NPP MLA Resigns: ନଭେମ୍ବର ୨୮ ତାରିଖ ସୋମବାର ମେଘାଳୟରେ ଶାସକ ନ୍ୟାସନାଲ ପିପୁଲ୍ସ ପାର୍ଟି ଦଳର ୨ ଏବଂ ବିରୋଧୀ ତୃଣମୂଳ କଂଗ୍ରେସର ଜଣେ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ଜଣାଇଛନ୍ତି ବିଧାନସଭା ସଚିବ ଆଣ୍ଡ୍ର୍ୟୁ ସିମୋନ୍ସ। ଏନେଇ ପ୍ରତିକ୍ରିୟା ରଖି ସଚିବ କହିଛନ୍ତି ଏନପିପି ବିଧାୟକ ଫେରଲିନ ସଙ୍ଗମା, ବେନେଡିକ ମାରକ ଏବଂ ଟିଏମସି ବିଧାୟକ ଏଚ.ଏମ ସାଙ୍ଗପ୍ଲିୟାଙ୍ଗ ବିଧାନସଭା ଅଧ୍ୟକ୍ଷ  ମେଟବାହ ଲିଙ୍ଗଦୋହଙ୍କୁ ନିଜର ଇସ୍ତଫା ପଠାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଇସ୍ତଫା ଦେଇଥିବା ଉଭୟ ନ୍ୟାସନାଲ ପିପୁଲ୍ସ ପାର୍ଟି (National Peoples Party) ଏବଂ ତୃଣମୂଳ କଂଗ୍ରେସ (Trinamool Congress) ବିଧାୟକ ଦଳୀୟ ସଦସ୍ୟତା ମଧ୍ୟ ଛାଡି ଦେଇଛନ୍ତି। ଏହି ୩ ଜଣ ବିଧାୟକ ବିଜେପି (BJP) ହାତ ଧରୁଥିବା ନେଇ ଚର୍ଚ୍ଚା ହେଉଛି। ରାଜ୍ୟରେ କ୍ଷମତାସୀନ ମେଘାଳୟ ଡେମୋକ୍ରାଟିତ ଆଲାଏନ୍ସ (Meghalaya Democratic Alliance) ମେଣ୍ଟର ସହଯୋଗୀ ହେଉଛି ବିଜେପି। ଏହି ମେଣ୍ଟର ନେତୃତ୍ୱ ହେଉଛି ଏନପିପି (NPP)।  ଆସନ୍ତା ବର୍ଷା ଆରମ୍ଭରେ ମେଘାଳୟ ବିଧାନସଭା ନିର୍ବାଚନ (Meghalaya Assembly Election 2023) ।


ରାଜ୍ୟରେ ଅନୁଷ୍ଠିତ ହେଉଥିବା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ (Meghalaya Chief Minister) କନରାଡ ସାଙ୍ଗମା (Conrad Sangma)। ନିକଟରେ ଏ ସମ୍ପର୍କରେ କରି ମୁଖ୍ୟମନ୍ତ୍ରୀ ସାଙ୍ଗମା କହିଛନ୍ତି ଯେ, "ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ। ରାଜ୍ୟରେ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ​​ଆମେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବୁ। ପୂର୍ବ ନିର୍ବାଚନରେ ​​ଆମେ ଏକାକୀ ଲଢେଇ କରିଥିଲୁ। ହେଲେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ଆମର ସମର୍ଥନ ଜାରି ରହିବ। ରାଜ୍ୟର ମୋଟ ୬୦ ସିଟ୍ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ୫୮ ଆସନ ପାଇଁ ଦଳୀୟ ପ୍ରାର୍ଥୀ ସ୍ଥିର କରିସାରିଛୁ। "


ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକଙ୍କ ଇସ୍ତଫା ଦ୍ୱାରା ଦଳକୁ କୌଣସି ଅସୁବିଧା ନାହିଁ। ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ବିଧାୟକ ଦଳ ପରିବର୍ତ୍ତନ କରିଥାନ୍ତି। ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। ସେମାନେ ଯେ କୌଣସି ରାଜନୈତିକ ଦଳରୁ ନିର୍ବାଚନ ଲଢିପାରିବେ। ଆମେ ଆଗକୁ ବଢିବା ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବୁ। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ତୃଣମୂଳ କଂଗ୍ରେସ ତାକତ ବାବଦରେ ପ୍ରତିକ୍ରିୟା ରଖି ମେଘାଳୟ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନରେ ଟିଏମସି (TMC) ଭଲ ପ୍ରଦର୍ଶନ କରିପାରିବ ନାହିଁ। 


ଆସନ୍ତା ବର୍ଷ ଆରମ୍ଭରେ ମେଘାଳୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୨୮ ତାରିଖ ସୋମବାର ୩ ଜଣ ବିଧାୟକଙ୍କ ଇସ୍ତଫା ପରେ ବିଧାୟକଙ୍କ ସଂଖ୍ୟା ୫୭ ହୋଇଯାଇଛି। ମୋଟ ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ (Meghalaya Legislative Assembly) ୨୧ ଏନପିପି, ୮ ୟୁଡିପି, ୪  ପିଡିଏଫ, ୨ ବିଜେପି, ୨ ଏଚଏସପିଡ଼ିପି, ୧୧ ଟିଏମସି, ୧ କେଏଚଏନଏଏମ, ଜଣେ ଏନସିପି ଏବଂ ୭ ଜଣ  ସ୍ୱାଧିନ ବିଧାୟକ ଅଛନ୍ତି। ଏହି ସମୟରେ  ଜଣେ ସ୍ୱାଧୀନ ବିଧାୟକ ସାମୁଏଲ ଏମ ସାଙ୍ଗମା କହିଛନ୍ତି ଯେ ସେ ବିଜେପି ଦଳରେ ଯୋଗଦେବେ। ଆଗାମୀ ବିଧାନସଭା ନିର୍ବାଚନରେ ବାଘମାରା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ।