Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଏବେ ଚହଳ ସୃଷ୍ଟି କରିଛି ଜଣେ ଶିବସେନା ବିଧାୟକଙ୍କ ବୟାନ। ବିଦ୍ରୋହୀ ଗୋଷ୍ଠୀରେ ସାମିଲ ଥିବା ଶିବସେନା ବିଧାୟକ ନୀତିନ ଦେଶମୁଖ ଏକ ବୟାନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ବିଦ୍ରୋହୀ ଗୋଷ୍ଠୀରୁ ବାହାରି ଆସି ଅଭିଯୋଗ ଆଣି ସେ କହିଛନ୍ତି ମୋତେ ଅପହରଣ କରାଯାଇଛି।   


COMMERCIAL BREAK
SCROLL TO CONTINUE READING

ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀରେ ସାମିଲ ରହିଥିଲେ ନୀତିନ ଦେଶମୁଖ। ହେଲେ ଏବେ ସେ ନାଟକୀୟ ଢଙ୍ଗରେ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥନରେ ଆସିଛନ୍ତି। ମୋତେ ଅପହରଣ କରାଯାଇ ଗୁଜୁରାଟ ସୁରଟ ନିଆଯାଇଥିଲା। ହେଲେ ସେଠାରୁ ପଳାୟନ କରିଥିଲି ବୋଲି ଦାବି କରିଛନ୍ତି। ବିଳମ୍ବିତ ରାତି ସାଢେ ତିନିଟା ବେଳେ ମୁଁ ରାସ୍ତାରେ ପହଞ୍ଚିଥିଲି। ହେଲେ ରାସ୍ତାରେ ଜଣେ ବାଇକ ଚାଳକଙ୍କୁ ସାହାଯ୍ୟ ମାଗିବା ବେଳେ  ପାଖାପାଖି ୧୦୦ ପୋଲିସ ମୋ ପାଖରେ ପହଞ୍ଚି ମୋତେ  
ଡାକ୍ତରଖାନା ନେଇ ଯାଇଥିଲେ। ଡାକ୍ତରଖାନ ନେଇ ସେମାନେ ଏହା ଦର୍ଶାଇବାକୁ ଚାହୁଁଥିଲେ ଯେ ମୋତେ ହୃଦଘାତ ହେଉଛି। ଏହା ପରେ ମୋର ଚିକିତ୍ସା କରାଯାଇଥିଲା। ହେଲେ ମୋର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା। ହେଲେ ମୋତେ ଜବରଦସ୍ତ ଡାକ୍ତରଖାନା ନିଆଯାଇଥିଲା। 


ମୁଁ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଛି ବୋଲି କହିଛନ୍ତି ନୀତିନ ଦେଶମୁଖ। ହେଲେ ଶିବସେନା ବିଧାୟକଙ୍କ ପତ୍ନୀ ନିଖୋଜ ହେବା ରିପୋର୍ଟ  ସ୍ଥାନୀୟ ଥାନାରେ ଦାଖଲ କରିଥିଲେ। ଏନେଇ ସେ କହିଥିଲେ ଯେ ନୀତି ଦେଶମୁଖଙ୍କ ଜୀବନ ପ୍ରତି ବିପଦ ରହିଛି। ବିଧାୟକ ନୀତିନ ଦେଶମୁଖ ମହାରାଷ୍ଟ୍ରର ବାଲାପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ଦେଶମୁଖଙ୍କ ପତ୍ନୀ ପ୍ରାଞ୍ଚଲୀ ଅକୋଲା ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ ସେ ଗତ ଜୁନ୍ ୨୦ ତାରିଖ ସନ୍ଧ୍ୟା ସାତଟା ବେଳେ ସେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ ଏବଂ ସେବେ ଠାରୁ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା। ନିତିନ ଦେଶମୁଖଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଆଶଙ୍କା ପ୍ରକାଶ କରିଥିଲେ।


Also Read: Maharashtra Political Crisis: ସରକାର ଗଠନ କରିବା ଲାଗି ରହିଛି ୫ ବିକଳ୍ପ