ସେମାନେ ଆମ ହାତ ଛାଡି଼ ଦେଇଥିଲା। ହେଲେ ଆମେ ତାଙ୍କ ହାତ ଛାଡି଼ନଥିଲୁ।
Trending Photos
Shiv Sena-BJP Relation: ପୂର୍ବତନ ମେଣ୍ଟ ସହଯୋଗୀ ଶିବସେନା ଉଦ୍ଦେଶ୍ୟରେ କଟାକ୍ଷ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଓସାହେବ ଦାନବେ। ରବିବାର ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ଶିବସେନା ଉଦ୍ଦେଶ୍ୟରେ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି "ବିଜେପି ସହ ବାହାଘର ଠିକ ହୋଇଥିଲା ହେଲେ ଧୋକ୍କା ଦେଇ ଅନ୍ୟ କାହା ହାତ ଧରି ଚାଲିଗଲା ଶିବସେନା।"
ଗତ ୨୦୨୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ଶିବସେନା ସରକାର ଗଠନ କରିବା ଲାଗି ଏନସିପି-କଂଗ୍ରେସ ଭଳି ଦଳ ସହ ହାତ ମିଳାଇଥିଲା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘ ଦିନର ପୁରୁଣା ସହଯୋଗୀ ବିଜେପି-ଶିବସେନା ପରସ୍ପର ଠାରୁ ଦୂରେଇ ଯାଇଥିଲେ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେ କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ ଲାଗି ଶିବସେନା ଆମ ହାତ ଛାଡି଼ ଦେଇଥିଲା। ହେଲେ ଆମେ ତାଙ୍କ ହାତ ଛାଡି଼ନଥିଲୁ। ଶିବସେନା ବିଜେପି ହାତ ଛାଡି ପଳାୟନ କରିଛି ନା ନାହିଁ ତାହା ଲୋକେ ସ୍ଥିର କରିବା ଆବଶ୍ୟକ। ବିଜେପି ସହ ବାହାଘର ଠିକ ହୋଇଥିବା ବେଳେ ଧୋକ୍କା ଦେଇ ଅନ୍ୟ କାହା ହାତ ଧରି ଚାଲିଯାଇଛି ଶିବସେନା।
Also Read: କେନ୍ଦ୍ରମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ; 'ଆପେ ଆପେ ଭାଙ୍ଗିଯିବ ଅମର, ଆକବର, ଆନ୍ଥୋନୀ ସରକାର'
ବେଶ ଲମ୍ବା ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ବିଜେପି-ଶିବସେନା ପରସ୍ପରକୁ ସହଯୋଗ କରିଆସୁଥିଲେ। ମାତ୍ର ୨୦୨୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ପରସ୍ପର ଠାରୁ ଦୂରେଇ ଯାଇଥିଲେ ଦୁଇ ପୁରୁଣା ସହଯୋଗୀ ଶିବସେନା-ବିଜେପି। ସେବେଠାରୁ ସୁଯୋଗ ମିଳିବା ମାତ୍ରେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ଉଭୟ ଦଳର ନେତା।