Maharashtra Cabinet Expansion: ଅଗଷ୍ଟ ୫ ତାରିଖ ଶୁକ୍ରବାର ହେବାକୁ ଯାଉଥିବା ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଆସିଛି ଏତ ବଡ଼ ଖବର। ଏନେଇ ମିଳିଥିବା ଖବର ଅନୁସାରେ ଆସନ୍ତାକାଲି ହେବାକୁ ଯାଉଥିବା କ୍ୟାବିନେଟ ସମ୍ପ୍ରସାରଣ ସ୍ଥଗିତ ରଖାଯାଇଛି। କାରଣ ପ୍ରକୃତ ଶିବସେନା କିଏ ସେ ନେଇ ଉଭୟ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଅଗଷ୍ଟ ୮ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ସୋମବାର ଏହି ଅବେଦନ ଉପରେ ହେବାକୁ ଯାଉଥିବା ଶୁଣାଣି ପରେ ହେବ କ୍ୟାବିନେଟ ବିସ୍ତାର। ଏହି କ୍ୟାବିନେଟ ବିସ୍ତାରରେ ଉଭୟ ବିଜେପି ଏବଂ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସାମିଲ ହେବେ।


COMMERCIAL BREAK
SCROLL TO CONTINUE READING

ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଅନୁଯାୟୀ ବିଜେପି ଏହାର କ୍ୟାବିନେଟ ଚେହେରା ସ୍ଥିର କରିବ ବୋଲି ବିଶ୍ୱାସ କରାଯାଉଛି। ଲୋକସଭା ନିର୍ବାଚନରେ ​​ଏପର୍ଯ୍ୟନ୍ତ ବିଜେପି ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ଶିବସେନାକୁ ସମର୍ଥନ କରିଆସୁଥିଲା। ହେଲେ ବର୍ତ୍ତମାନ ତାଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ବିଜେପି ଅତ୍ୟନ୍ତ କଠୋର ତଥା ରଣନୀତିକ ଉପାୟରେ ଗତି କରିବାକୁ ପ୍ରସ୍ତୁତ ହେଉଛି।  ଦଳର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭୀସଙ୍କ ସମୟରେ ମନ୍ତ୍ରୀ ଥିବା କିଛି ବରିଷ୍ଠ ବିଜେପି ବିଧାୟକଙ୍କୁ ଏଥର ମନ୍ତ୍ରୀ ପଦ ମିଳି ନ ପାରେ। ଯଦି ବରିଷ୍ଠ ବିଜେପି ବିଧାୟକଙ୍କ କଥା କୁହାଯାଏ ତାହେଲେ ଏହି ତାଲିକାରେ ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗଟିୱାର, ଗିରୀଶ ମହାଜନ, ପଙ୍କଜା ମୁଣ୍ଡେ ଏବଂ ବବନ ରାଓ ଲୋନିକର ଦେବେନ୍ଦ୍ର ଫଡନାଭୀସଙ୍କ କ୍ୟାବିନେଟରେ ମନ୍ତ୍ରୀ ରହି ସାରିଛନ୍ତି। ଏହି ନାମକ ମଧ୍ୟରୁ ଅଧିକାଂଶ ସମ୍ଭାବ୍ୟ ତାଲିକାରେ ରହିଛି। ହେଲେ ମନ୍ତ୍ରୀ କିଏ ହେବ ତାହା ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ। କ୍ୟାବିନେଟ ବିସ୍ତାରକୁ ନେଇ ଯେପରି ଦଳରେ କୌଣସି ଅସନ୍ତୋଷ ଯେପରି ସୃଷ୍ଟି ନ ହୁଏ ସେ ନେଇ ମହାରାଷ୍ଟ୍ର ବିଜେପି ଯଥାସମ୍ଭବ ପ୍ରୟାସ ଜାରି ରଖିଛି। ସେଥିପାଇଁ ଜାତି ଏବଂ ଆଞ୍ଚଳ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ରଣନୀତି କାର୍ଯ୍ୟକାରୀ କରୁଛି ଦଳ।


ଜୁନ୍ ମାସରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ବର୍ତ୍ତମାନ ସିନ୍ଦେ ଗୋଷ୍ଠୀକୁ ପ୍ରାୟ ୪୦ ଜଣ ଶିବସେନା ବିଧାୟକଙ୍କ ସମର୍ଥନ ରହିଛି। ବିଜେପି ସମର୍ଥନରେ ମହରାଷ୍ଟ୍ରରେ ସରକାର ଗଠନ କରିଥିବା ସିନ୍ଦେ ଗୋଷ୍ଠୀକୁ ସ୍ୱାଧିନ ତଥା ମହାରାଷ୍ଟ୍ର ରାଜନୀତିରେ ସକ୍ରିୟ ରହିଥିବା ସ୍ଥାନୀୟ ଆଞ୍ଚଳିକ ଦଳର ବିଧାୟକଙ୍କ ସମର୍ଥନ ରହିଛି। ଏହି ତାଲିକାରେ ରାଜ୍ୟର (Maharashtra) ଅମରାବତୀ ଜିଲ୍ଲାର (Amravati District) ବଡନେରା ବିଧାନସଭା ଆସନର (Badnera Assembly Constituency) ବିଧାୟକ ରବି ରାଣାଙ୍କ (MLA Ravi Rana)  ନାଁ ସାମିଲ ରହିଛି। ତାଙ୍କୁ ବିଜେପି ସମର୍ଥିତ ସିନ୍ଦେ ସରକାରରେ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Also Read: Maharashtra Cabinet Expansion: ସାମ୍ନାକୁ ଆସିଲା ସମ୍ଭାବିତ ମନ୍ତ୍ରୀ ତାଲିକା, ତାଲିକାରୁ ବାଦ ପଡି଼ଲେ ବରିଷ୍ଠ ବିଧାୟକ


ବିଧାୟକ ରବି ରାଣା ହେଉଛନ୍ତି ଅମରବତୀ ଲୋକସଭା (Amravati Lok Sabha MP) ସାଂସଦ ନବନୀତ ରାଣାଙ୍କ (Navneet Rana) ସ୍ୱାମୀ। ପ୍ରାୟ ମାସେ ପୂର୍ବେ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ପୂର୍ବରୁ ଲାଉଡ ସ୍ପୀକର ବିବାଦ ଏବଂ ହନୁମାନ ଚାଳିଶା ବିବାଦକୁ ନେଇ ସରଗରମ ହୋଇଉଠିଥିଲା ମହାରାଷ୍ଟ୍ର ରାଜନୀତି। ଯେତେବେଳେ ହନୁମାନ ଚାଳିଶା ବିବାଦ ଆରମ୍ଭ ହୋଇଥିଲା ସେତେବେଳେ ସାଂସଦ ନବନୀତ ରାଣା ସେତେବେଳର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ  ଘର ବାହାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିବାରୁ ଏକ ବିବାଦ ସୃଷ୍ଟି ହୋଇଥିଲେ। ଏହି ଘଟଣାରେ ରାଣା ଦମ୍ପତ୍ତିଙ୍କୁ ଜେଲ ଯିବାକୁ ପଡିଥିଲା। ପରେ ଯେତେବେଳେ ଏକନାଥ ସିନ୍ଦେ ଉଦ୍ଧବ ଠାକେରଙ୍କ ବିରୋଧରେ ବିଦ୍ରୋହ କଲେ ସେତେବେଳେ ରାଣା ଦମ୍ପତି ସିନ୍ଦେଙ୍କ ସପକ୍ଷରେ ଛିଡା ହୋଇଥିଲେ। ରବି ରାଣାଙ୍କୁ ମନ୍ତ୍ରୀ କରି ଏହାର ପୁରସ୍କାର ପ୍ରଦାନ କରାଯିବ ବୋଲି ଚର୍ଚ୍ଚା ହେଉଛି। ରବି ରାଣାଙ୍କ ବ୍ୟତୀତ ଅନ୍ୟତମ ସ୍ୱାଧିନ ବିଧାୟକ ବଚ୍ଚୁ କଡୁଙ୍କୁ ନାଁ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ରହିଛି।