Mumbai Ganesh Puja: ମାୟା ନଗରୀ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ବେଶ ଧୂମଧାନର ସହ ପାଳିତ ହୋଇଥାଏ ଗଣେଶ ପୂଜା। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ସହରରେ ଗଣେଶ ପୂଜ ହିନ୍ଦୁ-ମୁସଲମାନ ଏକତାର ଏକ ଉତ୍ତମ ଉଦାହରଣ ମଧ୍ୟ ଉପସ୍ଥାପନ କରିଥାଏ। ଗଣେଶ ପୂଜା ଅବସରରେ ଆୟୋଜିତ ହେଉଥିବା ରଥ ଯାତ୍ରାକୁ ଏକାଠି ମିଶି ଟାଣିଥାନ୍ତି ହିନ୍ଦୁ-ମୁସଲିମ। ବର୍ତ୍ତମାନ ମହାରାଷ୍ଟ୍ରରେ ଗଣେଶ ପୂଜା ପାଇଁ ଆରମ୍ଭ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ମାୟାନଗରୀ ମୁମ୍ବାଇର ଗଣପର୍ବ କୁହାଯାଉଥିବା ଗଣେଶ ପୂଜା ଏଥର ବେଶ ଧୂମଧାମରେ ପାଳିତ ହେବାକୁ ଯାଉଛି। ବିଗତ ଦୁଇ ବର୍ଷ ଧରି କୋରୋନା ମହାମାରୀ କାରଣରୁ ମୁମ୍ବାଇ ସହରରେ ଗଣେଶ ମହୋତ୍ସବ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ମୁମ୍ବାଇସ୍ଥିତ ୱର୍ଲି ଠାରେ ଶ୍ରୀ ଗଣେଶ ସେବା ମଣ୍ଡଳ (Mumbai Worli Sri Ganesh Seva Mandal) ବିଗତ ୧୦୦ ବର୍ଷ ଧରି ଗଣେଶ ମହୋତ୍ସବ (Ganesh Mahotsav) ଅବସରରେ ଗଣପତି ବପ୍ପା (Ganpati Bappa Morya) ପ୍ରତିଷ୍ଠା କରିଆସୁଛନ୍ତି। ଏହି ପୂଜା କମିଟି ବାବଦରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଯେତେବେଳେ ଗଣପତି ବପ୍ପା ଏଠାକୁ ଆସନ୍ତି  ସେତେବେଳେ ହିନ୍ଦୁ ତଥା ମୁସଲମାନ ସମାଜର (Hindu Muslim Community) ଲୋକେ ଗଣେଶ ପୂଜା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି।


ସନ୍ଧ୍ୟାବେଳେ ପଢା ଯାଉଥିବା  ନମାଜ ପରେ ମୁସଲମାନ ସମାଜର ଲୋକେ ମଧ୍ୟ ଶ୍ରୀ ଗଣେଶ ସେବା ମଣ୍ଡଳର ଗଣପତି ବପ୍ପାଙ୍କ ରଥ ଟାଣି ମଣ୍ଡପ ପର୍ଯ୍ୟନ୍ତ ନେଇଥାନ୍ତି। ବିଗତ ୧୦୦ ବର୍ଷ ଧରି ଏହି ଯାତ୍ରା ଚାଲିଛି। ଯେଉଁଠି ଗୋଟିଏ ପଟେ ହିନ୍ଦୁ-ମୁସଲମାନ ପ୍ରେମ (Hindu Muslim Brotherhood) ଏବଂ ଭାଇଚାରା ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ପଟେ ଗଣପତି ବପ୍ପାଙ୍କ ପ୍ରତି ସମ୍ମାନ ଦେଖାଯାଏ।


ଶ୍ରୀ ଗଣେଶ ସେବା ମଣ୍ଡଳ ସଭାପତି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ଉତ୍ସବ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ଦ୍ୱାରା ପାଳନ କରାଯାଏ। ଏହି ପରମ୍ପରାକୁ ତାଙ୍କ ଜେଜେବାପା ଏବଂ ତାଙ୍କ ପୂର୍ବ ପୁରୁଷ ଆରମ୍ଭ କରିଥିଲେ। ମୁସଲମାନ ସମାଜର ଲୋକେ ଗଣେଶଙ୍କ ରଥକୁ ସମ୍ପୂର୍ଣ୍ଣ ସମ୍ମାନର ସହିତ ଟାଣିଥାନ୍ତି। ଏହି ଅବସରରେ ରଥ ଟାଣୁଥିବା ମୁସଲମାନ ସମାଜର ଲୋକେ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ହିନ୍ଦୁସ୍ତାନୀ। ଏହା ହେଉଛି  ଆମର ବନ୍ଧୁ ଏବଂ ଭାଇଙ୍କ ପର୍ବ। ଆମେ ମଧ୍ୟ ଏହି ପର୍ବ ପାଳନ କରୁଛୁ। ସେମାନେ କହିଛନ୍ତି ଧର୍ମ ପରସ୍ପର ସହିତ ଶତ୍ରୁତା ରଖିବାକୁ ଶିକ୍ଷା ଦିଏ ନାହିଁ। 


Also Read: Karnataka: ଗଣେଷ ପୂଜା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା କର୍ଣ୍ଣାଟକ ୱାକଫ ବୋର୍ଡ


ବର୍ତ୍ତମାନ ସମଗ୍ର ଦେଶରେ ସାର୍ବଜନୀନ ଭାବେ ଯେଉଁ ଗଣେଶ ପୂଜା ପାଳନ କରାଯାଉଛି ତାହାକୁ ପ୍ରଥମେ ଆରମ୍ଭ କରିଥିଲେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ। ଏଥିପାଇଁ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା। ୧୮୯୪ ମସିହାରେ ତତ୍କାଳୀନ ଉଦାରବାଦୀ କଂଗ୍ରେସ ନେତାଙ୍କ ତୀବ୍ର ବିରୋଧକୁ ଖାତିର ନକରି ଲୋକମାନ୍ୟ ତିଲକ ଏହି ଗୌରବମୟ ପରମ୍ପରାର ମୂଳଦୁଆ ପକାଇଲେ। ଏହା ପରେ ସ୍ୱାଧୀନତା ସଂଗ୍ରାମ ଲାଗି ଜନସାଧାରଣ ଗଣେଶ ଉତ୍ସବ ଲୋକଙ୍କୁ ଏକାଠି କରିବାର ଏକ ମାଧ୍ୟମ ପାଲଟିଗଲା। 


ହଠାତ୍ ତାଙ୍କ ମନକୁ ଏକ ଧାରଣା ଆସିଲା ଯେ ଘରେ ପାଳନ କରାଯାଉଥିବା  ଗଣେଶ ଉତ୍ସବକୁ ସାର୍ବଜନୀନ ଉତ୍ସବ ଭାବେ ପାଳନ କରାଯାଉ। ଯାହା ଦ୍ୱାରା ସମସ୍ତ ଜାତିର ଲୋକେ ଏହି ପର୍ବରେ ଏକାଠି ହୋଇ ଅଂଶଗ୍ରହଣ କରିପାରିବେ। ପ୍ରାଚୀନ କାଳରୁ ଭାରତରେ ଗଣେଶ ପୂଜା ହୋଇଆସୁଛି। ମହରାଷ୍ଟ୍ରରେ ପେଶୱା ଶାସନ ଆରମ୍ଭ ହୋଇଯିବା ପରେ ଗଣେଶ ଉତ୍ସବ ପର୍ବ ପାଳନ କରିବାର ପରମ୍ପରା ଆରମ୍ଭ କରାଯାଇଥିଲା। ମାତ୍ର ଗଣେଶ ପୂଜାକୁ ଜନସାଧାରଣଙ୍କ ଲାଗି ସାର୍ବଜନୀନ କରିବାର ଲୋକମାନ୍ୟ ତିଲକଙ୍କୁ ଦିଆଯାଏ।


 


।