Union Minister Raosaheb Danve: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ କାରଣରୁ ଏବେ ରାଜ୍ୟରେ ମହାବିକାଶ ଅଘାଡି଼ ସରକାରର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ହେଲେ ଏହି ସରକାର ଆଉ କେତେ ଦିନ ଧରି ରାଜ୍ୟରେ ଶାସନ କରିବ ତାହାର ଭବିଷ୍ୟବାଣୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ମହାରାଷ୍ଟ୍ର ବିଜେପି ସଭାପତି ରାଓ ସାହେବ ଦାନବେ। 


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାରର ଅସ୍ଥିତ୍ୱ ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ଜାଲନା ଲୋକସଭାର ଆସନର (Jalan Lok Sabha) ବିଜେପି ସାଂସଦ (BJP MP) ତଥା କେନ୍ଦ୍ରମନ୍ତ୍ରୀ ରାଓ ସାହେବ ଦାନବେ (Union Minister Raosaheb Danve) କହିଛନ୍ତି ଆମେ (ତାଙ୍କ ଦଳ ବିଜେପି) କେବଳ ୨-୩ ଦିନ ପାଇଁ ବିରୋଧି ଆସନରେ ବସିବୁ। ବର୍ତ୍ତମାନ ମୁଁ ଅଢେଇ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଭାବେ କାମ କରୁଛି। ଏନସିପି ନେତା ରାଜେଶ ଟୋପ ରାଜ୍ୟ ସରକାରରେ ୧୪ ବର୍ଷ ଧରି ରାଜ୍ୟ ମନ୍ତ୍ରୀ ଅଛନ୍ତି। ଯଦି ଆପଣ ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଯଦି ଅନ୍ୟ କୌଣସି କାମ କରିବାକୁ ଚାହୁଁଛ ତାହେଲେ ଯଥା ଶୀଘ୍ର ଏହାକୁ କର। କାରଣ ସମୟ ସରିଯାଉଛି। ଆମେ ମାତ୍ର ୨-୩ ଦିନ ପାଇଁ ବିରୋଧି ଆସନରେ ବସିଛୁ।


ସଦ୍ୟ ଗୋଟିଏ ସଭାକୁ ସମ୍ବୋଧିତ କରିବା ଅବସରରେ ମହାବିକାଶ ଅଘାଡି଼ ସରକାରର ଅସ୍ଥିତ୍ୱକୁ ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ମହାରାଷ୍ଟ୍ର ବିଜେପି ସଭାପତି ରାଓ ସାହେବ ଦାନବେ।  


ପୂର୍ବରୁ ପୂର୍ବତନ ମେଣ୍ଟ ସହଯୋଗୀ ଶିବସେନା ଉଦ୍ଦେଶ୍ୟରେ କଟାକ୍ଷ କରି ଚର୍ଚ୍ଚାକୁ ଆସିଥିଲେ ସେ। ଏନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକେରଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, "ବିଜେପି ସହ ବାହାଘର ଠିକ ହୋଇଥିଲା ହେଲେ ଧୋକ୍କା ଦେଇ ଅନ୍ୟ କାହା ହାତ ଧରି ଚାଲିଗଲା ଶିବସେନା।"   


ଗତ ୨୦୨୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ଶିବସେନା ସରକାର ଗଠନ କରିବା ଲାଗି ଏନସିପି-କଂଗ୍ରେସ ଭଳି ଦଳ ସହ ହାତ ମିଳାଇଥିଲା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘ ଦିନର ପୁରୁଣା ସହଯୋଗୀ ବିଜେପି-ଶିବସେନା ପରସ୍ପର ଠାରୁ ଦୂରେଇ ଯାଇଥିଲେ।     
  
ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେ କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ ଲାଗି ଶିବସେନା ଆମ ହାତ ଛାଡି଼ ଦେଇଥିଲା। ହେଲେ ଆମେ ତାଙ୍କ ହାତ ଛାଡି଼ନଥିଲୁ। ଶିବସେନା ବିଜେପି ହାତ ଛାଡି ପଳାୟନ କରିଛି ନା ନାହିଁ ତାହା ଲୋକେ ସ୍ଥିର କରିବା ଆବଶ୍ୟକ। ବିଜେପି ସହ ବାହାଘର ଠିକ ହୋଇଥିବା ବେଳେ ଧୋକ୍କା ଦେଇ ଅନ୍ୟ କାହା ହାତ ଧରି ଚାଲିଯାଇଛି ଶିବସେନା। 


ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନେଇ ଦଳୀୟ ମୁଖପତ୍ର ସାମନା ସମ୍ପାଦକୀୟ ଜରିଆରେ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରିଛି ଶିବେସନା। ଏହି ଘଟଣା ପାଇଁ ବିଜେପି ଦାୟୀ ବୋଲି କହିବାକୁ ପଛାଇ ନାହିଁ ଶିବସେନା। ଏନେଇ  ସାମନା ଜରିଆରେ ଶିବସେନା ପକ୍ଷରୁ କୁହାଯାଇଛି କେନ୍ଦ୍ରମନ୍ତ୍ରୀ ରାଓ ସାହେବ ଦାନବେଙ୍କ ବକ୍ତବ୍ୟରୁ ସବୁକିଛି ସ୍ପଷ୍ଟ ହୋଇଯାଇଛି। ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଂକଟରେ ଏହାର କୌଣସି ହାତ ନାହିଁ ବୋଲି ବିଜେପି କହୁଥିବା ବେଳେ ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀଙ୍କ ବୟାନରୁ ସବୁକିଛି ସ୍ପଷ୍ଟ ହୋଇଯାଇଛି।


ସାମନା ଜରିଆରେ ଶିବସେନା ପକ୍ଷରୁ  ଅଭିଯୋଗ କରାଯାଇଛି ଯେ ଦିଲ୍ଲୀରେ ବସିଥିବା ବିଜେପି ନେତା ମହାରାଷ୍ଟ୍ରକୁ ତିନି ଭାଗରେ ବାଣ୍ଟିବା ପାଇଁ ଏକ ବିପଦପୂର୍ଣ୍ଣ ଷଡ଼ଯନ୍ତ୍ର କରିଛନ୍ତି। ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ବାର୍ତ୍ତା ଦେଇ ସାମନା ସମ୍ପାଦକୀୟ ଜରିଆରେ କୁହାଯାଇଛି ଯେ କେନ୍ଦ୍ରମନ୍ତ୍ରୀ ରାଓ ସାହେବ ଦାନବେ କହିଛନ୍ତି ଯେ କିଛି ଦିନ ତଳେ ବିଦ୍ରୋହୀ ନୁହେଁ ବରଂ ତାଙ୍କ ସରକାର ଆସିବ। 


Also Read: 'ବିଜେପି ସହ ହୋଇଥିଲା ବାହାଘର ଠିକ; ହେଲେ ଅନ୍ୟ କାହା ହାତ ଧରି ଚାଲିଗଲା ଶିବସେନା'


Also Read: କେନ୍ଦ୍ରମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ; 'ଆପେ ଆପେ ଭାଙ୍ଗିଯିବ ଅମର, ଆକବର, ଆନ୍ଥୋନୀ ସରକାର'