲେ ଏହି ପ୍ରଶ୍ନ ଉପରେ ନା ବିହାର ନା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କୌଣସି ଜବାବ ରଖିଥଲେ। ବିରୋଧି ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ପ୍ରସଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପ୍ରସ୍ତୁତ ନୁହଁନ୍ତି।ଯ କାରଣ ଏହା କରିବା ଦ୍ୱାରା ବିରୋଧୀ ଦଳ ଏକତାରେ ଫାଟ ସୃଷ୍ଟି ହୋଇପାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal Chief Minister Mamata Banerjee) ଠାରୁ ଏନସିପି ସୁପ୍ରିମୋ ଶରଦ ପାୱାର (NCP Supremo Sharad Pawar) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଠାରୁ ଆରମ୍ଭ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପର୍ଯ୍ୟନ୍ତ ଏହି ସମସ୍ତ ନେତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକାଠି କରିବା ପ୍ରୟାସରେ ନିୟୋଜିତ ଅଛନ୍ତି। ଯାହା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏବଂ ବିଜେପି ବିରୋଧରେ ଦୃଢ ମୁତାବିଲା କରାଯାଇ ପାରିବ।