Dussehra Rally of Shiv Sena: ମୁମ୍ବାଇସ୍ଥିତ ଶିବାଜୀ ପାର୍କ ଠାରେ ଦଶହରା ରାଲି କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସିନ୍ଦେ-ଠାକରେ ଗୋଷ୍ଠୀ। ବର୍ତ୍ତମାନ ଶିବେସନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦଶହରା ରାଲି ପାଇଁ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଏକ ପୋଷ୍ଟର ଜାରି କରିଛି। ଏନେଇ ଶିବେସନା ଠାକରେ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ ହିନ୍ଦୁତ୍ୱ ବର୍ତ୍ତମାନ ଦଳର ଇଚ୍ଛା ଶକ୍ତି ଏବଂ ତାକତ ହେବ। ଏହା ସହିତ ଦଳ ଶିବତୀର୍ଥ ଯିବା ଲାଗି ଆହ୍ୱାନ ଦେଇଛି।


COMMERCIAL BREAK
SCROLL TO CONTINUE READING

ଦଶହରା ରାଲି (Dussehra Rally) ପାଇଁ ଆକ୍ରମଣାତ୍ମକ ପୋଷ୍ଟର ମାରି ଶିବେସନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ (Shiv Sena President Uddhav Thackeray) ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଧୋକ୍କାବାଜଙ୍କୁ କୌଣସି କ୍ଷମା ପ୍ରାର୍ଥନା ପ୍ରଦାନ କରାଯିବ ନାହିଁ। ଏହା ସହିତ ପୋଷ୍ଟର ମାଧ୍ୟମରେ ଶିବ ସୈନିକଙ୍କୁ (Shiv Sainik) ଦଶହରା ରାଲି ପାଇଁ ଶିବାଜୀ ପାର୍କ (Mumbai Shivaji Park) ଠାରେ ପହଞ୍ଚିବାକୁ କୁହାଯାଇଛି। ପୋଷ୍ଟର ଜରିଆରେ ଦଳୀୟ କର୍ମକର୍ତ୍ତାଙ୍କୁ ଏକ ବାର୍ତ୍ତା ଦେଇ ଶିବସେନା ଠାକରେ ଗୋଷ୍ଠୀ ପକ୍ଷରୁ ଶିବତୀର୍ଥ (Shivtirth) ଯିବା ଲାଗି ଆହ୍ୱାନ ଦିଆଯାଇଛି।


ଦଶହରା ରାଲିକୁ ନେଇ ଏକ ବଡ଼ ଘୋଷଣା କରିଛି ଶିବସେନା ଠାକରେ ଗୋଷ୍ଠୀ  (Shiv Sena Thackeray Faction)। ମୁମ୍ବାଇ ଶିବାଜୀ ପାର୍କ ଠାରେ ବାର୍ଷିକ ଦଶହରା ରାଲି ଆୟୋଜନ କରିବ ଶିବସେନା। ଏନେଇ  ମୁମ୍ବାଇ ମହାନଗର ନିଗମ (Brihanmumbai Municipal Corporation) ବିଏମସି (BMC) ପକ୍ଷରୁ ଅନୁମତି ମିଳୁ କିମ୍ବା ନ ମିଳୁ। 


Also Read: Shiv Sena: ଦଶହରା ରାଲିକୁ ନେଇ ମୁହାମୁହିଁ ସିନ୍ଦେ-ଠାକରେ ଗୋଷ୍ଠୀ


ଏହି ପ୍ରସଙ୍ଗରେ ପୂର୍ବତନ ମୁମ୍ବାଇ ମେୟର ମିଲିନ୍ଦ ବୈଦ୍ୟଙ୍କ ନେତୃତ୍ୱରେ ଶିବସେନା ନେତାଙ୍କ ଏକ ପ୍ରତିନିଧୀ ଦଳ ବିଏମସି ଅଧିକାରୀଙ୍କୁ ଭେଟି ଦଳୀୟ ରାଲି ଆୟୋଜନ ପାଇଁ ଅନୁମତି ମାଗିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଆମକୁ ଅନୁମତି ମିଳୁ କିମ୍ବା ନ ମିଳୁ ହେଲେ ବାଲାସାହେବ ଠାକରେଙ୍କ (Shiv Sena Founder Bala Saheb Thackeray) ଶିବସେନା କର୍ମକର୍ତ୍ତା (Shiv Sena Worker) ଦଶହରା ରାଲି ପାଇଁ ଶିବାଜୀ ପାର୍କ ଠାରେ ଏକାଠି ହେବେ। ପ୍ରଶାସନ ଆମକୁ ଅନୁମତି ଦେଉ କିମ୍ବା ଆମର ଆବେଦନ ଅସ୍ୱୀକାର କରୁ। ଆମେ ଆମର ନିଷ୍ପତ୍ତି ଉପରେ ଅତ୍ୟନ୍ତ ଦୃଢ। ଶିବାଜୀ ପାର୍କ ଠାରେ ଦଶହରା ରାଲି ଆୟୋଜିତ ହେବ। ଯଦିଓ ରାଲି ଆୟୋଜନ କରିବା ଲାଗି ଆମ ପକ୍ଷରୁ କରା ଯାଇଥିବା ଆବେଦନ ଉପରେ ଆମକୁ କୌଣସି ଜବାବ ମିଳିନାହିଁ, ହେଲେ ବାଲା ସାହେବଙ୍କ ଶିବ ସୈନିକ ଦଶହରା ରାଲି ପାଇଁ ଶିବାଜୀ ପାର୍କ ଠାରେ ଏକାଠି ହେବେ।


ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଶହରା ରାଲିରେ ଉଦ୍ଧବ ଠାକରେ ତାଙ୍କର ଦ୍ୱିତୀୟ ପୁଅ ତେଜସ୍ ଠାକରେଙ୍କୁ (Tejas Thackeray) ମଧ୍ୟ ଉପସ୍ଥାପିତ କରିଯାଇ ପାରିବେ। ଶିବସେନା ଠାକରେ ଗୋଷ୍ଠୀ ପକ୍ଷରୁ ଲଗା ଯାଇଥିବା ପୋଷ୍ଟର ରେ ତେଜସ ଠାକେରଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ତେଜସ ତାଙ୍କର ରାଜନୈତିକ ଇନିଂସ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେତେବେଳେ କେମିତି ମଞ୍ଚରେ ଦେଖାଯାଉଥିବା ତେଜସଙ୍କ ଚେହେରା ଏଥର ଜନ୍ମାଷ୍ଟମୀ ଅବସରରେ ଆୟୋଜିତ ହୋଇଥିବା ଦହି ହାଣ୍ଡି ପର୍ବରେ ଖୁବ ଦେଖିବାକୁ ମିଳିଥିଲା।