BJP Leader Pankaja Munde: ମହାରାଷ୍ଟ୍ର କ୍ୟାବିନେଟ ବିସ୍ତାରର ସ୍ଥାନ ନ ମିଳିବାରୁ ଅସନ୍ତୁଷ୍ଟ ହୋଇଉଠିଛନ୍ତି ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟର ପରଲି ଆସନର ପୂର୍ବତନ ବିଧାୟିକା ପଙ୍କଜା ମୁଣ୍ଡେ। ମନ୍ତ୍ରୀ ପଦ ନ ମିଳିବା ପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବୋଧହୁଏ ତାଙ୍କ ପାଖରେ ମନ୍ତ୍ରୀ ହେବା ପାଇଁ ଯଥେଷ୍ଟ ଯୋଗ୍ୟତା ନାହିଁ। କ୍ୟାବିନେଟ ସମ୍ପ୍ରସାରଣରେ କୌଣସି ମହିଳାଙ୍କୁ ସ୍ଥାନ ଦିଆଯାଇ ନ ଥିବାରୁ ଏହାକୁ ସମାଲୋଚନା କରାଯାଉଛି।


COMMERCIAL BREAK
SCROLL TO CONTINUE READING

ଅଗଷ୍ଟ ୯ ତାରିଖ ମଙ୍ଗଳବାର ନିଜର ୨ ସଦସ୍ୟ ବିଶିଷ୍ଟ କ୍ୟାବିନେଟ ବିସ୍ତାର କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde)। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୪୧ ଦିନ ପରେ ସେ ୧୮ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଇଥିଲେ। ନୂତନ ମନ୍ତ୍ରୀଙ୍କ ମଧ୍ୟରେ ୯ ଜଣ ବିଦ୍ରୋହୀ ଶିବସେନା ବିଧାୟକ ଏବଂ ଅନ୍ୟ ୯ ଜଣ ବିଜେପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। 


ମନ୍ତ୍ରୀ ପଦ ନ ମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ଜାତୀୟ ସାଧାରଣ ସମ୍ପାଦକ (BJP National Secretary) ତଥା ରାଜ୍ୟର ପରଲି ଆସନର (Parli Assembly Constituency) ପୂର୍ବତନ ବିଧାୟିକା ପଙ୍କଜା ମୁଣ୍ଡେ (Pankaja Munde) କହିଛନ୍ତି ଯେ ବୋଧହୁଏ ତାଙ୍କ ପାଖରେ ମନ୍ତ୍ରୀ ହେବା ପାଇଁ ଯଥେଷ୍ଟ ଯୋଗ୍ୟତା ନାହିଁ। ଯିଏ ଯୋଗ୍ୟ ସେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବ। ଏହା ଉପରେ ମୋର କୌଣସି ଆଭିମୁଖ୍ୟ ନାହିଁ। ମୋର ସମ୍ମାନ ବଜାୟ ରଖି ମୁଁ ରାଜନୀତି କରେ।


Also Read: Maharashtra Cabinet Expansion: ବଣ୍ଟା ହେଲା ଦାୟିତ୍ୱ, କେଉଁ ଦଳ ଖାତାରେ ପଡି଼ଲା କେଉଁ ବିଭାଗ?


ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ୧୮ ମନ୍ତ୍ରୀ ବିଶିଷ୍ଟ କ୍ୟାବିନେଟ ବିସ୍ତାରରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଦାୟିତ୍ୱ ଗ୍ରହଣ କରିଥିବା ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୭୫% ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (Association for Democratic Reforms) ଏଡିଆର (ADR) ପକ୍ଷରୁ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ମୋଟ  ଜଣ ମନ୍ତ୍ରୀ ସେମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ବାବଦରେ ଘୋଷଣା କରିଛନ୍ତି। ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ୭ ଶିବସେନା ଏବଂ ୮ ବିଜେପି ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। 


ମୋଟ ୨୦ ଜଣ କୋଟିପତି ମନ୍ତ୍ରୀଙ୍କ ମଧ୍ୟରୁ ବିଜେପି ନେତା ମଙ୍ଗଲ ପ୍ରଭାତ ଲୋଡା ୪୪୧.୬୫ କୋଟି ଟଙ୍କା ସମ୍ପତ୍ତି ସହ ସବୁଠାରୁ ଧନୀ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି। ଗରିବ ମନ୍ତ୍ରୀଙ୍କ ମଧ୍ୟରେ ବିଜେପି ନେତା ସନ୍ଦିପନ ରାଏ ଭୁମରେ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ହେଉଛି ୨.୯୨ କୋଟି ଟଙ୍କା। ଏଡିଆର ଦ୍ୱାରା କରାଯାଇଥିବା ବିଶ୍ଳେଷଣ ନିର୍ବାଚନ ସମୟରେ ଦାଏର କରାଯାଇଥିବା ସତ୍ୟାପାଠ ଅନୁସାରେ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୪୭ କୋଟି ଟଙ୍କା। ବିଜେପି ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ୫୮ କୋଟି ଟଙ୍କା ହୋଇଥିବା ବେଳେ ଶିବେସନା ମନ୍ତ୍ରୀ ହାରହାରି ସମ୍ପତ୍ତି ହେଉଛି ୩୬ କୋଟି ଟଙ୍କା।


Also Read: Maharashtra Cabinet Expansion: କେଉଁ ଦଳ ଖାତାକୁ ଯିବ କେଉଁ ବିଭାଗ?


ଶିକ୍ଷାଗତ ଯୋଗ୍ୟତା ମାମଲାରେ ୨ ଜଣ ମନ୍ତ୍ରୀ ଏସ.ଏସ.ସି ପାସ କରିଛନ୍ତି। ସେହିପରି ୬ ଜଣ ମନ୍ତ୍ରୀ ଉଚ୍ଚ ମାଧ୍ୟମିକ ପାସ କରିଛନ୍ତି। ଅନ୍ୟପଟେ ୧୧ ମନ୍ତ୍ରୀ କଲେଜ ଡିଗ୍ରୀ ହାସଲ କରିଛନ୍ତି। ଏକମାତ୍ର ବିଜେପି ମନ୍ତ୍ରୀ ଡ.ସୁରେଶ ଖାଡେ ଶ୍ରୀଲଙ୍କା ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି।