BMC Election 2022: ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଠନ କରିବାରେ ସଫଳ ହୋଇଛି ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀ। ହେଲେ ଏହି ଝଟକାରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି ଉଦ୍ଧବ ଠାକେରଙ୍କ ଗୋଷ୍ଠୀ। ଏବେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ଲାଗି ସବୁଠାରୁ ବଡ଼ ଆହ୍ୱାନ ହେଉଛି ମୁମ୍ବାଇ ମହାନଗର ନିଗମ ନିର୍ବାଚନ। ଯାହା ଚଳିତ ବର୍ଷ ହେବାକୁ ଯାଉଛି। ବିଗତ ବର୍ଷ ଧରି ଶିବସେନା ନିୟନ୍ତ୍ରଣରେ ରହିଛି ମୁମ୍ବାଇ ମହାନଗର ନିଗମ।  ବର୍ତ୍ତମାନ ବିଜେପି ସମର୍ଥନରେ ସିନ୍ଦେ ଗୋଷ୍ଠୀ ଏହାକୁ ଦଖଲ କରିବାକୁ ଚେଷ୍ଟା କରୁଛି। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ହେବାକୁ ଯାଉଥିବା ମୁମ୍ବାଇ ମହାନଗର ନିଗମ ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି ଶିବସେନା ଯୁବ ଶାଖା ଅଧ୍ୟକ୍ଷ ଆଦିତ୍ୟ ଠାକରେ କହିଛନ୍ତି ଶିବସେନା ଉପରେ ଦଳୀୟ କ୍ୟାଡର ଏବଂ ନେତାଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଶିବସେନା ଠାକେରେ ଗୋଷ୍ଠୀର ରାସ୍ତାକୁ କେହି ଅଟକାଇ ପାରିବ ନାହିଁ। ବର୍ତ୍ତମାନ ଆମକୁ କେବଳ ଆଗକୁ ବଢିବାକୁ ହେବ। ଯଦିଓ ଆଦିତ୍ୟ ଠାକରେ ଏହି ନିର୍ବାଚନକୁ ନେଇ ଦଳୀୟ ରଣନୀତି ବାବଦରେ ଖୋଲାଖୋଲି ଭାବେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି। 


ଏବେ କୁହାଯାଉଛି ଯେ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ​​ପୂର୍ବ ଭଳି ନିଜକୁ ଶକ୍ତିଶାଳୀ କରିବା ହେଉଛି ଉଦ୍ଧବ ଠାକେରଙ୍କ ଗୋଷ୍ଠୀ ଲାଗି ସବୁଠାରୁ ବଡ ଆହ୍ୱାନ। ଏହି କାରଣରୁ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେ ବର୍ତ୍ତମାନ ସେମାନଙ୍କ ବିଧାୟକ ଏବଂ ଶାଖା ମୁଖ୍ୟ-କର୍ପୋରେଟର ସହ ବଠକ କରିବାରେ ଲାଗଛନ୍ତି। ଉଦ୍ଧବ ଠାକରେ ଏହି ନିର୍ବାଚନରେ ​​ନିଜର ସ୍ଥିତିକୁ ପ୍ରମାଣିତ କରି ଏହା ଦର୍ଶାଇବାକୁ ଚାହୁଁଛି ଯେ ସେମାନଙ୍କ ଲୋକପ୍ରିୟତା ଅତୀତ ଭଳି ବର୍ତ୍ତମାନ ଅକ୍ଷୁର୍ଣ୍ଣ ରହିଛି।


ଅନ୍ୟପଟେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମଧ୍ୟ ନିଜକୁ ଶିବସେନା ସଂସ୍ଥାପକ ବାଲାସାହେବଙ୍କ ଉତ୍ତରାଧିକାରୀ ବୋଲି କହୁଛନ୍ତି। ସେ ପୁରୁଖା ଶିବସେନା ନେତା ଆନନ୍ଦ ଦୀଘେଙ୍କୁ ଉଲ୍ଲେଖ କରି ଶିବସେନା କର୍ମକର୍ତ୍ତାଙ୍କ ଭରସା ଜିତିବାକୁ ପ୍ରୟାସ କରୁଛନ୍ତି। ଏଭଳି ପରିସ୍ଥିତିରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀ ଆଗରେ ଆଉ ଏକ ଆହ୍ୱାନ ଏହା ଯେ ନିକଟ ଭବିଷ୍ୟତରେ ଦଳରେ ଏପରି ଆଉ ଏକ ବିଦ୍ରୋହ ଯେପରି ନହେଉ। କାରଣ ସିନ୍ଦେ ଗୋଷ୍ଠୀ ଯେପରି ଭାବେ ବାଲା ସାହେବ ଏବଂ ଆନନ୍ଦ ଦୀଘେ ସାହେବଙ୍କୁ ଉଲ୍ଲେଖ କରୁଛି ସେହି କାରଣରୁ ଏବେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀ ଲାଗି ସମସ୍ୟା ବଢିବାରେ ଲାଗିଛି।


Also Read: Maharashtra Politics: ଦଳରେ କାହିଁକି ସୃଷ୍ଟି ହେଲା ବିଦ୍ରୋହ? ପର୍ଦ୍ଦାଫାଶ କଲେ ଶିବସେନା ବିଧାୟକ