ମୁମ୍ୱାଇ: Maharashtra politics: ମହାରାଷ୍ଟ୍ରର ରାଜନୀତିରୁ ପ୍ରତିଦିନ ନୂଆ ନୂଆ ଖବର ସବୁ ସାମ୍ନାକୁ ଆସୁଛି । ଏହି କ୍ରମରେ ବିଗତ ଦିନରେ ଏନସିପି ମୁଖ୍ୟ ଶରଦ ପାୱାର (Sharad Pawar) ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଙ୍କ ମଧ୍ୟରେ ସାକ୍ଷାତ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହା ଉପରେ ବର୍ତ୍ତମାନ ଏକନାଥ ସିନ୍ଦେ ସ୍ପଷ୍ଟୋକ୍ତି ଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ଗୁଜବ ପ୍ରଚାରିତ ହେଉଛି କି ମୁଁ ଗୋଟିଏ ଦିନ ପୂର୍ବେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛି । ସିନ୍ଦେ ଟ୍ୱିଟ୍ କରି କହିଛନ୍ତି ଯେ, "ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ମୋର ଫଟୋ ଭାଇରାଲ ହେଉଛି । ସେପରି କୌଣସି ସାକ୍ଷାତ ହୋଇ ନଥିଲା । ଦୟାକରି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ।"


COMMERCIAL BREAK
SCROLL TO CONTINUE READING

ଗତ ସପ୍ତାହରେ ୩୯ ଶିବସେନା ବିଧାୟକଙ୍କ ସହ ଦଳର ନେତୃତ୍ୱ ବିରୁଦ୍ଧରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ସରକାର ଭାଙ୍ଗି ଯାଇଥିଲେ । ଏନସିପି ବ୍ୟତୀତ କଂଗ୍ରେସ MVA ସରକାରରେ ସାମିଲ ଥିଲା । ଜୁନ ୩୦ରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।


ସେପଟେ ବିଗତ ଦିନରେ ସିନ୍ଦେ ସରକାରଙ୍କ ଭବିଷ୍ୟତକୁ ନେଇ ଶରଦ ପାୱାର ଏକ ବଡ଼ ବୟାନ ଦେଇଥିଲେ । ସେ କହିଥିଲେ ଯେ, ମହାରାଷ୍ଟ୍ରରେ ମଧ୍ୟାବଧି କାଳୀନ ନିର୍ବାଚନର ସମସ୍ତ ସମ୍ଭାବନା ଅଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗଠନ ହୋଇଥିବା ସରକାର ପାଞ୍ଚରୁ ୬ ମାସରେ ଭାଙ୍ଗି ପାରେ । କୁହାଯାଉଛି ଯେ ଏନସିପି ବିଧାୟକ ତଥା ଦଳର ନେତାମାନଙ୍କୁ ସମ୍ବୋଧିତ କରିବାବେଳେ ଶରଦ ପାୱାର ଏସବୁ କହିଛନ୍ତି । ଶରଦ ପାୱାରଙ୍କ ସମ୍ୱୋଧନରେ ସାମିଲ ଜଣେ ନେତା କହିଛନ୍ତି ଯେ, ମହାରାଷ୍ଟ୍ରରେ ନୂତନ ଭାବେ ଗଠିତ ସରକାର ଆଗାମୀ ୫ରୁ ୬ ମାସ ମଧ୍ୟରେ ଭାଙ୍ଗି ପାରେ, ଯେଉଁଥିପାଇଁ ଆମେ ସମସ୍ତ ବିଧାୟକ ଓ ନେତାମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛୁ ।


ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀର ଏହି ପଦକ୍ଷପ ଉଦ୍ଧବ ଠାକରେଙ୍କ ବଢ଼ାଇଲା ଟେନସନ୍, ହାତରୁ ଯିବ ଶିବସେନା!


ଏହା ବି ପଢ଼ନ୍ତୁ:-ଫ୍ରି ରାସନକୁ ନେଇ ଆସିଲା ବଡ଼ ଖବର, କେନ୍ଦ୍ର ସରକାର ବନ୍ଦ କରିବାକୁ ଯାଉଛନ୍ତି ମାଗଣା ଯୋଜନା!


ଏହା ବି ପଢ଼ନ୍ତୁ:-'ଅଗ୍ନିପଥରୁ ସୃଷ୍ଟି ହେବ ଆତଙ୍କବାଦୀ'


 


ପାୱାର ଏହା ମଧ୍ୟ କହିଛନ୍ତି ଯେ, ସିନ୍ଦେଙ୍କୁ ସମର୍ଥନ କରୁଥିବା ଅନେକ ବିଦ୍ରୋହୀ ବିଧାୟକ ସାମ୍ପ୍ରତିକ ପରିସ୍ଥିତିରେ ଖୁସି ନୁହଁନ୍ତି । ବିଭାଗଗୁଡ଼ିକର ବଣ୍ଟନ ପରେ ଅସନ୍ତୋଷ ସାମ୍ନାକୁ ଆସିବ । ଯାହା ସରକାରଙ୍କ ପତନ ହେବ । 


ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟ ହାସଲ କରିଛନ୍ତି । ବିଧାନସଭାରେ ୧୬୪ ଜଣ ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି । ବାଚସ୍ପତିଙ୍କ ଭୋଟ୍ ଗଣନା କରାଯାଇ ନଥିଲା, ନଚେତ୍ ଏହି ଭୋଟ୍ ୧୬୫ ହୋଇଥାନ୍ତା । ସେପଟେ ବିରୋଧୀ ସପକ୍ଷରେ ୯୯ ଭୋଟ ପଡ଼ିଛି । ଏହା ବ୍ୟତୀତ ମହାବିକାଶ ଅଘାଡ଼ିର ୮ ବିଧାୟକ ଭୋଟିଂ ସମୟରେ ଅନୁପସ୍ଥିତ ଥିଲେ ।