ମମତା ବିଧାୟକ ହେବା ମାତ୍ରେ ରାଜ୍ୟପାଳ ଧନଖର ନେଲେ ଏହି ବଡ଼ ପଦକ୍ଷେପ, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା
ଏଠାରେ କହି ରଖୁଛୁ ଯେ, ଭବାନୀପୁର ଉପ-ନିର୍ବାଚନ (Bhawanipur by-election) ରେ ଜିତିବା ପରେ ମମତା ବାନାର୍ଜୀ (Mamta Banerjee) ଆସନ୍ତା ମାସର ୪ ତାରିଖ ପୂର୍ବରୁ ବିଧାନସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ଆବଶ୍ୟକ ।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର (West Bengal Governor Jagdeep Dhankhar) ରାଜ୍ୟର ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ (West Bengal Speaker Biman Banerjee) ଙ୍କ ଠାରୁ ବିଧାୟକଙ୍କୁ ଶପଥ ଗ୍ରହଣ କରାଇବାର କ୍ଷମତା ଛଡ଼ାଇ ନେଇଛନ୍ତି । ସୋମବାର ସୂତ୍ରରୁ ପ୍ରକାଶ ଯେ ବଙ୍ଗଳା ରାଜ୍ୟପାଳ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ରାଜ୍ୟପାଳ ଧନଖରଙ୍କ ଏପରି ପଦକ୍ଷେପରୁ ବାଚସ୍ପତି ଓ ତାଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଆହୁରି ବଢ଼ିବାର ସମ୍ଭାବନା ରହିଛି ।
ଏଠାରେ କହି ରଖୁଛୁ ଯେ, ଭବାନୀପୁର ଉପ-ନିର୍ବାଚନ (Bhawanipur by-election) ରେ ଜିତିବା ପରେ ମମତା ବାନାର୍ଜୀ (Mamta Banerjee) ଆସନ୍ତା ମାସର ୪ ତାରିଖ ପୂର୍ବରୁ ବିଧାନସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ଆବଶ୍ୟକ ।
ବିଧାନସଭା ସହ ଜଡ଼ିତ ଜଣେ ଅଧିକାରୀ ହିନ୍ଦୁସ୍ତାନ ଟାଇମ୍ସକୁ ନାଁ ପ୍ରଘଟ ନ କରିବା ସର୍ତ୍ତରେ କହିଛନ୍ତି ଯେ, "ଭବାନୀପୁର ଓ ମୁର୍ଶିଦାବାଦ ଜିଲ୍ଲାର ଦୁଇଟି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର କିଛି ଦିନ ପୂର୍ବରୁ ବାଚସ୍ପତିଙ୍କୁ ରାଜ ଭବନ ତରଫରୁ ଏକ ଚିଠି ମିଳିଥିଲା । ଏହି ଚିଠିରେ ସମ୍ବିଧାନର ଧାରା ୧୮୮ ର ଉଲ୍ଲେଖ କରାଯାଇଛି, ଯାହା ରାଜ୍ୟପାଳଙ୍କୁ ଶପଥ ଗ୍ରହଣ କରିବାର କ୍ଷମତା ପ୍ରଦାନ କରିଥାଏ ।
ମୁଖ୍ୟମନ୍ତ୍ରୀ ରହିବାକୁ ହେଲେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ନଭେମ୍ବର ୪ ସୁଦ୍ଧା ବିଧାନସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ଆବଶ୍ୟକ । ମମତା ବାନାର୍ଜୀ ରବିବାର ରେକର୍ଡ ସଂଖ୍ୟାରେ ଭବାନୀପୁର ଉପ-ନିର୍ବାଚନରେ ବିଜୟୀ ହୋଇଛନ୍ତି । ଟିଏମସି ନେତାମାନେ କହିଛନ୍ତି ଯେ ଦୁର୍ଗା ପୂଜା ପୂର୍ବରୁ ମମତା ସମସ୍ତ ଔପଚାରିକତା ସାରିବାକୁ ଚାହୁଁଛନ୍ତି, ଯେଉଁଥିରେ ଏକ ସପ୍ତାହରୁ କମ୍ ସମୟ ବାକି ଅଛି । ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ବଙ୍ଗଳା ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ପରାସ୍ତ ହେବା ପରେ ମମତା ବାନାର୍ଜୀ ମେ ୫ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
ଜୁଲାଇ ୨୦୧୯ରେ ବଙ୍ଗଳାର ରାଜ୍ୟପାଳ ହେବା ଦିନଠାରୁ ଜଗଦୀପ ଧନଖର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । କିଛି ଟିଏମସି ନେତା, ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଜଗଦୀପ ଧନଖରଙ୍କ ନୂତନ କାର୍ଯ୍ୟ ଏହି ସମ୍ପର୍କକୁ ଆହୁରି ତିକ୍ତ କରିପାରେ ।
ଏହାପୂର୍ବରୁ ଯେତେବେଳେ ଧନଖର ବିଧାନସଭାରେ ତାଙ୍କ ଭାଷଣର ସିଧା ପ୍ରସାରଣ କରିବାର ଦାବି କରିଥିଲେ ସେତେବେଳେ ବଙ୍ଗଳା ବିଧାନସଭା ବାଚସ୍ପତି ଏବଂ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ବାଚସ୍ପତି ବିମନ୍ ବାନାର୍ଜୀ ଏହାକୁ ଅନୁମତି ଦେଇ ନଥିଲେ । ବାଚସ୍ପତି ଅଭିଯୋଗ କରିଛନ୍ତି ଯେ ଧନଖର ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ।
ବିଧାନସଭାର ଜଣେ ଅଧିକାରୀ କହିଛନ୍ତି ଯେ, ରାଜ ଭବନ ତରଫରୁ ଚିଠିରେ ଲେଖାଯାଇଛି ଯେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଶପଥ ଗ୍ରହଣ କରାଇବାର ଅଧିକାର ରାଜ୍ୟପାଳଙ୍କ ପାଖରେ ଅଛି । ରାଜ୍ୟପାଳ ରାଜ ଭବନରେ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିବାବେଳେ ବାଚସ୍ପତି ରାଜ୍ୟପାଳଙ୍କ ପ୍ରତିନିଧୀ ଭାବରେ ଗୃହରେ ବିଧାୟକଙ୍କ ଶପଥ ଗ୍ରହଣ କରାଉଛନ୍ତି ।
ଏହି ପ୍ରସଙ୍ଗରେ ବିମନ ବାନାର୍ଜୀ କୌଣସି ବୟାନ ଦେବାକୁ ମନା କରି ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ମମତା ବାନାର୍ଜୀ ସୋମବାର ସ୍ପିକରଙ୍କ ସହ ଫୋନରେ କଥା ହୋଇଛନ୍ତି ଓ ତାଙ୍କ କାର୍ଯ୍ୟାଳୟର ଲୋକମାନେ ରାଜ ଭବନ ସହ ଯୋଗାଯୋଗ କରୁଛନ୍ତି ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଚାଷୀଙ୍କର ମାଫ୍ ହେବ ୨୫ ହଜାର ଟଙ୍କାର ଋଣ
ଅଧିକ ପଢ଼ନ୍ତୁ:-ପାଣ୍ଡୋରା ପେପର ଲିକ୍: ସଚିନ, ଅନିଲ ଅମ୍ବାନୀଙ୍କ ସମେତ ଏହି ସବୁ ସେଲିବ୍ରିଟିଙ୍କ ବିଦେଶୀ ସମ୍ପତ୍ତିର ହେଲା ଖୁଲାସା
ଅଧିକ ପଢ଼ନ୍ତୁ:-କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କାର କ୍ଷତିପୂରଣ, ୩୦ ଦିନ ମଧ୍ୟରେ ପ୍ରଦାନ କରାଯିବ ରାଶି