Prakash Ambedkar Uddhav Thackeray: ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ​​ବିଜେପିକୁ ଘେରିବା ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛି ଶିବସେନା ଉଦ୍ଧବ ବାଲାସାହେବ ଠାକରେ। ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଉଦ୍ଧବ ଠାକରେଙ୍କ ବାସଭବନରେ ଜିଲ୍ଲା ମୁଖ୍ୟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରକାଶ ଆମ୍ବେଦକରଙ୍କ ଦଳ ବଞ୍ଚିତ ବହୁଜନ ଅଘାଡି ସହ ମେଣ୍ଟ ଗଠନ  କରିବା ଉପରେ ଆଲୋଚନା ହୋଇଛି। ଯଦି ଆଗାମୀ ଦିନରେ ହେବାକୁ ତିବା ନିର୍ବାଚନରେ ମହା ବିକାଶ ଅଘାଡି, ବଞ୍ଚିତ ବହୁଜନ ଅଘାଡି ସହ ମେଣ୍ଟ କରେ ତାହେଲେ ମହାରାଷ୍ଟ୍ର ରାଜନୀତିରେ ବିଜେପି ଲାଗି ସମସ୍ୟା ବଢିପାରେ। 


COMMERCIAL BREAK
SCROLL TO CONTINUE READING

ପ୍ରକାଶ ଆମ୍ବେଦକରଙ୍କ (Prakash Ambedkar) ଦଳ ବଞ୍ଚିତ ବହୁଜନ ଅଘାଡି (Vanchit Bahujan Aghadi) ଭିବିଏ (VBA) ଗତ ୨୦୧୯ ଲୋକସଭା ନିର୍ବାଚନରେ ଅସାଦୁଦ୍ଦିନ ଓୱେସିଙ୍କ (Asaduddin Owaisi) ଦଳ ଏଆଇଏମଆଇଏମ (AIMIM) ସହ ମେଣ୍ଟ କରିଥିଲା। ଏହି ନିର୍ବାଚନରେ ଭିବିଏ-ଏଆଇଏମଆଇଏମ ମେଣ୍ଟ (VBA AIMIM Alliance) ୧୪ ପ୍ରତିଶତ ଭୋଟ୍ ପାଇ ପ୍ରକାଶ ଆମ୍ବେଦକର ସ୍ପଷ୍ଟ କରି ଦେଇଥିଲେ ବହୁଜନ ଅଘାଡି ଉପରେ ଲୋକଙ୍କ ବିଶ୍ୱାସ ରହିଛି।


Also Read: President Election 2022: ଯଶୱନ୍ତ ସିହ୍ନାଙ୍କୁ ଲଢିବାର ନଥିଲା ରାଷ୍ଟ୍ରପତି ନିର୍ବାଚନ


ଗତ ୨୦୧୯ ଲୋକସଭା ନିର୍ବାଚନରେ ( Lok Sabha Election 2019) ମହାରାଷ୍ଟ୍ରର (Maharashtra ) ମୋଟ ୪୮ ଲୋକସଭା ସିଟ୍ ମଧ୍ୟରୁ କେବଳ ଔରଙ୍ଗାବାଦ ଆସନ (Aurangabad Lok Sabha Constituency) ଜିତିବାରେ ସଫଳ ହୋଇଥିଲା ଭିବିଏ-ଏଆଇଏମଆଇଏମ ମେଣ୍ଟ। ଏହି ଆସନରେ ମେଣ୍ଟ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏଆଇଏମଆଇଏମ ପ୍ରାର୍ଥୀ ଇମତିଆଜ ଜଲୀଲ (Imtiyaz Jaleel)। ପ୍ରକୃତ କଥା ହେଉଛି ଏହା ଯେ ଗତ ୨୦୧୯ ଲୋକସଭା ନିର୍ବାଚନରେ ଭିବିଏ ପ୍ରାର୍ଥୀ ବିପୁଳ ଭୋଟ୍ ହାସଲ କରିଥିଲେ। ଯାହା ବିଭିନ୍ନ ଆସନରେ ଫଳାଫଳ ବଦଳାଇ ଦେଇଥିଲା। ଯଦି ଭିବିଏ ଏବଂ ମହା ବିକାଶ ଅଘାଡି ସହ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢେ, ତାହେଲେ ରାଜ୍ୟରେ ୪୮ ଆସନ  ଲଢେଇ ମଜାଦାର ହେବ। ଏପରିକି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ବାଲାସାହେବଙ୍କ ଶିବସେନା (Balasahebanchi Shiv Sena) ଆସିବା ପରେ ମଧ୍ୟ ବିଜେପି (BJP) ପାଇଁ ସହଜ ହେବ ନାହିଁ।


Also Read: ଲୋକସଭା ଏବଂ ବିଧାନସଭା ଆସନରୁ ହଟାଯାଉ ସଂରକ୍ଷଣ: ପ୍ରକାଶ ଆମ୍ବେଦକର


ପ୍ରଶ୍ନ ଉଠୁଛି ଯେ କ'ଣ ପ୍ରକାଶ ଆମ୍ବେଦକର ମହା ବିକାଶ ଅଘାଡ଼ି (Maha Vikas Aghadi ) ସହ ମେଣ୍ଟ କରିବେ? ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି (Prime Minister Narendra Modi) କିମ୍ବା ବିଜେପି ବିରୋଧୀ ସମସ୍ତଙ୍କୁ ଏକାଠି କରିବାରେ ସମର୍ଥ ହେବେ? ଆଗାମୀ ନିର୍ବାଚନ ଶିବସେନା ଉଦ୍ଧବ ବାଲାସାହେବ ଠାକରେ (Shiv Sena Uddhav Balasaheb Thackeray) ପାଇଁ ସବୁଠାରୁ ବଡ ଆହ୍ୱାନ ଭାବେ ଉଭା ହୋଇଛି। ହେଲେ ଆଗାମୀ ଦିନରେ ଉଦ୍ଧବ ଠାକରେ (Uddhav Thackeray), ପ୍ରକାଶ ଆମ୍ବେଦକର ଏକାଠି ହେବେ ନା ନାହିଁ, ତାହା କେବଳ ସମୟ କହିବ।