Maharashtra Political Crisis: ସରକାର ଗଠନ କରିବା ଲାଗି ରହିଛି ୫ ବିକଳ୍ପ
Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ୫ ବିକଳ୍ପ ସାମ୍ନାକୁ ଆସିଛି। ଯାହାକୁ ଆପଣାଯାଇ ଏହି ରାଜନୈତିକ ସଂକଟର ମୁକାବିଲା କରାଯାଇ ପାରିବ।
Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ କାରଣରୁ ଏବେ ବିପଦରେ ପଡ଼ିଯାଇଛି ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି଼ ସରକାର। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ପ୍ରାୟ ୪୦ ବିଦ୍ରୋହୀ ଶିବସେନା ବିଧାୟକ ଦଳ ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗୁଜୁରାଟ ସୁରଟରୁ ଆସାମ ରାଜଧାନୀ ଗୌହାଟିରେ ପହଞ୍ଚିଛନ୍ତି। ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅସନ୍ତୋଷ କାରଣରୁ ଏବେ ମହାବିକାଶ ଅଘାଡି଼ ସରକାରର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।
ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ୫ ବିକଳ୍ପ ସାମ୍ନାକୁ ଆସିଛି। ଯାହାକୁ ଆପଣାଯାଇ ଏହି ରାଜନୈତିକ ସଂକଟର ମୁକାବିଲା କରାଯାଇ ପାରିବ। ତାହା ହେଉଛି...
୧.ଏକନାଥ ସିନ୍ଦେଙ୍କ ସମର୍ଥନରେ ବିଜେପି ସରକାର ଗଠନ କରୁ।
୨.ଶିବସେନା ସମର୍ଥନରେ ବିଜେପି ସରକାର ଗଠନ କରୁ।
୩.ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ଶିବସେନା ମନାଇବାକୁ ପ୍ରୟାସ କରୁ।
୪.ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ଶିବସେନା ଦଳରୁ ବରଖାସ୍ତ କରୁ। ଯାହା ଫଳରେ ବିଦ୍ରୋହୀ ଶିବସେନା ବିଧାୟକ ଦଳକୁ ଫେରିଆସିବେ।
୫.ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଥିବା ବହୁମତ ପରୀକ୍ଷାରେ ମହବିକାଶ ଅଘାଡି ମେଣ୍ଟର ପରାଜୟ।
ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିପାରନ୍ତି ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେ। ଯେଉଁଥିରେ ତାଙ୍କ ସହ ରହିଥିବା ପ୍ରାୟ ୪୦ ବିଧାୟକ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡ଼ି ସରକାରକୁ ସମର୍ଥନ ଦେଉନଥିବା ନେଇ ଦାବି ଉପସ୍ଥାପନ କରିବେ। ବିଦ୍ରୋହୀ ଶିବସେନା ବିଧାୟକଙ୍କ ଏହି ପତ୍ର ଆଧାରରେ ମହାରାଷ୍ଟ୍ର ରାଜ୍ୟପାଳ ରାଜ୍ୟ ବିଧାନସଭାରେ ମହାବିକାଶ ଅଘାଡ଼ି ସରକାରକୁ ବହୁମତ ସାବ୍ୟସ୍ତ କରିବା ଲାଗି ନିର୍ଦ୍ଦେଶ ଦେଇପାରନ୍ତି।
ଅଧିକରୁ ଅଧିକ ବିଧାୟକଙ୍କ ନିଜ ପକ୍ଷକୁ ଆଣିବା ଲାଗି ପ୍ରୟାସ ଜାରି ରଖିଛନ୍ତି ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେ। ହେଲେ ଏହି ପ୍ରୟାସରେ ସେ ସଫଳ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶିବସେନା ନେତା ଏକନାଥ ସିନ୍ଦେଙ୍କ ପାଖରେ ୪୦ ବିଧାୟକ ଅଛନ୍ତି। ଅନ୍ୟପଟେ ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କ ପାଖରେ ୧୧୩ ବିଧାୟକ ଅଛନ୍ତି। ଯଦି ଏହି ସମସ୍ତ ବିଧାୟକ ସଂଖ୍ୟାକୁ ଯୋଡି ଦିଆଯାଏ ତାହେଲେ ଏହି ସଂଖ୍ୟା ୧୫୪ ହୋଇଯିବ। ମୋଟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ କୌଣସି ଦଳକୁ ସରକାର ଗଠନ କରିବା ଲାଗି ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଶିବସେନା ନେତା ସିନ୍ଦେଙ୍କ ପାଖରେ ୩୪ ଶିବସେନା ଏବଂ ୬ ସ୍ୱାଧିନ ଏବଂ ଅନ୍ୟ ଦଳର ବିଧାୟକ ରହିଥିବା କୁହାଯାଉଛି।
Also Read: ବିଦ୍ରୋହୀ ବିଧାୟକଙ୍କୁ ଶିବସେନା ଦେଲା ଚେତାବନୀ; 'କହିଲା ସନ୍ଧ୍ୟା ପର୍ଯ୍ୟନ୍ତ ଫେରିଆସ ମହାରାଷ୍ଟ୍ର'
Also Read: Maharashtra Political Crisis: ହାର ମାନିନେଲେ କି ଉଦ୍ଧବ ଠାକରେ-ଆଦିତ୍ୟ ଠାକରେ?