Shinde Taunts to Raut: ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଜୁଲାଇ ୩୧ ତାରିଖ ରବିବାର ବିଳମ୍ବିତ ରାତ୍ରୀରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ରାଉତଙ୍କୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ପ୍ରତିଦିନ ସକାଳ ଆଠଟା ବେଳେ ବାଜୁଥିବା ହର୍ଣ୍ଣ ବନ୍ଦ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ (Patra Chawl Land Scam) ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡ଼ି (ED) ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ (Shiv Sena MP Sanjay Raut) ୯ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ଗତକାଲି ମଧ୍ୟ ରାତ୍ରୀରେ ଗିରଫ କରାଯାଇଥିଲା। ଏହି ଘଟଣାରେ ହେଉଥିବା ତଦନ୍ତରେ ସଞ୍ଜୟ ରାଉତ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଛି ଇଡ଼ି।


ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରବିବାର ତାଙ୍କ ବାସଭବନରେ ୯ ଘଣ୍ଟାରୁ ଅଧିକ ସମୟ ଧରି ଖୋଳତାଡ କରିବା ପରେ ତାଙ୍କୁ ହେପାଜତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କୁ ହେପାଜତକୁ ନେବାର କିଛି ସମୟ ପରେ କେନ୍ଦ୍ରୀୟ ଏଜେନ୍ସି ଟିମ୍ ଅଫିସ ଅଭିମୁଖେ ବାହାରି ଥିଲେ। ରବିବାର ହୋଇଥିବା ଚଢାଉ ସମୟରେ ତାଙ୍କ ଘରୁ ୧୧ ଲକ୍ଷ ଟଙ୍କା ଜବତ କରିଯାଇଛି। 


ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde)। ଏନେଇ ସେ କହିଛନ୍ତି ଯଦି ସଞ୍ଜୟ ରାଉତ ନିର୍ଦ୍ଦୋଷ ତାହେଲେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ସେ ଭୟଭୀତ ହେବାର କୌଣସି କାରଣ ନାହିଁ। ସଞ୍ଚୟ ରାଉତ କହୁଛନ୍ତି ଯେ ସେ କିୌଣସି ଭୁଲ କରିନାହାଁନ୍ତି। ଯଦି ସେ  ଭୁଲ କରିନାହାଁନ୍ତି ବୋଲି କହୁଛନ୍ତି ତାହାଲେ ସେ କାହିଁକି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ତଦନ୍ତଙ୍କୁ ଭୟ କରୁଛନ୍ତି?  ଯଦି ସେ ନିର୍ଦ୍ଦୋଷ ତାହେଲେ ସେ କାହଁକି ଭୟଭୀତ ହୋଇ ଉଠୁଛନ୍ତି? 


Also Read: Maharashtra Politics: ଇଡି କାର୍ଯ୍ୟାନୁଷ୍ଠାକୁ ପ୍ରତିକ୍ରିୟା ରଖିଲେ ଏକନାଥ ସିନ୍ଦେ