Maharashtra Politics: ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଠାଣେରେ ଠାକରେ ନେତୃତ୍ୱାଧୀନ ଶିବସେନା ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଠାଣେ ମ୍ୟୁନିସିପାଲ କର୍ପୋରେସନରେ ଦଳର ୬୭ଜଣ ପୂର୍ବତନ ପାରିଷଦଙ୍କ ମଧ୍ୟରୁ ୬୬ ଜଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏହି ଦଳକୁ ସମର୍ଥନ ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ୧୩୧ ସଦସ୍ୟ ବିଶିଷ୍ଟ ଠାଣେ ମ୍ୟୁନିସିପାଲ କର୍ପୋରେସନର କାର୍ଯ୍ୟକାଳ କିଛି ସମୟ ପୂର୍ବରୁ ଶେଷ ହୋଇଛି ଏବଂ ବର୍ତ୍ତମାନ ନିର୍ବାଚନ ହେବାକୁ ଯାଉଛି। ଏହି ମ୍ୟୁନିସିପାଲ କର୍ପୋରେସନ୍ (Thane Municipal Corporation) ଶିବସେନାର ଏକ ଗଡ଼ ଭାବରେ ପରିଗଣିତ ହୁଏ। କିନ୍ତୁ ଏଠାରେ ଥିବା ସିନ୍ଦେଙ୍କ କାର୍ଯ୍ୟାଳୟ ଏକ ବିଜ୍ଞପ୍ତିରେ କହିଛି ଯେ, ପୂର୍ବତନ ମେୟର ନରେଶ ମହାସକେଙ୍କ ନେତୃତ୍ୱରେ ୬୬ ପୂର୍ବତନ ଶିବସେନା ପାରିଷଦ ତାଙ୍କ ମୁମ୍ବାଇ ନିବାସ "ନନ୍ଦନବନ" ବଙ୍ଗଳା ଠାରେ ବୁଧବାର ରାତିରେ ସିନ୍ଦେଙ୍କୁ ଭେଟି ତାଙ୍କୁ ସମର୍ଥନ କରିଥିଲେ।


Also Read: ଦୁଇଟି ପର୍ଯ୍ୟାୟରେ ହେବ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ, ବିଜେପିକୁ ମିଳିବ ଏସବୁ ବିଭାଗ


ବିଧାୟକ ପରେ ଏବେ ପାରିଷଦମାନେ ଉଦ୍ଧବ ଠାକରେଙ୍କ ଉପରୁ ଭରସା ହରାଇଛନ୍ତି। ଗତ ମାସରେ ଶିବସେନା ବିରୋଧରେ ଏକନାଥ ସିନ୍ଦେ ବିଦ୍ରୋହ କରିଥିଲେ। ତାଙ୍କୁ ଅଧିକାଂଶ ଶିବସେନା ବିଧାୟକ ସମର୍ଥନ କରିଥିଲେ, ଯାହାଦ୍ୱାରା ଉଦ୍ଧବ ଠାକରେ ନେତୃତ୍ୱାଧୀନ ମହା ବିକାଶ ଆଘାଡି (MVA) ସରକାରଙ୍କ ପତନ ଘଟିଥିଲା। MVAରେ ଶିବସେନା ବ୍ୟତୀତ ଏନସିପି ଏବଂ କଂଗ୍ରେସ ମେଣ୍ଟ କରିଥିଲେ। ଛଅ ମାସ ପରେ ପୁଣି ସରକାର ଗଠନ କରିବାକୁ MVA ଆଶା ରଖିଛି।


ଏକାନାଥ ସିନ୍ଦେଙ୍କ ସମର୍ଥକ ଓ ବିଜେପି ମିଶି ମହାରାଷ୍ଟ୍ରରେ ନୂଆ ସରକାର ଗଠନ କରିଛନ୍ତି। ଜୁନ୍ ୩୦ରେ ଏକାନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାବେଳେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ଏହି ସରକାର ଛଅ ମାସ ମଧ୍ୟରେ ଭାଙ୍ଗି ଯିବ ବୋଲି ଏନସିପି ମୁଖ୍ୟ ସରଦ ପାୱାର ଓ କଂଗ୍ରେସ କହିଛନ୍ତି। ଏପରି କି ଉଦ୍ଧବ ଠାକରେ ମଧ୍ୟ ସମାନ କଥା କହିଛନ୍ତି।


Also Read: 'ଶିବସେନାର ଅଧ୍ୟକ୍ଷ ରହିବେ ଉଦ୍ଧବ ଠାକରେ, ବିଦ୍ରୋହୀ ଗୋଷ୍ଠୀର ମାନ୍ୟତା ନାହିଁ'


 


ଶିବସେନା ସାଂସଦ ଅରବିନ୍ଦ ସାୱତ ଗୁରୁବାର ଦାବି କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Eknath Shinde) ନେତୃତ୍ୱରେ ବିଦ୍ରୋହୀ ଅଲଗା ହେବା ସତ୍ତ୍ୱେ ଉଦ୍ଧବ ଠାକରେ (Uddhav Thackeray) ଦଳର ମୁଖ୍ୟ ରହିବେ। ସାୱନ୍ତ ଏକ ୱେବସାଇଟକୁ କହିଛନ୍ତି ଯେ, ଶିବସେନା (Shiv Sena) ଏକ ରାଜନୈତିକ ଦଳ ତଥା ବିଧାନସଭା ଦଳ ଭାବରେ ଦୁଇଟି ଭିନ୍ନ ଗୋଷ୍ଠୀ। ଆଇନ ଅନୁଯାୟୀ ଦୁଇ ତୃତୀୟାଂଶ ବିଧାୟକ ବିଦାୟ ନେଲେ ମଧ୍ୟ ଉଦ୍ଧବ ଠାକରେ ଶିବସେନା ସଭାପତି ରହିବେ ଓ ସେ କେବଳ ଦଳର ବିଧାନସଭା ଦଳର ନେତାଙ୍କୁ ନିଯୁକ୍ତ କରିପାରିବେ। ଠାକରେ ଓ ଶିବସେନାକୁ କେହି ଅଲଗା କରିପାରିବେ ନାହିଁ।