Margaret Alva: ଦେଶର ୧୪ ତମ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ୨୦୨୨ ଅଗଷ୍ଟ ୬ ତାରିଖ ଶନିବାର ଅନୁଷ୍ଠିତ ହୋଇଯାଇଥିଲା ମତଦାନ। ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ବିରୋଧି ପ୍ରାର୍ଥୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ୩୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ ଶାସକ ଏନଡିଏ ପ୍ରାର୍ଥୀଙ୍କୁ ୫୨୮ ଏବଂ ବିରୋଧି ପ୍ରାର୍ଥୀଙ୍କୁ ୧୮୨ ଖଣ୍ଡ ଭୋଟ ମିଳିଛି।


COMMERCIAL BREAK
SCROLL TO CONTINUE READING

ଶନିବାର ସନ୍ଧ୍ୟାରେ ଉପରାଷ୍ଟ୍ରପତି ନିର୍ବାଚନ (Vice President Election 2022) ଫଳାଫଳ ଘୋଷଣା କରାଯିବା ପରେ ବିରୋଧି ପ୍ରାର୍ଥୀ ମାର୍ଗାରେଟ୍ ଅଲଭା (Opposition Candidate Margaret Alva) ତାଙ୍କର ପରାଜୟ ପାଇଁ ବିରୋଧି ଦଳକୁ ଦାୟୀ କରିଛନ୍ତି। ଏନେଇ ସେ କହିଛନ୍ତି ଯେ କିଛି ବିରୋଧି ଦଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାରୁ ସେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ (NDA Candidate Jagdeep Dhankhar) ଅଭିନନ୍ଦନ ଜଣାଇଛନ୍ତି।


ଉପରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ହେବା ପରେ ବିରୋଧି ପ୍ରାର୍ଥୀ ମାର୍ଗାରେଟ ଆଲଭା କହିଛନ୍ତି ଯେ ନିର୍ବାଚନ ଶେଷ ହୋଇଛି। ଏହି ସଂଗ୍ରାମ ଆମର ସମ୍ବିଧାନର ସୁରକ୍ଷା, ଗଣତନ୍ତ୍ରକୁ ମଜବୁତ କରିବା ଏବଂ ସଂସଦର ସମ୍ମାନ ଫେରାଇ ଆଣିବା ଲାଗି ଜାରି ରହିବ। ଏହି ନିର୍ବାଚନରେ ​​ତାଙ୍କୁ ଭୋଟ୍ ଦେଇଥିବା ବିରୋଧି ତଥା ଅନ୍ୟ ଦଳର ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚନ ହେଉଛି ବିରୋଧି ଦଳ ଏକାଠି ହୋଇ କାମ କରିବା ଏବଂ ଅତୀତକୁ ଛାଡ଼ି ପରସ୍ପର ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଏକ ସୁଯୋଗ।  ସିଧାସଳଖ ହେଉ କିମ୍ବା ପରୋକ୍ଷରେ ବିଜେପିକୁ ସମର୍ଥନ କରି କିଛି ଦଳ ଏବଂ ସେମାନଙ୍କ ନେତାମାନେ ସେମାନଙ୍କର ବିଶ୍ୱସନୀୟତାକୁ ନଷ୍ଟ କରିଦେଇଛନ୍ତି। 


Also Read: Vice President Election 2022: କାହାକୁ ମିଳିବ କାହା ସମର୍ଥନ? କିଏ ପାଇବ କେତେ ଭୋଟ?


ବିରୋଧି ପ୍ରାର୍ଥୀ ମାର୍ଗାରେଟ ଆଲଭା କହିଛନ୍ତି ଦୁର୍ଭାଗ୍ୟବଶତଃ କିଛି ବିରୋଧୀ ଦଳ ମିଳିତ ବିରୋଧୀ ଦଳର ଧାରଣାକୁ ଖଣ୍ଡନ କରିବା ପାଇଁ ବିଜେପିକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସମର୍ଥନ କରିଛନ୍ତି। ମୁଁ ବିଶ୍ୱାସ କରେ ଯେ ଏପରି କରିବା ଦ୍ୱାରା ସେହି ଦଳ ଏବଂ ସେମାନଙ୍କର ନେତା ସେମାନଙ୍କର ବିଶ୍ୱସନୀୟତାକୁ ନଷ୍ଟ କରିଦେଇଛନ୍ତି।