379 Candidates File Nomination for Meghalaya Assembly Election 2023: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ମେଘାଳୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏଫ୍ ଖାରକୋଙ୍ଗୋର ରାଜ୍ୟ ବିଧାନସଭା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ନିର୍ବାଚନ ଅଧିକାରୀ କହିଛନ୍ତି ଯେ ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩ ଲାଗି ୨୭ ଫେବୃଆରୀରେ ଅନୁଷ୍ଠିତ ହେବ ମତଦାନ। ରାଜ୍ୟର ସମସ୍ତ ୬୦ ବିଧାନସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ। ଏହି ନିର୍ବାଚନରେ ୩୭ ଜଣ ମହିଳାଙ୍କ ସମେତ ମୋଟ ୩୭୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ନିର୍ବାଚନ ଅଧିକାରୀ କହିଥିଲେ ଯେ ମୋଟ ୩୩୪ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ଲାଗି ପାଇଁ ଶେଷ ଦିନ ଥିଲା ମଙ୍ଗଳବାର। 


COMMERCIAL BREAK
SCROLL TO CONTINUE READING

ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସାଙ୍ଗମା, ବିଧାନସଭା ବାଚସ୍ପତି ମେଟବା ଲିଙ୍ଗଡୋ ଏବଂ ବିରୋଧୀ ଦଳର ନେତା ମୁକୁଲ ସାଙ୍ଗମାଙ୍କ ସମେତ ସମସ୍ତ ରାଜ୍ୟର ସମସ୍ତ ୬୦ ବିଧାୟକ ପୁନର୍ବାର ନିର୍ବାଚନ ଲଢିବା ପାଇଁ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ନ୍ୟାସନାଲ ପିପୁଲ୍ସ ପାର୍ଟି ସଭାପତି ଥିବା କୋନରାଡ ସାଙ୍ଗମା ପୁଣିଥରେ ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ଦକ୍ଷିଣ ତୁରା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଅନ୍ୟପଟେ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି ମୁଖ୍ୟ ମେଟବା ପୂର୍ବ ପଶ୍ଚିମ ଖାସି ହିଲ୍ସ ଜିଲ୍ଲାର ମାୟରାଙ୍ଗ ନିର୍ବାଚନମଣ୍ଡଳୀରୁ ପୁଣିଥରେ ନିର୍ବାଚନ ଲଢୁଛନ୍ତି। 


ଏଥର ଟିଏମସି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଗତ ୨୦୧୮ ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ। ହେଲେ ୨୦୨୩ ନିର୍ବାଚନରେ ପୂର୍ବତନ ମେଘାଳୟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ପୂର୍ବ ଗାରୋ ହିଲ୍ସ ଜିଲ୍ଲାର ସୋଙ୍ଗସାକ୍ ଏବଂ ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ଟିକ୍ରିକିଲା ଆସନରୁ ଟିଏମସି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ସେହିପରି ରାଜ୍ୟର ଦୁଇ ବିଜେପି ବିଧାୟକ ସନବୋର ଶୁଲ୍ଲେଇ ଏବଂ ଏଏଲ୍ ହେକ୍ ଦକ୍ଷିଣ ଶିଲୋଙ୍ଗ ଏବଂ ପିନଥୋରୁମଖରାହ ନିର୍ବାଚନମଣ୍ଡଳୀରୁ ପୁନ ନିର୍ବାଚନ ଲଢୁଛନ୍ତି। 


ମେଘାଳୟ କଂଗ୍ରେସ ସଭାପତି ଭିନସେଣ୍ଟ ଏଚ ପାଲା ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାର ସୁଟଙ୍ଗା-ସାଇପୁଙ୍ଗ ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଆଞ୍ଚଳିକ ଦଳ ଯଥା ପିପୁଲ୍ସ ଡେମୋକ୍ରାଟିକ୍ ଫ୍ରଣ୍ଟ ନେତା ବେଣ୍ଟିଡୋର ଲିଙ୍ଗଡୋହ, ଭଏସ୍ ଅଫ୍ ପିପୁଲ୍ ନେତା ଆର୍ଡେଣ୍ଟ ବସାଇୱାମୋଇ, ହିଲ୍ସ ଷ୍ଟେଟ୍ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ନେତା ମାର୍ଟେଲ ମୁଖିମ ମଧ୍ୟ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।


ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩ ଲାଗି ଫେବୃଆରୀ ୭ ତାରିଖ ମଙ୍ଗଳବାର ଥିଲା ନାମାଙ୍କନ ଦାଖଲର ଶେଷ ଦିନ। ଫେବୃଆରୀ ୮ ତାରିଖ ବୁଧବାର ଦାଖଲ ହୋଇଥିବା ନାମାଙ୍କନ ଯାଞ୍ଚ କରାଯିବ। ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୧୦ ଫେବୃଆରୀ। ମତଦାନ ୨୭ ଫେବୃଆରୀରେ ଅନୁଷ୍ଠିତ ହେବ। ସେହିପରି ଭୋଟଗଣତି ୨ ମାର୍ଚ୍ଚରେ ଅନୁଷ୍ଠିତ ହେବ।