Weather update: ଆସିବ ବାତ୍ୟା...୫୫ କିଲୋମିଟର ବେଗରେ ପବନ ସହିତ ହେବ ବର୍ଷା, ପାଣିପାଗ ବିଭାଗ ଜାରି କଲା ଆଲର୍ଟ
Advertisement
Article Detail0/zeeodisha/odisha2462061

Weather update: ଆସିବ ବାତ୍ୟା...୫୫ କିଲୋମିଟର ବେଗରେ ପବନ ସହିତ ହେବ ବର୍ଷା, ପାଣିପାଗ ବିଭାଗ ଜାରି କଲା ଆଲର୍ଟ

Weather update: ପାଣିପାଗ ବିଭାଗ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି।

 

Weather update

Weather update: ମୌସୁମୀ ସମଗ୍ର ଦେଶରୁ ବିଦାୟ ନେଇଛି। ବର୍ତ୍ତମାନ କେତେକ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଛି।  ୭ ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ କେରଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥି ସହିତ ୭ ଅକ୍ଟୋବରରେ ଦିଲ୍ଲୀ, ନୋଏଡା ଏବଂ ଫରିଦାବାଦ ସମେତ ଏନସିଆରର ବିଭିନ୍ନ ଅଞ୍ଚଳରେ ଆକାଶ ମେଘୁଆ ରହିବ, ଏଠାରେ ସୂର୍ଯ୍ୟ ଦିନସାରା ମେଘ ସହ ଲୁଚକାଳି ଖେଳିବ।

ସେହି ପରି ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି।

fallback

ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ ପଶ୍ଚିମ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ସାଇକ୍ଲୋନିକ୍ ସର୍କ୍ୟୁଲେସନ ଜାରି ରହିଛି। ଯାହାର ପ୍ରଭାବ ୟୁପି, ବିହାର ଓ ଅନ୍ୟାନ୍ୟ ରାଜ୍ୟରେ ଦେଖାଯାଉଛି। ରବିବାର ଦିନ ପଞ୍ଜାବର ଅନେକ ଅଞ୍ଚଳରେ ପ୍ରବଳ ପବନରେ ବର୍ଷା ହେବାର ଏହି କାରଣ। ୭ ଓ ୮  ଅକ୍ଟୋବରରେ ୟୁପି, ବିହାରର କେତେକ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ, କେରଳ ଉପକୂଳ, ଲକ୍ଷ୍ମୀଦୀପ ଅଞ୍ଚଳ, କର୍ଣ୍ଣାଟକ ଉପକୂଳ, ଦକ୍ଷିଣ-ପଶ୍ଚିମ ଉପକୂଳ, ବଙ୍ଗଳାର ଉତ୍ତର ଭାଗ ଏବଂ ତାମିଲନାଡୁ ଉପକୂଳ ନିକଟରେ ଅକ୍ଟୋବର ୭ ରୁ ୧୦ ମଧ୍ୟରେ ପ୍ରବଳ ପବନ ଓ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଘଣ୍ଟା ପ୍ରିତି ବେଗ ୫୫ କିମି ରହିବ ବୋଲି ଆଶା କରାଯାଏ। ଏହା ବ୍ୟତୀତ ଆସନ୍ତା ଦୁଇ ଦିନ ମଧ୍ୟରେ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହେବ।

ପାଣିପାଗ ବିଭାଗର ୱେବସାଇଟ୍ ଅନୁଯାୟୀ, ଆସନ୍ତା ୬ ଦିନ ମଧ୍ୟରେ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ହେବ। ଏଥି ସହିତ ଅକ୍ଟୋବର ୭ ରେ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବର୍ଷା ହେବାର ସମ୍ଭାବନା ରହିଛି।