Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଦଳ ସାମ୍ନାରେ ନିଜର ଦାବି ରଖିଛନ୍ତି ଗୁଜୁରାଟରୁ ଆସାମରେ ପହଞ୍ଚିଥିବା ଅସନ୍ତୁଷ୍ଟ ଶିବ ସେନା ବିଧାୟକଙ୍କ ନେତା ଭାବେ ଉଭା ହୋଇଥିବା ଏକନାଥ ସିନ୍ଦେ। ଏନେଇ ଟ୍ୱିଟ କରି ଏହି ବରିଷ୍ଠ ଶିବସେନା ନେତା ଜଣଙ୍କ କହିଛନ୍ତି ଆମେ ହେଉଛି ବାଲା ସାହେବଙ୍କ ଶିବ ସୈନିକ। ବାଲା ସାହେବ ଆମକୁ ହିନ୍ଦୁତ୍ୱ ବାବଦରେ ଶିଖାଇଥିଲେ। କ୍ଷମତା ପାଇଁ ଆମେ ବାଲା ସାହେବଙ୍କ ବିଚାର ଏବଂ ଧର୍ମବୀର  ଆନନ୍ଦ ଦିଘୀ ସାହେବଙ୍କ ଶିକ୍ଷା ସହ ଧୋକ୍କା ଦେଇପାରିବୁ ନାହିଁ। ନିଜ ଟ୍ୱିଟର ପ୍ରୋଫାଇଲ ପରିବର୍ତ୍ତନ କରି ଶିବ ସେନା ଶବ୍ଦ ହଟାଇ ଦେଇଛନ୍ତି ସେ।
 
ଗୁଜୁରାଟ ସୁରଟରୁ ଆସମ ରାଜଧାନୀ ଗୌହାଟି ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଗଣାମାଧ୍ୟମରେ ପ୍ରତିକ୍ରିୟା ରଖି ଏକନାଥ ସିନ୍ଦେ କହିଛନ୍ତି  ଆମେ ବାଲା ସାହେବ ସିନ୍ଦେଙ୍କ ହିନ୍ଦୁତ୍ୱ ଅନୁସରଣ କରୁଛୁ। ଏହାକୁ ଆଗକୁ ମଧ୍ୟ ଅନୁସରଣ କରିବୁ। ଆମେ ବାଲା ସାହେବଙ୍କ ଶିବ ସେନା ଛାଡି଼ନାହୁଁ ନା କେବେ ଛାଡିବୁ।


COMMERCIAL BREAK
SCROLL TO CONTINUE READING

ଶିବସେନା ପୁଣି ଥରେ ବିଜେପି ସହ ମେଣ୍ଟ କରୁ ବୋଲି ଚାହୁଛନ୍ତି ଏକନାଥ ସିନ୍ଦେ। ଏପରି ଏକ ଦାବି କରିଛନ୍ତି ଜଣେ ବରିଷ୍ଠ ଶିବ ସେନା ନେତା। ଏନେଇ ସେ କହିଛନ୍ତି ସୋମବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିବା ବେଳେ ଏକନାଥ ସିନ୍ଦେ କହିଥିଲେ ଶିବ ସେନା ବିଜେପି ସହ ମେଣ୍ଟ କରୁ ଏବଂ କଂଗ୍ରେସ-ଏନସିପି ସହ କରିଥିବା ମେଣ୍ଟ ଭାଙ୍ଗୁ। ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ବିଶ୍ୱସ୍ତ ମିଲିନ୍ଦ ନାରୱେକର ଏବଂ ରବୀନ୍ଦ୍ର ଫାଟକଙ୍କୁ ଏକନାଥ ସିନ୍ଦେଙ୍କ ସହ ଆଲୋଚନା କରିବା ଲାଗି ସୁରତ ପଠଇଥିଲେ। ହେଲେ ବିଜେପି  ସହ ମେଣ୍ଟ କରିବା ଲାଗି ଏକନାଥ ସିନ୍ଦେ ରଖିଥିବା ଦାବି ଉପରେ କୌଣସି ସ୍ପଷ୍ଟ ଜବାବ ରଖିନାହାଁନ୍ତି ଉଦ୍ଧବ ଠାକରେ।


Also Read: Maharashtra Politics: ଶିବସେନା ଆଗରେ ଏହି ବଡ ସର୍ତ୍ତ ରଖିଲେ ଦଳର ବିଦ୍ରୋହୀ ବିଧାୟକ