ମୁମ୍ୱାଇ: Maharashtra Politics: କ୍ଷମତା ଓ ଦଳ ପରେ ଏବେ ଶିବସେନା (Shiv Sena) ମୁଖ୍ୟ ଉଦ୍ଧବ ଠାକରେ (Uddhav Thackeray) ଙ୍କ ଘରେ ମଧ୍ୟ ଅସୁବିଧା ବଢୁଥିବା ଜଣାପଡିଛି ।  ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲ ଠାକରେ (Bal Thackeray) ଙ୍କ ବୋହୂ ସ୍ମିତା ଠାକରେ (Smita Thackeray) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଙ୍କୁ ଭେଟିଛନ୍ତି । ତେବେ ସେ ଏହି ବୈଠକକୁ ଶିଷ୍ଟାଚାର ବୋଲି କହିବା ସହ ସିନ୍ଦେ ଜଣେ ପୁରାତନ ଶିବ ସୈନକ ବୋଲି କହିଛନ୍ତି । ବିଶେଷ କଥା ହେଉଛି ସିନ୍ଦେଙ୍କ ସହ ସାକ୍ଷାତ କରିଥିବା ସ୍ମିତା ଠାକରେ ହେଉଛନ୍ତି ପ୍ରଥମ ସଦସ୍ୟ ।


COMMERCIAL BREAK
SCROLL TO CONTINUE READING

ସ୍ମିତା ଠାକରେ କହିଛନ୍ତି ଯେ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ଦକ୍ଷିଣ ମୁମ୍ବାଇର ସରକାରୀ ଗେଷ୍ଟ ହାଉସ୍ 'ସହୟାଦ୍ରି'ରେ ସିନ୍ଦେଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ, ଏକନାଥ ସିନ୍ଦେ ଜଣେ ପୁରୁଣା ଶିବ ସୈନିକ ଯିଏ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଏଠାକୁ ଆସିଛି । ମୁଁ ତାଙ୍କୁ ଓ ତାଙ୍କ କାର୍ଯ୍ୟକୁ ବହୁ ବର୍ଷ ଧରି ଜାଣିଛି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ଆମେ ଦୀର୍ଘ ଦିନ ଧରି ପରସ୍ପରକୁ ଜାଣିଛୁ । ତେଣୁ ମୁଁ ଆଜି ତାଙ୍କ ସହ ସାକ୍ଷାତ କରିଛି ।


ଶିବସେନାରେ ହୋଇଥିବା ବିଦ୍ରୋହ ବିଷୟରେ ପଚରାଯିବାରୁ ସ୍ମିତା କହିଛନ୍ତି ଯେ, ସେ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଓ ରାଜନୀତିରେ ନ ଥିବାରୁ ସେ ଏହା ବିଷୟରେ କିଛି ଜାଣନ୍ତି ନାହିଁ । ସେ ୧୯୯୫-୯୯ ମସିହାରେ ଶିବସେନାରେ ଜଣେ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଥିଲେ । ସ୍ମିତା ହେଉଛନ୍ତି ବାଲ ଠାକରେଙ୍କ ପୁଅ ଜୟଦେବ ଠାକରେଙ୍କ ପତ୍ନୀ ।


ଏହା ବି ପଢ଼ନ୍ତୁ:-ଅର୍ପିତା ମୁଖାର୍ଜୀଙ୍କ ଆଉ ଘରେ ମିଳିଲା ଟଙ୍କାର ପାହାଡ଼, ଟଙ୍କା ଗଣିବା ପାଇଁ ମଗାଇବାକୁ ପଡ଼ିଲା ୫ଟି ମେସିନ


ଏହା ବି ପଢ଼ନ୍ତୁ:-ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଫାଟ!


ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ୧୩୩ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା


କେନ୍ଦ୍ର ମନ୍ତ୍ରୀ ରାଓସୋହେବ ପାଟିଲ ଦାନଭେ ଦାବି କରିଛନ୍ତି ଯେ, ଜଲନା ଜିଲ୍ଲାର ବରିଷ୍ଠ ଶିବସେନା ନେତା ଅର୍ଜୁନ ଖୋତକର ଖୁବ୍ ଶୀଘ୍ର ସିନ୍ଦେଙ୍କ ଗୋଷ୍ଠୀରେ ଯୋଗଦେବେ । ବିଶେଷ କଥା ହେଉଛି ସୋମବାର ଖୋତକର ସିଏମ ସିନ୍ଦେଙ୍କୁ ଭେଟିଥିଲେ, ଯେଉଁଥିରେ ଜାନଭେ ମଧ୍ୟ ସାମିଲ ଥିଲେ । ଏହି ଚର୍ଚ୍ଚାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା ।​


ତେବେ ଖୋତକର ଉଦ୍ଧବଙ୍କ ସହ ରହିବା କଥା କହିଛନ୍ତି । ମଙ୍ଗଳବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଖୋତକର କହିଛନ୍ତି ଯେ, "ମୁଁ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି ଓ ସେ ମୋତେ ଚା' ଓ ଜଳଖିଆ ପାଇଁ ଆମନ୍ତ୍ରଣ କରିଥିଲେ । ଆମେ ସେଠାକୁ ଗଲୁ । କେବଳ ଏତିକି ହିଁ... ଯଦି ଏଥିରୁ କଳ୍ପନା ଜଳ୍ପନା ସୃଷ୍ଟି ହୁଏ, ତେବେ ହେବାକୁ ଦିଅନ୍ତୁ । ମୁଁ ଏବେ ମଧ୍ୟ ଶିବସେନାରେ ଅଛି... ଆମେ ୪୦ ବର୍ଷ ଧରି ବନ୍ଧୁ, ଯେତେବେଳେ ଡାକିଲେ ମୁଁ ଚା' ପାଇ ନଯିବି ତ ଏହା ଠିକ୍ ହେବ ନାହିଁ ନା ।"