Maharashtra Politics: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ସରକାର ଗଠନ ଲାଗି ଆରମ୍ଭ ହୋଇଯାଇଛି ପ୍ରୟାସ। ଅନ୍ୟପଟେ ପ୍ରାୟ ସପ୍ତାହେ କାଳ ଧରି ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଉପରେ ପଡି଼ଛି ପୂର୍ଣ୍ଣଚ୍ଛେଦ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଶିବସେନା ବାଲାସାହେବ ଗୋଷ୍ଠୀ ଏବଂ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି। ଆସନ୍ତାକାଲି ଏହି ସରକାର ଶପଥ ନେଇପାରେ।      


COMMERCIAL BREAK
SCROLL TO CONTINUE READING

ନୂତନ ମହାରାଷ୍ଟ୍ର କ୍ୟାବିନେଟ ପ୍ରାରମ୍ଭିକ ରୂପରେଖ ମଧ୍ୟ ପାଖାପାଖି ହୋଇଯାଇଛି। ଆସନ୍ତାକାଲି ଉଭୟ ବିଜେପି ଏବଂ ସିନ୍ଦେ ଗୋଷ୍ଠୀର ୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଦୂର କରିବା ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତି ଅନୁସାରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବାବେଳେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେ। ଏନେଇ କୁହାଯାଉଛି ଯେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ଆବଶ୍ୟକୀୟ ପ୍ରତିନିଧିତ୍ୱ ମିଳିବ। 


ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଦେବେନ୍ଦ୍ର ଫଡନାଭିସ ଏବଂ ଏକନାଥ ସିନ୍ଦେ ଭେଟିବା ପରେ ଗୁରୁବାର ସନ୍ଧ୍ୟାରେ ଶିବସେନା ବାଲାସାହେବ ଗୋଷ୍ଠୀ ଏବଂ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଆଦିତ୍ୟ ଠାକରେଙ୍କ ସମେତ ବାକି ଶିବସେନ ବିଧାୟକଙ୍କ ପାଇଁ ସିନ୍ଦେ ଗୋଷ୍ଠୀ ଦ୍ୱାରା ହ୍ୱିପ୍ ଜାରି କରାଯାଇଛି। ଗୋଆ ଠାରେ ଅନୁଷ୍ଠିତ ହେଉଥିବା ବୈଠକ ପାଇଁ ଉପସ୍ଥିତ ରହିବାକୁ ଏହି ହ୍ୱିପ୍ ଜାରି କରାଯାଇଛି। ଶିବସେନା ବାଲାସାହେବ ଗୋଷ୍ଠୀର ନେତା ଏକନାଥ ସିନ୍ଦେ ଏବଂ ମୁଖ୍ୟ ସଚେତକ ଭରତ ଗୋଗାୱଲେ ଏହି ହ୍ୱିପ୍ ଜାରି କରିଛନ୍ତି।
 
ମହାବିକାଶ ଅଘାଡି ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ଦେବା ପରେ ଶିବସେନା ବିଜେପି ଏବଂ ଦଳର ବିଦ୍ରୋହୀ ଗୋଷ୍ଠୀ ବିରୋଧରେ ବର୍ଷିଛି। ଏନେଇ ଶିବସେନା ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଦଳର ବିଦ୍ରୋହୀ ଗୋଷ୍ଠୀ ସରକାରଙ୍କୁ ହଟାଇବା ପାଇଁ  ଠିକା ନେଇଛନ୍ତି ଏବଂ ସେମାନେ ସରକାରଙ୍କୁ ଗାଦିଚ୍ୟୁତ କରିଛନ୍ତି। 


Also Read: ଆସ୍ଥାଭୋଟ ପୂର୍ବରୁ ଗାଦି ଛାଡି଼ଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ