Odisha News: ୧୦ ଟଙ୍କିଆ ଟାଟା ଗ୍ଳୁକୋ ଥଣ୍ଡା ପାନୀୟରେ କଣ୍ଡୋମ୍
Advertisement
Article Detail0/zeeodisha/odisha2268639

Odisha News: ୧୦ ଟଙ୍କିଆ ଟାଟା ଗ୍ଳୁକୋ ଥଣ୍ଡା ପାନୀୟରେ କଣ୍ଡୋମ୍

Odisha News: ଏଭଳି ପରିସ୍ଥିତିରେ ଜନସାଧାରଣ ଥଣ୍ଡାପାନୀୟ ଜଳ ବ୍ୟବହାର ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ଅପରପକ୍ଷରେ ଏଭଳି ନକଲୀ ସାମଗ୍ରୀ କୁ ବଜାର ରେ ପ୍ରାଦୃଭାବ ଯୋଗୁଁ ଦୂଷିତ ହେଉଛି ପରିବେଶ। ଏବଂ ସାଧାରଣତଃ ଲୋକଙ୍କ ସ୍ବାସ୍ଥ୍ୟକୁ କ୍ଷତିକାରକ ବୋଲି କହିବା ସହ ଖାଦ୍ୟା ସୁରକ୍ଷା ଯାଞ୍ଚ ଅଧିକାରୀ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

Odisha News: ୧୦ ଟଙ୍କିଆ ଟାଟା ଗ୍ଳୁକୋ ଥଣ୍ଡା ପାନୀୟରେ କଣ୍ଡୋମ୍

Odisha News: ତୃଷ୍ନା ମେଣ୍ଟାଉଥିବା ମୃଦ୍ୟୁ ପାନୀୟରୁ ବାହାରିଛି କଣ୍ଡୋମ୍। କଥାଟା ଶୁଣିବାକୁ ତାଜୁବ ଲାଗୁଥିଲେ ବି ସତ। ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ଗ୍ରୀଷ୍ମ ପ୍ରବାହ ବଢ଼ିଚାଲିଥିବା ବେଳେ ଜନସାଧାରଣ ଅସ୍ତବ୍ୟସ୍ତ। ଥକ୍କାପଣ ହେଉ କି ତୃଷ୍ନା ମେଣ୍ଟାଇବା ପାଇଁ ସାଧାରଣ ଲୋକେ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଜଳ ସହ ମୃଦ୍ୟୁପାନୀୟ ଜଳକୁ ବ୍ୟବହାର କରୁଛନ୍ତି ଜନସାଧାରଣ। ଏହାର ସୁଯୋଗ ନେଇ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଅସାଧୁ ଉପାୟରେ ନକଲି ଥଣ୍ଡା ପାନୀୟ ଜଳର ପ୍ରାଦୃଭାବ ବୃଦ୍ଧି ପାଇବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହାର ମାତ୍ରାଧିକ ବ୍ୟବହାର କରୁଛନ୍ତି ବ୍ୟବସାୟୀ। ଗଜପତି ଜିଲ୍ଲାର ମୋହନା ବଜାର ଓ ସାହି ଗୁଡ଼ିକରେ ବିଭିନ୍ନ କମ୍ପାନୀର ନାମୀ ଦାମୀ ବ୍ରାଣ୍ଡ୍ ର ଥଣ୍ଡା ପାନୀୟ ବିକ୍ରୀ ହେଉଛି। ବିଭିନ୍ନ ସମୟରେ ଥଣ୍ଡା ପାନୀୟ ବୋତଲ ଭିତରୁ କାଠିକୁଟା, ପୋକ ମାଛି ପଡ଼ିଥିବାର ନଜିର ରହିଛି। କିନ୍ତୁ ଭାରତର ଜଣାଶୁଣା ଟାଟା କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ୧୦ ଟଙ୍କିଆ ମୃଦୁ ପାନୀୟ ଟାଟା ଗ୍ଳୁକୋ ବୋତଲ ମଧ୍ୟରୁ କଣ୍ଡମ୍ ବାହାରିବା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଛି। 

ଆଜି ମୋହନା ସ୍ଥିତ ଖ୍ରୀଷ୍ଟିୟାନ ସାହିର ଏକ ଦୋକାନରୁ ଦୁଇ ତିନି ଜଣ ଟାଟା ଗ୍ଲୋକୋ କିଣି ପିଇବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସଙ୍ଗେ ସଙ୍ଗେ ଦୋକାନୀ ମୋହନାର ଜନୈକ ଡ଼ିଲର୍ ଙ୍କୁ ଡାକି ସମସ୍ତ ବୋତଲ ଫେରାଇ ଦେଇଥିବା କହିଛନ୍ତି। ହେଲେ ଏଭଳି ପରିସ୍ଥିତିରେ ଜନସାଧାରଣ ଥଣ୍ଡାପାନୀୟ ଜଳ ବ୍ୟବହାର ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ଅପରପକ୍ଷରେ ଏଭଳି ନକଲୀ ସାମଗ୍ରୀ କୁ ବଜାର ରେ ପ୍ରାଦୃଭାବ ଯୋଗୁଁ ଦୂଷିତ ହେଉଛି ପରିବେଶ। ଏବଂ ସାଧାରଣତଃ ଲୋକଙ୍କ ସ୍ବାସ୍ଥ୍ୟକୁ କ୍ଷତିକାରକ ବୋଲି କହିବା ସହ ଖାଦ୍ୟା ସୁରକ୍ଷା ଯାଞ୍ଚ ଅଧିକାରୀ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।