Maharashtra Politics: ରାଜ୍ୟରେ ନୂତନ ସରକାର ଗଠନ ହେବା ସହ ଶେଷ ହୋଇଛି ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ। ଏବେ ପୁଣି ଥରେ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ରାଜ୍ୟର ନୂତନ କ୍ୟାବିନେଟ ଗଠନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟ ରାଜନୀତି। ଏଭଳି ପରିସ୍ଥିତିରେ ଶିବସେନା ସାଂସଦ ବିନାୟକ ରାଉତ ଏକ ବଡ଼ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଏକନାଥ ସିନ୍ଦେ ସରକାରଙ୍କ ଆଗାମୀ କ୍ୟାବିନେଟ ସମ୍ପ୍ରସାରଣ ପରେ ମନ୍ତ୍ରୀ ପଦରୁ ବଞ୍ଚିତ ବିଦ୍ରୋହୀ ବିଧାୟକ ଉଦ୍ଧବ ଠାକରେଙ୍କ ପାଖକୁ ଫେରିଆସିବେ। 


COMMERCIAL BREAK
SCROLL TO CONTINUE READING

ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ସାଂସଦ ବିନାୟକ ରାଉତ କହିଛନ୍ତି ଯେ ଖୁବ୍ ଶୀଘ୍ର ସିନ୍ଦେ ଦଳ ଏବଂ ବିଜେପି ମଧ୍ୟରେ ବିବାଦ ସୃଷ୍ଟି ହେବ। ନୂତନ ସରକାରରେ ସମସ୍ତ ସିନ୍ଦେ ଗୋଷ୍ଠୀ ଏବଂ ବିଜେପି ସମସ୍ତଙ୍କୁ ମନ୍ତ୍ରୀ ପଦ ଦେବ ବୋଲି ପ୍ରତିଶୃତି ଦେଇଛି। ସେଠାରେ ଏକ ନୂତନ ସମସ୍ୟା ସୃଷ୍ଟି ହେବାକୁ ଯାଉଛି। ଯଦି ବିଦ୍ରୋହୀ ବିଧାୟକଙ୍କୁ କୌଣସି ମନ୍ତ୍ରୀ ପଦ ନ ମିଳେ ସେମାନେ ଉଦ୍ଧବ ଠାକେରଙ୍କ ପାଖକୁ ଫେରିଆସିବେ।


ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ୪୦ ଜଣ ଦଳୀୟ ଏବଂ ସ୍ୱାଧିନ ତଥା ଅନ୍ୟ ଦଳର ୧୦ ଜଣ ବିଧାୟକ ଅଛନ୍ତି। ଏହି ବିଧାୟକଙ୍କ ମଧ୍ୟରୁ ଅନେକ ଆଶା କରୁଛନ୍ତି ଯେ ସେମାନଙ୍କୁ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ। ବିଜେପି ଏବଂ ସିନ୍ଦେ ଗୋଷ୍ଠୀ ସହିତ ଶିବସେନା ନୂତନ କ୍ୟାବିନେଟ ଗଠନକୁ ନେଇ ଅନେକ ଆଶା ରଖିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟ କ୍ୟାବିନେଟ୍ ସମ୍ପ୍ରସାରଣ ଛୋଟ ସ୍ତରରେ ହୋଇପାରେ। ପ୍ରଥମ ପର୍ଯ୍ୟାୟରେ ୯-୧୧ ଜଣ ମନ୍ତ୍ରୀ ସାମିଲ ହେବେ। 


ଶିବସେନା ସାଂସଦ ବିନାୟକ ରାଉତଙ୍କ ପକ୍ଷରୁ କରାଯାଇଥିବା ଦାବି ଉପରେ ଜବାବ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ତାଙ୍କ ସରକାର ସ୍ଥିର ରହିଛି। ଏହି ସରକାର ଏହାର ଅଢେଇ ବର୍ଷର କାର୍ଯ୍ୟକାଳ ପୂରଣ କରିବ।


Also Read: Maharashtra Politics: ସାଂସଦ-ବିଧାୟକ ପରେ ଏବେ ସଙ୍ଗଠନ ଉପରେ ସିନ୍ଦେ ଗୋଷ୍ଠୀ ନଜର