Maharashtra Politics: ବିଜେପି ସମର୍ଥନରେ ସରକାର ଗଠନ କରିବା ପରେ ଏବେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଏବେ ଶକ୍ତିଶାଳୀ ହେବାରେ ଲାଗିଛି। ବିଧାୟକଙ୍କ ପରେ ବର୍ତ୍ତମାନ ଶିବସେନା ସାଂସଦ ସିନ୍ଦେ ଗୋଷ୍ଠୀର  ଯୋଗଦେଉଥିବା ଚର୍ଚ୍ଚା ଆରମ୍ଭ ହୋଇସାରିଛି। ମୋଟ ୧୮ ଶିବସେନା ସାଂସଦଙ୍କ ମଧ୍ୟରୁ ୧୫ ଜଣ ସିନ୍ଦେ ଗୋଷ୍ଠୀ ସହ ଯୋଗାଯୋଗରେ ଅଛନ୍ତି। ପ୍ରଥମେ ଦଳର ବିଧାୟକଙ୍କ ପରେ ଏବେ ସାଂସଦ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଲାଗି ସମସ୍ୟା ବଢାଇ ଦେଇଛନ୍ତି। ଗତକାଲି ରାତିରେ ଶିବସେନା ସାଂସଦଙ୍କ ସହ ଏକନାଥ ସିନ୍ଦେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଦଳର ପ୍ରାୟ ଦୁଇ ତୃତୀୟାଂଶ ସାଂସଦଙ୍କୁ ସିନ୍ଦେ ଗୋଷ୍ଠରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି।


COMMERCIAL BREAK
SCROLL TO CONTINUE READING

ଏହାପୂର୍ବରୁ ବୁଧବାର ଶିବସେନା ଯୁବ ଶାଖା ସଭାପତି ଆଦିତ୍ୟ ଠାକରେଙ୍କୁ ଝଟକା ଦେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗେଷ୍ଠୀରେ ସାମିଲ ହୋଇଯାଇଥିଲେ ଶିବସେନା ଯୁବ ଶାଖା ନେତା ବିକାଶ ଗୋଗାୱାଲେ। ତାଙ୍କ ପିତା ଭାରତ ଗୋଗୱାଲେ ହେଉଛନ୍ତି ସିନ୍ଦେ ଗୋଷ୍ଠୀର ମୁଖ୍ୟ ସଚେତକ।


ଗତ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୋଗୱାଲେଙ୍କୁ ଦେଖିବାକୁ ମିଳିଥିଲା। ସେ ଗୁରୁ ପୂର୍ଣ୍ଣିମା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଆସିଥିଲେ। ବିକାଶ ଗୋଗାୱାଲେ ଦାବି କରିଛନ୍ତି ଯେ ଚଳିତ ସପ୍ତାହ ପର୍ଯ୍ୟନ୍ତ ଦଳୀୟ ଯୁବ ଶାଖାର ୫୦ ଜଣ ପଦାଧିକାରୀ ସିନ୍ଦେ ଗୋଷ୍ଠୀରେ ଯୋଗଦେବେ।


ଯୁବ ଶିବସେନା ନେତା ବିକାଶ ଗୋଗାୱାଲାଙ୍କ ପୂର୍ବରୁ ଶିବସେନା ମୁଖପାତ୍ର ତଥା ପୂର୍ବତନ ମୁମ୍ବାଇ କର୍ପୋରେଟର ଶତଲ ମ୍ହାତ୍ରେ ଦଳର କର୍ମକର୍ତ୍ତାଙ୍କ ସହ ମଙ୍ଗଳବାର ଦିନ ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଥିଲେ। ମଙ୍ଗଳବାର ଏକନାଥ ସିନ୍ଦେ ଦାବି କରିଛନ୍ତି ଯେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ଅନେକ ନେତା ତାଙ୍କ ସହ ଯୋଗାଯୋଗ କରୁଛନ୍ତି।


ବର୍ତ୍ତମାନର ଶିବସେନାର ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୪୦ ବିଧାୟକ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇସାରିଛନ୍ତି। ଅନ୍ୟପଟେ ଦଳର ମୋଟ ୧୮ ଲୋକସଭା ଶିବସେନା ସାଂସଦଙ୍କ ମଧ୍ୟରୁ ୧୫ ଜଣ ସିନ୍ଦେ ଗୋଷ୍ଠୀ ସହ ଯୋଗାଯୋଗରେ ଅଛନ୍ତି। ଦଳର ରାଜ୍ୟସଭା ସାଂସଦ ଏବଂ ବିଧାନ ପରିଷଦ ସଦସ୍ୟ ଏକାନାଥ ସିନ୍ଦେ ନା ଉଦ୍ଧବ ଠାକରେଙ୍କ ସାମିଲ ହେବେ ତାହା ଜଣାପଡି଼ନାହିଁ। ସରକାର ଗଠନ କରିବା ପରେ ଏବେ ସିନ୍ଦେ ଗୋଷ୍ଠୀ ଦଳୀୟ ସଙ୍ଗଠନକୁ ନିୟନ୍ତ୍ରଣ ନେବାକୁ ପ୍ରୟାସ କରୁଛି। ଶିବସେନାରେ ହୋଇଥିବା ବିଭାଜନ ପରେ ମହାରାଷ୍ଟ୍ର ରାଜନୀତିରେ ସିନ୍ଦେ ନା ଠାକରେ ଗୋଷ୍ଠୀର ଦବଦବା ଦେଖିବାକୁ ମିଳିବ ତାହା ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ମୁମ୍ବାଇ ନଗର ନିଗମ ନିର୍ବାଚନରେ ସ୍ପଷ୍ଟ ହୋଇଯିବ।    


Also Read: Maharashtra Politics: ସିନ୍ଦେ ଗୋଷ୍ଠୀ ସହ ଆରପାର ଲଢେଇ ପାଇଁ ପ୍ରସ୍ତୁତ ଠାକରେ ଗୋଷ୍ଠୀ


Also Read: Maharashtra Politics: ଧନୁ ତୀର ପାଇବାକୁ ନେଇ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି


Also Read: BMC Election 2022: ଠାକରେ ଗୋଷ୍ଠୀକୁ ଝଟକା, ମଜବୁତ ହେଉଛି ସିନ୍ଦେ ଗୋଷ୍ଠୀ