ପାୱାରଙ୍କ ସହ ଶାହଙ୍କ ସାକ୍ଷାତ, ଭାଙ୍ଗିଯିବ କି ଉଦ୍ଧବ ସରକାର?
ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ରାଜନୀତିରେ ଜାରି ଥିବା ଅସ୍ଥିରତା ମଧ୍ୟରେ ଏକ ନୂଆ ଗୁଜବ ସୃଷ୍ଟି ହୋଇଛି । ତେବେ ଏହା ଉପରେ ଅନ୍ୟ କୌଣସି ସୂଚନା ବାହାରକୁ ଆସୁନାହିଁ । ରବିବାର ଗଣମାଧ୍ୟମରେ କଥାବାର୍ତ୍ତା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଏହି ବୈଠକ ସମ୍ପର୍କରେ ପଚରାଯାଇଥିଲା ।
ନୂଆଦିଲ୍ଲୀ: Maharashtra Politics: ବର୍ତ୍ତମାନ ସମୟରେ ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଆଣ୍ଟିଲିଆ ଓ ସଚିନ ୱାଜେ ମାମଲାର ତଦନ୍ତ କରୁଛି NIA । ମୁମ୍ବାଇର ପୂର୍ବତନ କମିଶନର ପରମବୀର ସିଂ (Former Mumbai commissioner Parambir Singh) ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ (Maharashtra Home Minister Anil Deshmukh) ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେପଟେ ଏନସିପିର ଦୁଇ ବରିଷ୍ଠ ନେତା ଶରଦ ପାୱାର (Sharad Pawar) ଓ ପ୍ରଫୁଲ୍ଲ ପଟେଲ (Praful Patel) ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଅଧିକ ପଢ଼ନ୍ତୁ:-କିଡନୀ ସମସ୍ୟାରେ ଲାଭଦାୟକ ହୋଇଥାଏ ମେଥିର ସେବନ
ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ରାଜନୀତିରେ ଜାରି ଥିବା ଅସ୍ଥିରତା ମଧ୍ୟରେ ଏକ ନୂଆ ଗୁଜବ ସୃଷ୍ଟି ହୋଇଛି । ତେବେ ଏହା ଉପରେ ଅନ୍ୟ କୌଣସି ସୂଚନା ବାହାରକୁ ଆସୁନାହିଁ । ରବିବାର ଗଣମାଧ୍ୟମରେ କଥାବାର୍ତ୍ତା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଏହି ବୈଠକ ସମ୍ପର୍କରେ ପଚରାଯାଇଥିଲା । ସେ ହସି ହସି ଉତ୍ତର ଦେଇଥିଲେ ଯେ, 'ସବୁକିଛି ସାର୍ବଜନୀନ କରାଯାଇପାରିବ ନାହିଁ ।'
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ଛୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କଲେ ସରକାର
ଏଭଳି ପରିସ୍ଥିତିରେ ଯେତେବେଳେ ସେ ଏହି ସାକ୍ଷାତର ଖବରକୁ ଅସ୍ୱୀକାର କରିନାହାଁନ୍ତି, ସେତେବେଳେ ସୂତ୍ରର ଏହି ଖବରକୁ ଅଧିକ ବଳ ମିଳିଛି । ଯଦି ଏହି ଖବରକୁ ବିଶ୍ୱାସ କରାଯାଏ, ତେବେ ଅହମ୍ମଦାବାଦରେ ହୋଇଥିବା ଏହି ସାକ୍ଷାତକୁ ନେଇ ରାଜନୈତିକ ସ୍ତରରେ ଅନେକ କଳ୍ପନାଜଳ୍ପନା ଜାରି ରହିଛି । ତେବେ ଏନସିପି ମୁଖପାତ୍ର ନବାବ ମଲିକ ଏହି ଖବରକୁ ଖଣ୍ଡନ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ଖୁସି ଖବର!
ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ମହାରାଷ୍ଟ୍ରର ରାଜନୀତି ଏକ ନୂଆ ମୋଡ଼ ନେଇପାରେ । କୌତୂହଳର ବିଷୟ ହେଉଛି ସଚିନ ୱାଜେ ମାମଲାରେ ମହାରାଷ୍ଟ୍ର ଏଟିଏସ ତଦନ୍ତ ଗୁଜରାଟ ଯାଏ ପହଞ୍ଚିଛି । ଏଥିରେ ମହାରାଷ୍ଟ୍ର ଏଟିଏସ୍ ପାଟନାରୁ କିଶୋର ଠାକୁର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବାବେଳେ ଦାମନରୁ ଜଣେ ବ୍ୟବସାୟୀଙ୍କ ଭଲଭୋ କାର ଉଦ୍ଧାର କରାଯାଇଥିଲା । ସଚିନ ୱାଜେ ଏହି ଗାଡି ବ୍ୟବହାର କରୁଥିଲେ ।