Maharashtra Politics: ପ୍ରତି ବର୍ଷ ଦଶହରା ଅବସରରେ ଶିବସେନା ପକ୍ଷରୁ ମୁମ୍ବାଇ ଠାରେ ଆୟୋଜିତ ହୋଇଥିବା ଦଶହରା ରାଲି ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ। ହେଲେ ଚଳିତ ବର୍ଷ ଦଶହରାରେ ଆୟୋଜିତ ହେଉଥିବା ରାଲି ସ୍ୱତନ୍ତ୍ର ହେବାକୁ ଯାଉଛି। କାରଣ ଏଥର ଶିବସେନାର ଉଭୟ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଅକ୍ଟୋବର ୫ ତାରିଖ ବୁଧବାର ଦଶହରା ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନା ସଭାପତି ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ଉଭୟ ଗୋଷ୍ଠୀ ରାଜଧାନୀ ମୁମ୍ବାଇ ଠାରେ ପୃଥକ ପୃଥକ ରାଲି ଆୟୋଜନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଗତ ଜୁନ ମାସରେ ଦଳୀୟ ନେତୃତ୍ୱ ବିରୋଧରେ ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ବିଧାୟକ (Shiv Sena MLA) ଦଳ ବିରୋଧରେ ବିଦ୍ରୋହ କରିଥିଲେ (Revolt in Shiv Sena)। ଯାହା ପରେ ଶିବସେନା ନେତୃତ୍ୱାଧିନ ମହା ବିକାଶ ଅଘାଡି ସରକାରକ ପତନ ହୋଇଥିଲା। ସେବେ ଠାରୁ ଶିବସେନା ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି। ଦଳରେ ହୋଇଥିବା ବିଭାଜନ ପରେ ଉଭୟ ଗୋଷ୍ଠୀର କର୍ମକର୍ତ୍ତା ପରସ୍ପର ସହ ରାସ୍ତାରେ ଲଢେଇ ଝଗଡା କରୁଥିବା ଦେଖିବାକୁ ମିଳିଛି।  


ପ୍ରତିବର୍ଷ ଦଶହରା ଅବସରରେ ଶିବସେନା ପକ୍ଷରୁ ଆୟୋଜିତ ହୋଇଥାଏ ରାଲି (Shiv Sena Dussehra Rally)। ଚଳିତ ବର୍ଷ ଅକ୍ଟୋବର ମୁମ୍ବାଇ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଶିବାଜୀ ପାର୍କ (Mumbai Shivaji Park) ଠାରେ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ (Shiv Sena President Uddhav Thackeray) ନେତୃତ୍ୱରେ ପାରମ୍ପରିକ ଦଶହରା ରାଲି ଆୟୋଜନ କରିବ ଶିବସେନା ଠାକରେ ଗୋଷ୍ଠୀ (Shiv Sena Thackeray Faction)। 


Also Read: Maharashtra Politics: 'ଶିବସେନା ପରମ୍ପରା ଉପରେ ନ ଲାଗୁ କାଳିମା'


ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ନେତୃତ୍ୱାଧିନ ଶିବସେନା ଗୋଷ୍ଠୀ (Shiv Sena Shinde Faction) ଦଳର ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ବ୍ୟକ୍ତିଗତ ବାସଭବନ ମାତୋଶ୍ରୀ ନିକଟସ୍ଥ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ସ୍ଥିତ ଏମଏମଆରଡ଼ିଏ ଗ୍ରାଉଣ୍ଡ (Bandra Kurla Complex MMRDA Ground) ଠାରେ ଦଶହରା ରାଲି ଆୟୋଜନ କରିବାକୁ ଅନୁମତି ପାଇଛି। 


ଏନେଇ ପ୍ରତିକ୍ରିୟା ରଖି ଜଣେ ଅଧିକାରୀ କହିଛନ୍ତି ଯେ ଏହି ଦଶହରା ଅବସରରେ ଶିବସେନା ଉଭୟ ଗୋଷ୍ଠୀ ପକ୍ଷରୁ ଆୟୋଜିତ ହେଉଥିବା ରାଲିରେ ରାଜ୍ୟର ହଜାର ହଜାର ଲୋକ ଅଂଶଗ୍ରହଣ କରିବେ। ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ କୌଣସି ଅଘଟଣକୁ ରୋକିବା ପାଇଁ ବ୍ୟବସ୍ଥା କରାଯାଉଛି। ସ୍ଥାନୀୟ ପୋଲିସ ବ୍ୟତୀତ ଅତିରିକ୍ତ କର୍ମଚାରୀ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ନିୟୋଜିତ ହେବେ। 


Also Read: Maharashtra Politics: ଦଶହରା ରାଲି ଲାଗି ଆକ୍ରମଣାତ୍ମକ ପୋଷ୍ଟର ମାରି ଚର୍ଚ୍ଚାରେ ଠାକରେ ଗୋଷ୍ଠୀ


ମୁମ୍ବାଇ ପୋଲିସ ଯୁଗ୍ମ  କମିଶନର ବିଶ୍ୱ ନାଙ୍ଗରେ ପାଟିଲ କହିଛନ୍ତି ଯେ ଶିବାଜୀ ପାର୍କ ଏବଂ ବି.କେ.ସି ଗ୍ରାଉଣ୍ଡ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ସେ ନେଇ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିଛି। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି ରାଲି ସମୟରେ ଉଭୟ ଗୋଷ୍ଠୀର କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ହେବାର ସମ୍ଭାବନା ରହିଥିବାରୁ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ଏହି ବିପଦ ସମ୍ପର୍କରେ ଗୁପ୍ତଚର ସୂଚନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସୁରକ୍ଷାକୁ ଅଧିକ ବଢାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରାଜଧାନୀ ମୁମ୍ବାଇସ୍ଥିତ ବି.କେ.ସି. ସ୍ଥିତି ଏମଆରଡିଏ ଗ୍ରାଉଣ୍ଡ ଯାଇ ସେଠାରେ ରାଲି ପାଇଁ କିପରି ପ୍ରସ୍ତୁତି ହୋଇଛି ତାହାର ଆକଳନ କରିଛନ୍ତି।


ଏନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ମୁଁ ବି.କେ.ସି ସ୍ଥିତ ଆୟୋଜନସ୍ଥଳ ପରିଦର୍ଶନ କରିଛି। ସେଠାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ସମାବେଶକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଲୋକ ଆସିବେ। ଏଥିରେ କୌଣସି ଅସୁବିଧା ନ ହେବାକୁ ସମସ୍ତ ବିଭାଗ ନିଶ୍ଚିତ କରୁଛନ୍ତି। ମଙ୍ଗଳବାର ଆମର ପ୍ରସ୍ତୁତି ଶେଷ ହୋଇଛି। ଆମ ଗୋଷ୍ଠୀ ପକ୍ଷରୁ ଆୟୋଜନ କରା ଯାଉଥିବା ଦଶହରା ରାଲି ସଫଳ ହେବ। ଏନେଇ ପ୍ରତିକ୍ରିୟା ରଖି ଶିବସେନା ସିନ୍ଦେ ଗୋଷ୍ଠୀର ମୁଖପାତ୍ର କହିଛନ୍ତି ଯେ ରାଲି ପାଇଁ ୮୦% କାର୍ଯ୍ୟ ଶେଷ ହୋଇଛି। ସମର୍ଥକଙ୍କୁ ରାଲି ସ୍ଥଳ ପର୍ଯ୍ୟନ୍ତ ଆଣିବା ପାଇଁ ଆମ ଗୋଷ୍ଠୀର ସାଂସଦ ବିଧାୟକ ସାଂସଦ ପ୍ରାୟ ୪-୫ ହଜାର ବସ୍ ର ବ୍ୟବସ୍ଥା କରିଛନ୍ତି। 


Also Read: Shiv Sena: ଦଶହରା ରାଲିକୁ ନେଇ ମୁହାମୁହିଁ ସିନ୍ଦେ-ଠାକରେ ଗୋଷ୍ଠୀ


 


ଶିବାଜୀ ପାର୍କ ଠାରେ ଅନୁଷ୍ଠିତ ହେଉଥିବା ରାଲି ପାଇଁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ମଧ୍ୟ ପ୍ରସ୍ତୁତ ହେଉଛି। ଶିବସେନା ଅଧ୍ୟକ୍ଷଙ୍କ ସମର୍ଥକ ମଞ୍ଚ ପ୍ରସ୍ତୁତ କରି ସେଠାରେ ବସିବାର ବ୍ୟବସ୍ଥା କରୁଛନ୍ତି। ଦାଦରସ୍ଥିତ ଦଳୀୟ ମୁଖ୍ୟାଳୟ ଠାରେ ଏକ ବୈଠକ କରି ରାଲି ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛି ଶିବସେନା ଠାକରେ ଗୋଷ୍ଠୀ।