Maharashtra Political Crisis: ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରର ନେତୃତ୍ୱ ନେଉଥିବା ଶିବ ସେନା ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିବା ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେ ନିଜକୁ ନୂଆ ବିଧାୟକ ଦଳ ନେତା ବୋଲି କହିଛନ୍ତି। ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ସେ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ଏକ ପତ୍ର ଲେଖିଛନ୍ତି। ଯେଉଁଥିରେ ତାଙ୍କ ସମର୍ଥନ କରୁଥିବା ବିଧାୟକଙ୍କ ହସ୍ତାକ୍ଷର ରହିଛି। ତାଙ୍କ ପାଖରେ ମୋଟ ଶିବ ସେନା ବିଧାୟକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକଙ୍କ ସମର୍ଥନ ରହିଥିବାରୁ ତାଙ୍କୁ ଶିବ ସେନା ବିଧାୟକ ଦଳ ନେତା ଗ୍ରହଣ କରିବାକୁ କୁହାଯାଇଛି।  
   
ଜୁନ ୨୨ ବୁଧବାର ରାତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ଛାଡି଼ ସାରିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ବଦଳୁଥିବା ପାଣିପାଗକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ ବିଧାନସଭା ଭଙ୍ଗ  କରିବାକୁ ସୁପାରିଶ କରିପାରନ୍ତି। ଶିବ ସେନା ନେତା ସଞ୍ଜୟ ରାଉତ ଏହାର ସଙ୍କେତ ଦେଇ ସାରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଶିବ ସେନା ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିବା ପ୍ରାୟ ୪୫ ବିଧାୟକ ଆସାମ ରାଜଧାନୀ ଗୌହାଟିସ୍ଥିତ ଏକ ହୋଟେଲ ଠାରେ ଅବସ୍ଥାନ କରୁଛନ୍ତି। ସେମାନଙ୍କ ହୋଟେଲ ବୁକିଂ ଅବଧିକୁ ଆହୁରି ସପ୍ତାହେ ପାଇଁ ବଢାଯାଇଛି।


ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ରାଜନୈତିକ ସଙ୍କଟ ଦୀର୍ଘ ସମୟ ଧରି ଚାଲିପାରେ ବୋଲି ବିଶ୍ୱାସ କରାଯାଏ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାର ରାଜ୍ୟପାଳଙ୍କୁ ଇସ୍ତଫା ଦେଇନାହାଁନ୍ତି। ଯଦି ସେ ତାଙ୍କ ଇସ୍ତଫା ପତ୍ର ଦାଖଲ କରନ୍ତି ତାହେଲେ ରାଜ୍ୟପାଳ ପରବର୍ତ୍ତୀ ପଦକ୍ଷେପ କ'ଣ ନେବେ ତାହା ଉପରେ ରହିଛି ନଜର।


Also Read: Maharashtra Political Crisis: ୪୨ ବିଧାୟକଙ୍କ ସହ ଶକ୍ତି ପ୍ରଦର୍ଶନ କଲେ ଏକନାଥ ସିନ୍ଦେ