Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଡ୍ରାମା ବନ୍ଦ ହେବାର ନାମ ନେଉନଥିବା ପରି ମନେ ହେଉଛି। ନିକଟରେ ଏକନାଥ ସିନ୍ଦେଙ୍କ ସମେତ ୪୦ ଶିବସେନା ଏବଂ ୧୦ ଜଣ ସ୍ୱାଧିନ ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ଗାଦି ହରାଇବାକୁ ପଡିଥିଲା। ଶିବସେନା ହୋଇଥିବା ବିଦ୍ରୋହ ପରେ ମହା ବିକାଶ ଅଘାଡି ସରକାରର ପତ୍ତନ ପରେ ଦଳର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସମସ୍ତଙ୍କ ନଜର ବିଜେପି ସମର୍ଥିତ ସିନ୍ଦେ ସରକାରର କ୍ୟାବିନେଟ୍ ବିସ୍ତାର ଉପରେ ରହିଛି। ରାଷ୍ଟ୍ରପତି ନିର୍ବାଚନ ପରେ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହୋଇପାରେ ବୋଲି ସିନ୍ଦେ ଗୋଷ୍ଠୀ ସୂଚାଇ ଦେଇଛି। 


COMMERCIAL BREAK
SCROLL TO CONTINUE READING

ହେଲେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଏକ ଚର୍ଚ୍ଚା ଜୋରସୋରରେ ହେବାରେ ଲାଗିଛି। କ'ଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ପରସ୍ପରକୁ ଭେଟିବେ? କ'ଣ ଉଦ୍ଧବ ଠାକରେ ପୁଣି ଥରେ ବିଜେପି ସହିତ ଆସିବେ?  ଅନେକ ଦିନ ହେବ ରାଜ୍ୟ ରାଜନୀତିରେ ଏହି ପ୍ରସଙ୍ଗ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ ଶିବସେନା ନେତାଙ୍କ ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି। ଶିବସେନା ନେତା ଦୀପାଲି ସୟଦ ଟ୍ୱିଟ୍ କରି ଲେଖିଛନ୍ତି ଶୁଣିବାକୁ ବହୁତ ଭଲ ଯେ ଆଗାମୀ ୨ ଦିନ ମଧ୍ୟରେ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ପ୍ରଥମ ଥର ପାଇଁ ଶିବ ସୈନିକଙ୍କ ଭାବନା ଉପରେ ଆଲୋଚନା କରିବେ। ଏଥିରୁ ସ୍ପଷ୍ଟ ଯେ ଶିବ ସୈନିକଙ୍କ ଯନ୍ତ୍ରଣାକୁ ବୁଝିଥିଲେ ଏବଂ ଉଦ୍ଧବ ଠାକରେ ପରିବାରର ଭୂମିକା ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ। ଏଥିରେ ମଧ୍ୟସ୍ଥତା କରିବାରେ ସାହାଯ୍ୟ କରିଥିବାରୁ ବିଜେପି ନେତାଙ୍କୁ ଧନ୍ୟବାଦ। ଦୀପାଲି ସୟଦଙ୍କ ଟ୍ୱିଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଉଭୟଙ୍କ ମଧ୍ୟରେ ବୈଠକ ଆୟୋଜନ କରିବାରେ ବିଜେପି ସାହାଯ୍ୟ କରିଛି।



ଏହାପୂର୍ବରୁ ଦୀପାଲି ସୟଦ ଅନ୍ୟ ଏକ ଟ୍ୱିଟ କରି କହିଛନ୍ତି ଯେ ଆଦିତ୍ୟ ଠାକରେ ଖୁବ ଶୀଘ୍ର କ୍ୟାବିନେଟକୁ ଫେରିବା ଆବଶ୍ୟକ। ୫୦ ଶିବସେନା ବିଧାୟକ ମାତ୍ରୋଶ୍ରୀରେ ଏକାଠି ଦେଖାଯିବା ଆବଶ୍ୟକ। ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ପୁନର୍ବାର ହାତ ମିଳାଇବା ଉଚିତ। ଶିବସେନା କୌଣସି ଏକ ଦଳ ନୁହେଁ ବରଂ ହିନ୍ଦୁତ୍ୱର ଏକ ଗଡ଼। ଯାହା ଉପରେ ଗୈରିକ ବାନା ଉଡିବା ଜାରି ରହିବା ଆବଶ୍ୟକ।


Also Read: Maharashtra Politics: ସିନ୍ଦେ-ଠାକରେ ରାଜନୈତିକ ଯୁଦ୍ଧ ଉପରେ ଲାଗିବ ବିରାମ