Maharashtra Cabinet Expansion: ମହାରାଷ୍ଟ୍ର କ୍ୟାବିନେଟ ବିସ୍ତାର ହେବାର ୫ ଦିନ ପରେ ଶପଥ ନେଇଥିବା ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସାର୍ବଜନୀନ ନିର୍ମାଣ ଏବଂ ପରିବହନ ବିଭାଗ, ନଗର ଉନ୍ନୟନ ମନ୍ତ୍ରଣାଳୟ ତାଙ୍କ ପାଖରେ ରଖିଛନ୍ତି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କୁ ଗୃହ, ଅର୍ଥ, ଜଳ ସମ୍ପଦ, ଆବାସ ଏବଂ ବିଦ୍ୟୁତ ବିଭାଗ ପ୍ରଦାନ କରାଯାଇଛି। ରାଜ୍ୟରେ ଶିବସେନା-ବିଜେପି ସରକାରର ପ୍ରଥମ କ୍ୟାବିନେଟ ବିସ୍ତାରର ୫ ଦିନ ପରେ ଶପଥ ନେଇଥିବା ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଅଗଷ୍ଟ ୧୪ ତାରିଖ ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କୁ (Maharashtra Deputy CM Devendra Fadnavis) ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ବଣ୍ଟନ କରିଛନ୍ତି। ଅଗଷ୍ଟ ୯ ତାରିଖ ମଙ୍ଗଳବାର ନିଜର ୨ ସଦସ୍ୟ ବିଶିଷ୍ଟ କ୍ୟାବିନେଟ ବିସ୍ତାର କରିଥିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ। ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୪୧ ଦିନ ପରେ ସେ ୧୮ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଇଥିଲେ। ନୂତନ ମନ୍ତ୍ରୀଙ୍କ ମଧ୍ୟରେ ୯ ଜଣ ବିଦ୍ରୋହୀ ଶିବସେନା ବିଧାୟକ ଏବଂ ଅନ୍ୟ ୯ ଜଣ ବିଜେପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।


ରାଜ୍ୟ କ୍ୟାବିନେଟ ବିସ୍ତାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ଅର୍ଥ ଏବଂ ଯୋଜନା ବିଭାଗ ସମ୍ଭାଳିବେ। ସେହିପରି ବିଜେପି ବିଧାୟକ ରାଧାକୃଷ୍ଣ ପାଟିଲଙ୍କୁ (BJP MLA Radhakrishna Vikhe Patil) ରାଜସ୍ୱ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଦଳର ଅନ୍ୟତମ ବିଧାୟକ ସୁଧୀର ମୁନଙ୍ଗଟିୱାରଙ୍କୁ (BJP MLA Sudhir Mungantiwar) ଜଙ୍ଗଲ ବିଭାଗ ପ୍ରଦାନ କରାଯାଇଛି। ସେ ପୂର୍ବରୁ ମଧ୍ୟ ଏହି ବିଭାଗ ଦାୟିତ୍ୱରେ ରହିଥଲେ।


Also Read: Maharashtra Cabinet Expansion: କେଉଁ ଦଳ ଖାତାକୁ ଯିବ କେଉଁ ବିଭାଗ?


ମହାରାଷ୍ଟ୍ର ବିଜେପି ଶାଖାର ପୂର୍ବତନ ଅଧ୍ୟକ୍ଷ ତଥା ଦଳୀୟ ବିଧାୟକ ଚନ୍ଦ୍ରକାନ୍ତ ପାଟିଲଙ୍କୁ (BJP MLA Chandrakant Patil) ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରଦାନ କରାଯାଇଛି। ସେ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ନିକଟତମ ସହଯୋଗୀ ଦୀପକ କେସରକରଙ୍କ (Deepak Kesarkar) ବିଦ୍ୟାଳୟ ଶିକ୍ଷା ଏବଂ ଅବଦୁଲ ସତ୍ତାରଙ୍କୁ (Abdul Sattar) କୃଷି ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୪୧ ଦିନ ପରେ ସେ ୧୮ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଇଥିଲେ। ନୂତନ ମନ୍ତ୍ରୀଙ୍କ ମଧ୍ୟରେ ୯ ଜଣ ବିଦ୍ରୋହୀ ଶିବସେନା ବିଧାୟକ ଏବଂ ଅନ୍ୟ ୯ ଜଣ ବିଜେପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।


ଗତ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନେତୃତ୍ୱାଧିନ ମନ୍ତ୍ରିମଣ୍ଡଳ ବିସ୍ତାରରେ ସାମିଲ ହୋଇଥିବା ମୋଟ ୧୮ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ପୂର୍ବରୁ ମନ୍ତ୍ରୀ ହୋଇସାରିଛନ୍ତି। ଶପଥ ଗ୍ରହଣ କରିଥିବା ୧୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ଜଣେ ସଦସ୍ୟ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣରେ କୌଣସି ମହିଳାଙ୍କୁ ସ୍ଥାନ ଦିଆଯାଇ ନାହିଁ। ନୂତନ ମନ୍ତ୍ରୀଙ୍କ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଠୋଡ଼ ଅଛନ୍ତି। ଯିଏ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରରେ ଜଙ୍ଗଲ ମନ୍ତ୍ରୀ ଥିଲେ। ଜଣେ ମହିଳାଙ୍କୁ ଆତ୍ମହତ୍ୟା କରିବା ଲାଗି ସେ ବାଧ୍ୟ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯିବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହି ନୂତନ ମନ୍ତ୍ରୀଙ୍କ ମଧ୍ୟରେ ମହରାଷ୍ଟ୍ର ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ସାମିଲ ଅଛନ୍ତି। ସେ ଗତ ୨୦୧୪-୧୯ ପର୍ଯ୍ୟନ୍ତ ତତ୍କାଳୀନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଏବଂ ଲୋକ ନିର୍ମାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।


ଏହା ପୂର୍ବରୁ ରାଜ୍ୟରେ କ୍ଷମତାସୀନ ରହିଥିବା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରରେ ୪୩ ଜଣ ମନ୍ତ୍ରୀ ରହିଥିଲେ।  ଗତ ୨୦୧୯ ନଭେମ୍ବର ୨୮ ତାରିଖ ରେ ଯେତେବେଳେ ମହାବିକାଶ ଅଗାଡ଼ି ସରକାର ଶପଥ ଗ୍ରହଣ କରିଥିଲା ସେତେବେଳେ ଶିବସେନା, କଂଗ୍ରେସ ଏବଂ ଏନସିପି ପ୍ରଭୃତି ଦଳରୁ ୨ ଜଣ ମନ୍ତ୍ରୀ ହୋଇଥିଲେ।  ସେତେବେଳେ ମହାରାଷ୍ଟ୍ର କଂଗ୍ରେସ ସଭାପତି ବାଲାସାହେବ ଥୋରାଟ ଏବଂ ଦଳୀୟ ବିଧାୟକ ନୀତିନ ରାଉତ, ଶିବସେନା ବିଧାୟକ ଏକନାଥ ସିନ୍ଦେ ଏବଂ ସୁଭାଷ ଦେଶାଇ, ଏନସିପି ବିଧାୟକ ଜୟନ୍ତ ପାଟିଲ ଏବଂ ଛଗନ ଭୁଜବଳ ଏହି ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୪୩ ହୋଇଥିଲା। ରାଜ୍ୟ ମନ୍ତ୍ରିମଣ୍ଡଳରେ ମୋଟ ୪୩ ମନ୍ତ୍ରୀ ପଦ ରହିଛି। ପରେ ରାଜ୍ୟ କ୍ୟାବିନେଟ ପୁନର୍ବାର ସମ୍ପ୍ରସାରିତ ହୋଇପାରେ। ବିଦ୍ରୋହୀ ଶିବସେନା ବିଧାୟକ ସଞ୍ଜୟ ଶିରସାଟ (Sanjay Shirsat) ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନ ଥିବାରୁ ସେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି।